ହେଡଲାଇନସ୍:

ଟିମ ସମୀର : ୧୦ ଉପ ସଭାପତି, ୪ ସାଧାରଣ ସମ୍ପାଦକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭୁବନେଶ୍ୱର:  ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଦଳର ରାଜ୍ୟ ସଂଗଠନର ମଙ୍ଗ ସମ୍ଭାଳିବାର ପାଖାପାଖି ପାଂଚ ମାସ ପରେ ଗଢ଼ିଛନ୍ତି ତାଙ୍କ ନୂଆ ଟିମ |  ଦାୟିତ୍ୱ ନେବାର ପାଖାପାଖି ୫ ମାସ ପରେ ନିଜର ନୂଆ ଟିମ୍ ଗଠନ କରିଛନ୍ତି । ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ଅନୁମୋଦନ ପରେ ପ୍ରକାଶ ପାଇଛି କର୍ମକର୍ତ୍ତାଙ୍କ ତାଲିକା  । ସମୀର ତାଙ୍କ ଟିମରେ ଉପସଭାପତି ୧୦ ଜଣ ରଖିଥବା ବେଳେ ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତିଙ୍କୁ ମିଶାଇ  ୪ ସାଧାରଣ ସମ୍ପାଦକ, ୯ ଜଣ ସମ୍ପାଦକ ରହିଥିବା ବେଳେ କୋଷାଧ୍ୟକ୍ଷ ଜଣେ କାର୍ଯ୍ୟାଳୟ ସମ୍ପାଦକ ରହିଛନ୍ତି |  ୧୬୧ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ରହିଥିବା ବେଳେ ୩୦ ଜଣ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ରହିଛନ୍ତି । ରାଜ୍ୟ କାର୍ଯ୍ୟକାରିଣୀରେ ଅଛନ୍ତି ୭୫ ସଦସ୍ୟ ।

ଆଜି ନବନିଯୁକ୍ତ କର୍ମକର୍ତ୍ତାମାନେ ହେଲେ ଏହିପରି | ସଙ୍ଗୀତା ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ବଳଭଦ୍ର ମାଝୀ, ଭାସ୍କର ମଢ଼େଇ, ନାଉରୀ ନାୟକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକେଶୀ ଓରାମ୍, ଭ୍ରୁଗୁ ବକ୍ସିପାତ୍ର, ପ୍ରଭାତୀ ପରିଡ଼ା, ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ ଉପସଭାପତି ଭାବେ ନିଯୁକ୍ତ ହୋଇଥିବା ବେଳେ ରବି ନାଏକ, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି | ସେହିପରି କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ଅମର ନାୟକ, ଅଭିମନ୍ୟୁ ସେଠୀ, ନବୀନ ରାମ୍, ସୀମାଚଳ ଖଟେଇ, ପିଙ୍କି ପ୍ରଧାନ, ସିପ୍ରା ବାଜପେୟୀ, ଶର୍ମିଷ୍ଠା ମେହେରଙ୍କୁ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ କୋଷାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି  ସୁଦର୍ଶନ ଗୋୟଲ୍ | 

ସେହିପରି ଯୁବ ମୋର୍ଚା ସଭାପତି ଭାବେ  ଇରାଶିଷ ଆଚାର୍ଯ୍ୟ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ  ସ୍ମୃତି ପଟ୍ଟନାୟକ, କୃଷକ ମୋର୍ଚ୍ଚା ସଭାପତି  ଭାବେ ପ୍ରଦୀପ ପୁରୋହିତ, ବିଶ୍ୱେଶ୍ୱର ଟୁଡୁ ଏସଟି ମୋର୍ଚ୍ଚା ସଭାପତି, ବିଭୁପ୍ରସାଦ ତରାଇ ଏସସି ମୋର୍ଚ୍ଚା ସଭାପତି ଓ  ସିକନ୍ଦର ଅଲ୍ଲୀ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି  । ରାଜ୍ୟ ଅଫିସ ସମ୍ପାଦକ: ଦେବେନ୍ଦ୍ର ନନ୍ଦ ନିଯୁକ୍ତ ହୋଇଥିବା ବେଳେ ରାଜ୍ୟ ମୁଖପାତ୍ର ଭାବେ  ସୁଦୀପ୍ତ ରାୟ, ପୀତାମ୍ବର ଆଚାର୍ଯ୍ୟ, ଦିଲ୍ଲୀପ ମହାନ୍ତି, ସତ୍ୟବ୍ରତ ପଣ୍ଡା, ଯତୀନ୍ ମହାନ୍ତି, ବିରଞ୍ଚି ନାରାୟଣ ତ୍ରିପାଠୀ, ଧୀରେନ୍ ସେନାପତି, ସୋନାଲି ସାହୁ, ଠାକୁର ରଣଜିତ୍ ଦାସ, ଉମାକାନ୍ତ ପଟ୍ଟନାୟକ ।

୧୬୧ ଜଣ  ରାଜ୍ୟ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଢଙ୍ଗୀ, ପ୍ରଦୀପ୍ତ ନାୟକ, ଗିରିଧାରୀ ଗମାଙ୍ଗ, କେ ଭି ସିଂହଦେଓ, ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର, ବିଜୟ ମହାପାତ୍ର, ଖାରବେଳ ସ୍ୱାଇଁ,ସମୀର ଦେ , ସୁରମା ପାଢୀ, ଅନନ୍ତ ନାୟକ, ରୁଦ୍ର ନାରାୟଣ ପାଣି, ନିତେଶ ଗଙ୍ଗଦେବ, ଅଶ୍ୱିନି ବୈଷ୍ଣବ, ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀ, ମୋହନ ମାଝି, ସୁବାସ ପାଣିଗ୍ରାହୀ, ଶଙ୍କର ଓରାମ, ସୁକାନ୍ତ କୁମାର ନାୟକ, ଜୟନ୍ତ ଷଢଙ୍ଗୀ, ସନାତନ ବିଜୁଳି, ପ୍ରକାଶ ସୋରେନ, ବୁଧାନ ମୂର୍ମୂ, ଗଣେଷ ଖୁଣ୍ଟିଆ, ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, କୁସୁମ ଟେଟେ, ଅମୀୟ ମଲ୍ଲୀକ,ପର୍ଶୁରାମ ମାଝୀ, କୁମୁଦିନୀ ପଟ୍ଟନାୟକ, ପ୍ରତୁ୍ୟଶା ରାଜେଶ୍ୱରୀ ସିଂହ, ରବିନାରାୟଣ ପାଣି, ସୁବାସ ନାୟକ, ଲକ୍ଷ୍ମଣ ଟୁଡୁ, ଜୟରାମ ପାଙ୍ଗୀ, ରଘୁନାଥ ମହାନ୍ତି, ପଦ୍ମଲୋଚନ ପଣ୍ଡା, ପ୍ରବୀଣ ଭଞ୍ଜଦେଓ, ହିମାଂଶୁ ମେହେର, ପ୍ରହ୍ଲାଦ ଦୋରା, ଡ ବିଭୁତି ଭୁଷଣ ହରିଚନ୍ଦନ, ସଞ୍ଚିତା ମହାନ୍ତି, ମହମ୍ମଦ ରଫିକ, କରେନ୍ଦ୍ର ମାଝୀ, ବାଇଧର ମଲ୍ଲିକ, ଗୋବିନ୍ଦ ଦାସ, ଜୟନାରାୟଣ ମହାନ୍ତି. ସଚିଦାନନ୍ଦ ଦଲାଲ, ଦୋଳଗୋବିନ୍ଦ ନାୟକ, ଅଲେଖ ଜେନା, ପୂର୍ଣ୍ଣଚନ୍ଦ୍ର ନାୟକ, କାଶିନାଥ ମଲ୍ଲିକ. ହିତେଶ ବଗର୍ତ୍ତି, ରବି ମଲ୍ଲିକ, ରମାରଞ୍ଜନ ବଳିଆରସିଂହ, ପଦ୍ମଚରଣ ହାଇବୁରୁ , ବାଇରାମ ମୁର୍ମୁ, ରାଧାରାଣୀ ପଣ୍ଡା, ବାସନ୍ତି ମଳ୍ଲିକ, ପ୍ରସନ୍ନ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ପାତ୍ର, ପୁରୁଶୋତ୍ତମ ନାୟକ, ଧନୁର୍ଜ୍ଜୟ ସିଧୁ, ବୃନ୍ଦାବନ ମାଝି,  ଦେବରାଜ ମହାନ୍ତି, ସିଦ୍ଧାର୍ଥ ସିଂ ମର୍ଦ୍ଧରାଜ, ସନତ ଗଡତିଆ, ମିଲନ ସେଠ, ଜଗବନ୍ଧୁ ବେହେରା , ନିହାର ରାୟ, ଦିନେଶ ଜୈନ, ନରସିଂହ ମିଞ୍ଜ, ଦେବେନ୍ଦ ମହାପାତ୍ର, ପ୍ରତାପ ପ୍ରଧାନ, ଅଗସ୍ତି ବେହେରା, ଭାଗିରଥୀ ପ୍ରଧାନ , ଅଶୋକ ମହାନ୍ତି.  ଶତ୍ରୁଘନ ଜେନା, ବିଭୂତି ପ୍ରଧାନ, ପୃଥ୍ୱୀରାଜ କୁଅଁର, ଆଲୋକ ସେଠୀ, ମୁରଲୀ ଶର୍ମାଙ୍କ ସମେତ ଅନ୍ୟମାନେ | ଏମାନଙ୍କ ମଧ୍ୟରେ ସାମିଲ ଅଛନ୍ତି  ସମସ୍ତ ବିଧାୟକ, ସାଂସଦ, ୬ ଜଣ ପୂର୍ବତନ ସାଂସଦ, ୫ ଜଣ ପୂର୍ବତନ ମନ୍ତ୍ରୀ, ୨୬ ଜଣ ପୂର୍ବତନ ବିଧାୟକ । 

ସେହିପରି  ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ଭାବେ ଅଛନ୍ତି ପ୍ରକାଶ ମିଶ୍ର, ଅଶୋକ ତ୍ରିପାଠୀ, ସୁଦର୍ଶନ ନାୟକ, ଲେଫ୍ଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତି, ବିନୋଦ ଦାସ, ସଜ୍ଜନ ଶର୍ମା, ମିହିର ଦାସ, ମହାଶ୍ୱେତା ରାୟ, ଭୁବନାନନ୍ଦ ତ୍ରିପାଠୀ, କୃଷ୍ଣଚନ୍ଦ୍ର ଜଗଦ୍ଦେବ, ପଞ୍ଚାନନ ନାୟକ, ଅନୁ ଚୌଧୁରୀ, ମୁରଲୀ କ୍ରିଷ୍ଣ ରାଓ,ପୂର୍ଣ୍ଣଚନ୍ଦ୍ର ମଳ୍ଲିକ, କେ ସି ପାଣିଗ୍ରାହୀ. ସନ୍ତୋଷ ରାଉତ, ଶ୍ରୀତମ ଦାସ. ମନ୍ମଥ ମିଶ୍ର, ହରିହର ମହାପାତ୍ର, ସୁବାସ ଗନ୍ତାୟତ, ଜୀବନ ସାହୁ,ଛୋଟେଲାଲ ମହାନ୍ତ, କମଳା ପାଣ୍ଡେ, ଲକ୍ଷ୍ମଣ ପଣ୍ଡା, ଏନ ସଲିମ, ପୃଥ୍ୱୀରାଜ ମହାପାତ୍ର, ଦିଲ୍ଲୀପ ମିଶ୍ର, ଚିତ୍ରଲେଖା ମହାନ୍ତି, ମାନସ ମହାନ୍ତି ଓ ତିଳୋତ୍ତମା ନାୟକ  । 

0
0
0
s2sdefault