ହେଡଲାଇନସ୍:

ଥାଲାସେମିଆ ରୋଗୀଙ୍କ ପାଇଁ ରକ୍ତ ଅଭାବ ଦୂର କରିବାକୁ ରକ୍ତଦାନ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉଦ୍ୟମ ଚାରିଟେବୁଲ୍ ଟ୍ରଷ୍ଟ ଓ କମିଶନରେଟ୍ ପୋଲିସର  ମିଳିତ ପ୍ରୟାସ

ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଶ୍ୱରେ କରୋନା ମହାମାରି ଦେଖା ଦେଇଥିବାରୁ ବର୍ତ୍ତମାନ ରକ୍ତର ଘୋର ଅଭାବ ଦେଖାଦେଇଛି । ଏହି ଘୋର ଅଭାବକୁ ଦୂର କରିବା ପାଇଁ ଉଦ୍ୟମ ଚାରିଟେବୁଲ୍ ଟ୍ରଷ୍ଟ ଓ କମିଶନରେଟ୍ ପୋଲିସ୍ର ମିଳିତ ସହଯୋଗରେ ଥାଲାସେମିଆ ରୋଗୀଙ୍କ ସହାୟତା ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ମାନ୍ୟବର ସାଂସଦ ପ୍ରଫେସର ଅଚୁ୍ୟତ ସାମନ୍ତଙ୍କ ଫିଲୋସଫିରେ "ଆର୍ଟ ଅଫ୍ ଗିଭିଙ୍ଗ' ମାଧ୍ୟମରେେ ପଟିଆ ନିକଟସ୍ଥ ଡଲଫିନ୍ ଗାର୍ଡେନ୍ଠାରେ ଏକ ଦିବସୀୟ ରକ୍ତଦାନ ଶିବିର ଅନୁଷ୍ଠିତ  ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଏସିପି ଲଳିତେନ୍ଦୁ ମହାନ୍ତି ଓ ଟ୍ରଷ୍ଟର ଉପଦେଷ୍ଟା ସନ୍ତୋଷ କୁମାର ମହାନ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ଆଗକୁ ବଢେ଼ଇଥିଲେ । ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟର ସମ୍ପାଦକ ଦିଲ୍ଲୀପ କୁମାର ସ୍ୱାଇଁ ପରିଚାଳନା କରିବା ସହ ରକ୍ତଦାନ କରିବାକୁ ଆସିଥିବା ୩୧ ଜଣ ବ୍ୟକ୍ତିଙ୍କୁ ସାନିଟାଇଜ୍ କରିଥିଲେ । ଏହି କାର୍ଯ୍ୟକ୍ରମରେ ୩୧ ୟୁନିଟ୍ ରକ୍ତ ସଂଗ୍ରହ କରିବା ସହ ଟ୍ରଷ୍ଟର ଅଜିତ ସାମନ୍ତରାୟ, କାଳନ୍ଦୀ ଦାସ, ଜ୍ୟୋତିରଞ୍ଜନ ସାହୁ, ନିରଞ୍ଜନ ସାହୁ, ସୁକେଶ ମହାନ୍ତି, ଲିପନ ବାରିକ, ସନ୍ଦୀପ ଲେଙ୍କା, ପୁଷ୍ପଲତା ସାହୁ, ପଲ୍ଲୀଶ୍ରୀ ଟୁଡୁ, ଚନ୍ଦ୍ରରାଜ ମହାରଣା, ସୌମ୍ୟରଞ୍ଜନ ଜେନା, ପବିତ୍ର ବେହେରା, ଆଶୀର୍ବାଦ ପରିଡ଼ା, ବିକ୍ରମ ମଲ୍ଲିକ, ବବ୍ଲୁ ମାଣିକ, ସାଧନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

0
0
0
s2sdefault