ହେଡଲାଇନସ୍:

ହତ୍ୟା ନା ଆତ୍ମହତ୍ୟା : ଜଙ୍ଗଲରୁ ମହିଳାଙ୍କ ମୃତ ଦେହ ଉଦ୍ଧାର 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 ବରଗଡ :-  ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଫ୍ରେଜରପୁର ଜଙ୍ଗଲରୁ ଏକ ମୃତ ଦେହ ପାଇକମାଳ ପୋଲିସ ଉଦ୍ଧାର କରିଛି | ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଫ୍ରେଜରପୁର ଜଙ୍ଗଲରେ ଜଣେ ମହିଳାଙ୍କ ମୃତଦେହ ପଡିଥିବା ଫ୍ରେଜରପୁର ଗ୍ରାମବାସୀ ମାନଙ୍କର ନିକଟରୁ ଖବର ପାଇବା ପରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଘଟଣା ସ୍ଥଳ କୁ ପହଂଛି ତଦନ୍ତ ଆରମ୍ଭ କରିଥିଲେ । ପ୍ରାଥମିକ ତଦନ୍ତରୁ ଜଣା ପଡିଲା ଯେ ମୃତ ମହିଳାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଥାନା ଅଧିକାରୀ ଦେଖିଲା ପରେ ତୁରନ୍ତ ସାଇଣ୍ଟିଫିକ ଦଳକୁ ଡାକିଥିଲେ । ମୃତ ମହିଳାଙ୍କର ବୟସ 32 ରୁ 35 ବର୍ଷ ହେବ ବୋଲି ଅନୁମାନ କରାଯାଉଛି ହେଲେ ମହିଳାଙ୍କର ପରିଚୟ ମିଳି ପାରିନାହିଁ । ମୁଣ୍ଡରେ ଆଘାତ କାରଣରୁ ମହିଳାଙ୍କୁ ହତ୍ୟା  କରାଯାଇଥିବା ସନ୍ଦେହ କରୁଛନ୍ତି ସ୍ଥାନିୟ ଲୋକ । ଶବର ଅବସ୍ଥା ଦେଖି ଏହା 2 କିମ୍ବା 3 ଦିନ ପୂର୍ବର ଘଟଣା ବୋଲି ଅନୁମାନ କରାଯାଉଛି ।ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ପଠେଇ ଦେଇ ଅପମୃତ୍ୟ ମାମଲା  ନମ୍ବର 7 / 20 ରୁଜୁ କରି ଥାନା ଅଧିକାରୀ ମାମଲାର ତଦନ୍ତ ଜାରି ରଖିଛନ୍ତି ।

0
0
0
s2sdefault