ହେଡଲାଇନସ୍:

ମୌସୁମୀ ସମୟରେ ପ୍ରାକ୍ ସାବଧାନତା ଅବଲମ୍ବନ ପାଇଁ ନିରାପତ୍ତାକୁ କଡ଼ାକଡ଼ି କଲା ପୂର୍ବ ତଟ ରେଳପଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

• ରେଳ ପୋଲ, ଟ୍ରାକ୍, ୟାର୍ଡ଼ ଏବଂ  ସାଙ୍କେତିକ ପ୍ରଣାଳୀ ପ୍ରତି ସତର୍କ ଦୃଷ୍ଟି ।

• ଟ୍ରେନ୍ ଏବଂ ପୋଲମାନଙ୍କରୁ ପଟୁମାଟି, ଝାଡ଼ି ଏବଂ ଅନ୍ୟ ବାଧକକୁ ସଫା କରାଯାଉଛି ।

• ସବୁ ସ୍ତରରେ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରଖାଯାଉଛି ।

• ସମ୍ବେଦନଶୀଳ ସ୍ଥାନମାନଙ୍କରେ ଜଗୁଆଳୀ ପ୍ରହରା ।

• ପ୍ରବଳ ବର୍ଷା ସମୟରେ ଲେନ୍ ଟ୍ରାକ ସୁରକ୍ଷା ପାଇଁ ଗ୍ୟାଙ୍ଗମ୍ୟାନ୍ ନିୟୋଜନ ।

• ନିରାପତ୍ତା ବିଭାଗ ସହ ଲଗାତର ସମ୍ପର୍କ ।

• ସଙ୍କଟକାଳୀନ ପରିସ୍ଥିତିରେ ଅତିରିକ୍ତ ନିୟନ୍ତ୍ରଣ କକ୍ଷ ସହ ଆପାତକାଳୀନ ପ୍ରବନ୍ଧନ କକ୍ଷ ଖୋଲାଯିବ ।

Bhubaneswar(SPB) :  ପ୍ରବଳ ବର୍ଷାଜନୀତ ବନ୍ୟା ପରିସ୍ଥିତି ସମୟରେ ରେଳ ଚଳାଚଳ କ୍ଷେତ୍ରରେ ବାଧାକୁ ହ୍ରାସ କରିବା ସହ ଯାତ୍ରା ଟ୍ରେନ ଗୁଡିକର  ନିରାପତ୍ତା ପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ସାବଧାନତା ଓ ସୁରକ୍ଷିତ ପଦକ୍ଷେପମାନ ଯୋଜନା କରାଯାଇ ସତର୍କତା ଅବଲମ୍ବନ କରାଯିବାକୁ ଯୋଜନା କରାଯାଇଛି । ପ୍ରବଳ ବର୍ଷାଜନୀତ ସଙ୍କଟ ପରିସ୍ଥିତିରେ ଯାତ୍ରୀମାନଙ୍କର ସୁରକ୍ଷା ଓ ରେଳ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ କଡ଼ାକଡ଼ି କରିବା ପାଇଁ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ରେଳପଥର ଅଧିକାରୀ ଓ କର୍ମଚାରୀମାନଙ୍କୁ ଆଦେଶ ଦେଇ ରେଳ ପୋଲ ଓ ରେଳ ଧାରଣାର ନିରାପତ୍ତା ପ୍ରତି ସତର୍କ ଦୃଷ୍ଟି ରଖି କାର୍ଯ୍ୟ କରିବାକୁ କହିଛନ୍ତି ।

 ତଦନୁସାରେ ମୌସୁମୀକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପ୍ରାକ୍ ସାବଧାନତା ଅବଲମ୍ବନ କରାଯାଉଛି । ସେଥିପାଇଁ ପାଣି ଧରିରଖୁଥିବା ଓ ପାର୍ଶ୍ୱ ଡ୍ରେନ ଗୁଡ଼ିକରୁ ପଙ୍କମାଟି, ଝାଡ଼ି ଏବଂ ଅନ୍ୟାନ୍ୟ ବାଧକଗୁଡ଼ିକୁ ସଫା କରାଯାଉଛି । ରେଳ ପୋଲମାନଙ୍କ ପାଖରୁ ମଧ୍ୟ ଝାଡ଼ି ପରିସ୍କାର କରାଯିବା ସହ ପଙ୍କମାଟିକୁ କଢ଼ାଯାଉଅଛି ଯାହାଫଳରେ ପାଣି ଜମା ନରହି ସଠିକ୍ ଭାବେ ଅତିକ୍ରମ କରିପାରିବ । ୨୪ ଘଣ୍ଟା ଖୋଲା ରହୁଥିବା ପୂର୍ବ ତଟ ରେଳପଥ କଣ୍ଟେ୍ରାଲ୍ ଅଫିସ୍ କ୍ରମାଗତଭାବେ ପାଣିପାଗ ବିଭାଗ, ଆପଦ ପ୍ରବନ୍ଧକ କକ୍ଷ ଏବଂ ବନ୍ୟା ପ୍ରବଣ ଅଞ୍ଚଳରେ ନିଯୁକ୍ତ ଥିବା କର୍ମଚାରୀମାନଙ୍କ ସହ ଲଗାତର ସମ୍ପର୍କରେ ଥାଇ ନିରନ୍ତର ଭାବେ ଦୃଷ୍ଟି ରଖି ପରିସ୍ଥିତିର ଅନୁଧ୍ୟାନ କରୁଅଛି । ଏଥିପାଇଁ ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗ ସହ ସମନ୍ୱୟ ରକ୍ଷା କରାଯାଉଛି ଯାହାଫଳରେ ପାଣିକୁ ରେଳଧାରଣା କଡ଼ରୁ ହଟାଇ ଦିଆଯାଇପାରିବ । ଦରକାର ହେଲେ ରେଳଧାରଣାକୁ ସୁରକ୍ଷା ଦେବା ପାଇଁ ନଦୀ ଓ ଜଳ ଗଚ୍ଛିତ ଅଞ୍ଚଳରୁ ପାଣି କଢ଼ାଯିବାର ବ୍ୟବସ୍ଥା କରାଯିବ । ପୋଲମାନଙ୍କରେ ପିଲାରଗୁଡ଼ିକରେ ବିପଦ ସଙ୍କେତ ଚିହ୍ନକୁ ମଧ୍ୟ ନାଲି ଉଜ୍ଜ୍ୱଳ ସାଙ୍କେତିକ ବ୍ୟବସ୍ଥା କରାଯାଉଅଛି ଯାହା ଦ୍ୱାରା ରେଳବାଇ ପ୍ରହରା ଓ ନିରାପତ୍ତା କର୍ମଚାରୀମାନେ ସଠିକ ଭାବେ ଦେଖିପାରିବେ ।

ରେଳଧାରଣା ଉପରେ ପାଣି ଜମା ହୋଇ ନ ରହିବା ପାଇଁ ବ୍ୟବସ୍ଥା କରାଯାଉଛି । ଷ୍ଟେସନର ୟାଡର଼୍, ଡ୍ରେନ୍ଗୁଡ଼ିକୁ ମଧ୍ୟ ସଫା କରାଯାଇଛି । ବର୍ଷା ସମୟରେ ରେଳଧାରଣା ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପ୍ରହରୀ / ଜଗୁଆଳୀ ବ୍ୟବସ୍ଥା କରାଯାଇଛି । କୌଣସି ବିପଦ ନଜରକୁ ଆସିଲେ ସେମାନେ ଟ୍ରେନକୁ  ଅଟକାଇ ଯାତ୍ରୀମାନଙ୍କର ଧନଜୀବନକୁ ସୁରକ୍ଷା ଦେଇପାରିବେ । ସମ୍ବେଦନଶୀଳ ଅଞ୍ଚଳରେ ପ୍ରହରୀ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବାକୁ ପଦକ୍ଷେପମାନ ନିଆଯାଉଛି ।

ପ୍ରବଳ ବର୍ଷା ସମୟରେ ରେଳ ସେକ୍ସନର ଗ୍ୟାଙ୍ଗମ୍ୟାନ୍ ସେମାନଙ୍କର ସେକ୍ସନରେ ରେଳ ପୋଲ ଓ ରେଳ ଧାରଣାର ନିରାପତ୍ତା ପ୍ରତି ସଜାଗ ରହିବା ପାଇଁ ନିର୍ଦ୍ଦେଶ  ଦିଆଯାଇଛି ଯାହାଫଳରେ ରେଳ ଚଳାଚଳକୁ ସ୍ୱାଭାବିକ କରାଯିବା ସହ ଯାତ୍ରୀମାନଙ୍କର ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇପାରିବ ।

ଏଥିପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ନିରାପତ୍ତା ସାମଗ୍ରୀକୁ ଯଥା ବାଲାଷ୍ଟପଥର, ବାଲିବସ୍ତା, ପାଉଁଶ ବସ୍ତା, ଖଣିମାନଙ୍କରେ ଅବ୍ୟବହୃତ ମାଟି, ଇତ୍ୟାଦୀକୁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ପର୍ଯ୍ୟାପ୍ତ ମାତ୍ରାରେ ଗଚ୍ଛିତ କରାଯାଉଛି । ଇଞ୍ଜିନିୟରିଂ ରିଲିଫ୍ ଭ୍ୟାନ୍ ସହ ନିରାପତ୍ତା ସାମଗ୍ରୀକୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି । ଏହା ସହିତ ସିମେଣ୍ଟ୍ କଙ୍କ୍ରିଟ୍ କ୍ରିଚ୍ ଏବଂ ପୋଲମାନଙ୍କରେ ବ୍ୟବହୃତ ଗାଡର଼୍ରକୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି ଯାହାଫଳରେ ଦରକାର ଆସିଲେ ଏଗୁଡ଼ିକୁ ସ୍ଥାନାନ୍ତର କରାଯାଇପାରିବ ।

ଏତଦ୍ ବ୍ୟତୀତ ପୂର୍ବ ତଟ ରେଳପଥ ଭାରତୀୟ ପାଣିପାଗ ବିଭାଗ ସହ ମଧ୍ୟ ଲଗାତର ସଂଯୋଗ ରକ୍ଷା କରି•ଲିଛି ଯାହାଫଳରେ ସଙ୍କେତ ମିଳିବା କ୍ଷଣି ରେଳପଥ ଏହାର କର୍ମଚାରୀଙ୍କୁ ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରୟୋଗ କରିପାରିବ ।

 

 

0
0
0
s2sdefault