ହେଡଲାଇନସ୍:

ସମସ୍ତ ପୋଷ୍ଟ ଗ୍ରାଜୁଏଟ ଓ ଅଣ୍ଡର ଗ୍ରାଜୁଏଟ ପରୀକ୍ଷା ବାତିଲ : ହେବ ମୂଲ୍ୟାୟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ବିକଳ୍ପ / ପ୍ରପୋରସନାଲ କୋସେଣ୍ଟ ପଦ୍ଧତିରେ ହେବ ମୂଲ୍ୟାୟନ

  • ବିକଳ୍ପ ମୁଲ୍ୟାୟନ ପଦ୍ଧତିରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନଭେମ୍ବରରେ ହେବ ପରୀକ୍ଷା

  • ଗୋଟିଏ- ଦୁଇଟି ବ୍ୟାକ ପେପର ଥିବା ଛାତ୍ରଛାତ୍ରୀଙ୍କର ସେହି ବ୍ୟାକ ପେପର ପରୀକ୍ଷା ହେବ ବାତିଲ

  • ପ୍ରଫେସନାଲ କୋସେଣ୍ଟ) ପଦ୍ଧତିରେ ହେବ ସେହି ଗୋଟିଏ- ଦୁଇଟି ବ୍ୟାକ ପେପରର ମୂଲ୍ୟାୟନ

  • ମେଡିକାଲ ପାଠ୍ୟକ୍ରମର ସମସ୍ତ ପରୀକ୍ଷା ଧାର୍ଯ୍ୟ ତାରିଖରେ ଯଥାରୀତି ହେବ ସଂପାଦିତ 

ଭୁବନେଶ୍ୱର (ଶାସକ ପ୍ରଶାସକ) କୋବିଦ ୧୯ ମହାମାରୀ ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାର ବାକିଥିବା ସମସ୍ତ ପୋଷ୍ଟ ଗ୍ରାଜୁଏଟ ଓ ଅଣ୍ଡର ଗ୍ରାଜୁଏଟ ପରୀକ୍ଷା ବାତିଲ କରିଛନ୍ତି | ଅପରପକ୍ଷରେ ବିକଳ୍ପ ମୂଲ୍ୟାୟନ ପଦ୍ଧତି ( ପ୍ରପୋସନାଲ କୋସେଣ୍ଟ  ବା ଅନ୍ୟ  କୌଣସି ମୂଲ୍ୟାୟନ ପଦ୍ଧତି) ମାଧ୍ୟମରେ ମୂଲ୍ୟାୟନ କରି ଫଳ ପ୍ରକାଶ କରିବା ପାଇଁ ଆଜି ଏକ ଉଚ୍ଚସ୍ତରୀୟ ଭିଡିଓ କନଫରେନସିଂ ବୈଠକରେ ଆଲୋଚନା ପରେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ନିରାପତ୍ତାକୁ ଦୃଷ୍ଟିରେ ନିଷ୍ପତ୍ତି ନିଆଯାଇଛି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି |  

ଆଜି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ମାନ୍ୟବର ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଉଚ୍ଚ ଶିକ୍ଷା ସମ୍ବନ୍ଧୀୟ ଏକ ଭିଡିଓ କନଫରେନସିଂ ବୈଠକ ଅନୁଷ୍ଠିତ  ହୋଇଥିଲା । ଏହି ଭିଡିଓ କନଫରେନସିଂରେ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସରକାରୀ  ବିଶ୍ୱବିଦ୍ୟାଳୟମାନଙ୍କର କୁଳପତିମାନେ ଏବଂ ରାଜ୍ୟର ସରକାରୀ ଓ ଅନୁଦାନ ପ୍ରାପ୍ତ ବେସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ମାନଙ୍କର ପ୍ରିନ୍ସିପାଲମାନେ ଉପସ୍ଥିତ ଥିଲେ । ବଦଳୁଥିବା କୋବିଦ-୧୯ର ସ୍ଥିତିକୁ ଅନୁଧ୍ୟାନ କରି କିପରି ପୋଷ୍ଟ ଗ୍ରାଜୁଏଟ ଓ ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମର ଫାଇନାଲ କୋବିଦ -୧୯ ର ଦ୍ଭୟକୁ ଦେଖିଲା ପରେ, ଅନେକ କୁଳପତି  / ପ୍ରିନସିପାଲ ମାନେ ଫାଇନାଲ  ପରୀକ୍ଷା କରିବାରେ ଯେଉଁ ସମସ୍ୟା ଉପୁଜିବ, ସେ ବିଷୟରେ ବିଭାଗକୁ ଅବଗତ କରାଇଥିଲେ । କୋବିଦ ୧୯ର ମାର୍ଗଦର୍ଶିକାକୁ କୌଣସି  ପରିସ୍ଥିତିରେ ପରିବର୍ତନ କରାଯାଇପାରିବ ନାହିଁ, ଏଥି ସହିତ ସାମାଜିକ ଦୂରତ୍ୱ ଓ ସାନିଟାଇଜେସନ ଆଦିକୁ କଡାକଡ଼ି ଭାବେ ପାଳନ କରାଯିବାର ଆବଶ୍ୟକତା ରହିଛି  । ଏହି ପରିପ୍ରେକ୍ଷୀରେ ମୂଲ୍ୟାୟନର ବିକଳ୍ପ ବ୍ୟବସ୍ଥା ଅନୁସରଣ କରିବା ଅଧିକ ବ୍ୟବହାରିକ ହେବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ।

ଅନ୍ୟ ରାଜ୍ୟର ବିଶ୍ୱବିଦ୍ୟାଳୟ  ଏବଂ ଉଚ୍ଚ ଶିକ୍ଷା ସଂସ୍ଥାଗୁଡ଼ିକ କିପରି କୋଭିଡି -୧୯ ପରିସ୍ଥିତି ଯୋଗୁଁ ସମସ୍ତ ପରୀକ୍ଷା ବାତିଲ କରି ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା କରିଛନ୍ତି, ସେ ବିଷୟରେ  ଓଡିଶା ଉଚ୍ଚ ଶିକ୍ଷା ପରିଷଦରର ଉପାଧ୍ୟକ୍ଷ ଏବଂ କିଛି କୁଳପତି ନେ ବିଭାଗକୁ ଜଣାଇଥିଲେ । ବିସ୍ତୃତ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ଧାର୍ଯ୍ୟ କରଯାଇଥିବା ପୋଷ୍ଟ ଗ୍ରାଜୁଏଟ ଓ ଅଣ୍ଡର ଗ୍ରାଜୁଏଟ ପରୀକ୍ଷା ପାଠ୍ୟକ୍ରମର ଫାଇନାଲ ସେମିଷ୍ଟାର / ଶେଷ ବର୍ଷ ପରୀକ୍ଷା ବର୍ତମାନ ପରିସ୍ଥିତିରେ ସୁରୁଖୁରୁରେ ହେବାର ସମ୍ଭାବନା କମ୍ ଦେଖାଯାଉଛି । କୋବିଦ-୧୯କୁ ରୋକିବାକୁ ହେଲେ ଏହି ପରୀକ୍ଷାସବୁ ବାତିଲ କରିବାକୁ ହେବ ବୋଲି ସଂଖ୍ୟାଧିକ କୁଳପତି ଓ ଅଧ୍ୟକ୍ଷ ମାନେ ମତାମତ ଦେଇଥିଲେ । ତେଣୁ, ଏହି ପରିସ୍ଥିତିରେ, ରାଜ୍ୟରେ କୋବିଦ-୧୯କୁ ପ୍ରତିହତ କରିବା ପାଇଁ ଓ ଛାତ୍ରଛାତ୍ରୀଙ୍କର ସୁରକ୍ଷା ପାଇଁ, ରାଜ୍ୟ ସରକାର ନିମ୍ନଲିଖିତ ନିଷ୍ପତି ନେଇଛନ୍ତି ।

(୧) ପୋଷ୍ଟ ଗ୍ରାଜୁଏଟ ଓ ଅଣ୍ଡର ଗ୍ରାଜୁଏଟ ପରୀକ୍ଷା ପାଠ୍ୟକ୍ରମର ଫାଇନାଲ ସେମିଷ୍ଟାର / ଶେଷ ବର୍ଷର  ବାକି ଥିବା  ଥିଓରୀ ଓ ପ୍ରକଟିକଲ ପରୀକ୍ଷା ବାତିଲ କରାଯିବ ।

(୨)  ବିଶ୍ୱବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟ ମାନେ ୟୁଜିସି ସୁପାରିଶ ଅନୁଯାୟୀ ବିକଳ୍ପ ମୂଲ୍ୟାୟନ ଜରିଆରେ  Final Year / Final Semester ଗୁଡ଼ିକର ମୂଲ୍ୟାୟନ କରି ଅଗଷ୍ଟ ମାସ ଶେଷ ସୁଦ୍ଧା ପୋଷ୍ଟ ଗ୍ରାଜୁଏଟ ଓ ଅଣ୍ଡର ଗ୍ରାଜୁଏଟ ପରୀକ୍ଷା ଫଳ କରାଇବେ । 

(୩) ବିକଳ୍ପ ମୂଲ୍ୟାୟନ ଜରିଆରେ ପୋଷ୍ଟ ଗ୍ରାଜୁଏଟ ଓ ଅଣ୍ଡର ଗ୍ରାଜୁଏଟର ପ୍ରତ୍ୟେକ ବିଷୟ ପାଇଁ ନିମ୍ନଲିଖିତ ଭାବେ ମୂଲ୍ୟାୟନ କରି ମାର୍କ ଦିଆଯିବ ।  (ପ୍ରେସକ୍ରାଇବଡ଼ ୱେଇଟେଜ ଅନୁସାରେ  ଇଂଟରନାଲ ମାର୍କ  + (ଅବଶିଷ୍ଟ ୱେଇଟେଜ ପାଇଁ ପୂର୍ବ ସେମିଷ୍ଟାର ଓ ପରୀକ୍ଷାରେ ବିଭିନ୍ନ ବିଷୟରେ ପାଇଥିବା ହାରାହାରି ମାର୍କ )

(୪) ଯେଉଁ ଛାତ୍ରଛାତ୍ରୀ ଭାବିବେ ଯେ ସେମାନେ ଫାଇନାଲ ସେମିଷ୍ଟାର / ଶେଷ ବର୍ଷର ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାରେ ପାଇଥିବା ମାର୍କ  ଠାରୁ ଅଧିକ ମାର୍କ ପାଇବା ପାଇଁ ହକଦାର, ସେମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ  ମାନେ ନଭେମ୍ବର , ୨୦୨୦ ମଧ୍ୟରେ ସାଧାରଣ ରୀତିରେ ପରୀକ୍ଷା କରାଇବେ, ଯାହାର ମାର୍କ  ଅନୁସାରେ ସେହି ଛାତ୍ରଛାତ୍ରୀଙ୍କ ସଂଶୋଧିତ ପରୀକ୍ଷୟରେ ଫଳ ଡିସେମ୍ବର ୨୦୨୦ରେ ପ୍ରକାଶ ପାଇବ |

(୫) ଯେଉଁ ବିଶ୍ୱବିଦ୍ୟାଳୟ ଓ ମହାବଦ୍ୟାଳୟମାନଙ୍କର ଫାଇନାଲ ସେମିଷ୍ଟାର / ଶେଷ ବର୍ଷ ପାଇଁ ଆବଶ୍ୟକ ଥିଓରୀ ଓ ପ୍ରାକ୍ଟିକାଲ  ପରୀକ୍ଷା ପୂର୍ବରୁ ହୋଇସାରିଛି, ସେହି ପରୀକ୍ଷା ପାଇଁ ଉପରୋକ୍ତ ନିଷ୍ପତି ଲାଗୁ ହେବନାହିଁ । ସେହି ପରୀକ୍ଷା ସବୁ ସାଧାରଣ ପ୍ରଣାଳୀରେ ମୂଲ୍ୟାୟନ ହେବ ।

(୬) ଯେଉଁ ଫାଇନାଲ ସେମିଷ୍ଟାର / ଶେଷ ବର୍ଷ ପରୀକ୍ଷାରେ  ଛାତ୍ରଛାତ୍ରୀଙ୍କର ଗୋଟିଏ କିମ୍ବା ଦୁଇଟି ବ୍ୟାକ ପେପର ଥିବା   ଥିବ, ତାଙ୍କ ପାଇଁ ସେହି ବ୍ୟାକ ପେପର  ପରୀକ୍ଷା ବାତିଲ କରାଯିବ । ପ୍ରପୋରସନାଲ କୋସେଣ୍ଟ  ବା ଅନ୍ୟ  କୌଣସି ମୂଲ୍ୟାୟନ ଜରିଆରେ  ଜରିଆରେ ବ୍ୟାକ ପେପର ମୂଲ୍ୟାୟନ କରାଯିବ ।

(୭) ଯେଉଁ ଫାଇନାଲ ସେମିଷ୍ଟାର / ଶେଷ ବର୍ଷ  ଛାତ୍ରଛାତ୍ରୀଙ୍କର ଦୁଇରୁ ଅଧିକ ବ୍ୟାକ ପେପର ଥିବ, ସେମାନେ ସବୁ ବ୍ୟାକ ପେପର  ପାଇଁ ସାଧାରଣ ରୀତିରେ ପରୀକ୍ଷା ଦେବେ ଯାହାର କାର୍ଯ୍ୟସୂଚୀ ସଂପୃକ୍ତ  ବିଶ୍ୱବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟମାନେ  ମାନେ କୋବିଦ-୧୯ ସ୍ଥିତିକୁ ଦେଖି ଧାର୍ଯ୍ୟ କରିବେ ।

(୮) ମେଡିକାଲ  ପାଠ୍ୟକ୍ରମ ବ୍ୟତୀତ, ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟ ମାନଙ୍କର ବାକି ସମସ୍ତ ପାଠ୍ୟକ୍ରମ ପାଇଁ ଏହି ନିଷ୍ପତି ଲାଗୁ ହେବ । ମେଡିକାଲ ପାଠ୍ୟକ୍ରମର ସମସ୍ତ ପରୀକ୍ଷା ଧାର୍ଯ୍ୟ ତାରିଖରେ ଯଥାରୀତି ସଂପାଦିତ ହେବ । 

0
0
0
s2sdefault