ହେଡଲାଇନସ୍:

ଶୋଚନୀୟ ଅବସ୍ଥାରେ ପାଓମେକସ ଷ୍ଟିଲ ପ୍ଲାଣ୍ଟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ (ଗୌରବ ଦର୍ଜି)- ଟିଟିଲାଗଡ଼ ତହସିଲ ଅନ୍ତର୍ଗତ ତୁର୍ଲା ମୌଜାରେ ଜୁଲାଇ ୧୯୯୦ ମସିହାରେ ଆରମ୍ଭ ହୋଇଥିଲା । ପାଓମେକ୍ସ ଷ୍ଟିଲ କାରଖାନା । ସେହି ସମୟରେ ପ୍ରାୟ ୭୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହୋଇଥିବ ଏହି କାରଖାନାକୁ ଶିଳାନ୍ୟାସ କରିବାକୁ ଆସିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି । କାରଖାନା ପ୍ରତିଷ୍ଠା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ କାରଖାନାକୁ ନେଇ ଅନେକ ଆଶା ମୁଣ୍ଡ ଟେକିଥିଲା । ଏ ଅଞ୍ଚଳର ଲୋକେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କର୍ମନିଯୁକ୍ତି ପାଇବେ ବୋଲି ଆଶା ବାନ୍ଧିଥିଲେ ପ୍ରଥମେ ପ୍ରଥମେ କାରଖାନାକୁ ନେଇ ଭବିଷ୍ୟତ ମଧ୍ୟ ଉଜ୍ଜ୍ୱଳ  ଦିଶିଲା । କାରଖାନା ଆରମ୍ଭ ହେବା ସମୟରେ ପ୍ରାୟ ଏକ ହଜାର କର୍ମଚାରୀ ଏଠି କାମ କରୁଥିଲେ । ଏମାନଙ୍କ ଖାଇବା ପିଇବା ତଥା ଏଠାକୁ ମାଲ ପରିବହନ କ୍ଷେତ୍ରରେ ମଧ୍ୟ ଅନେକ ଲୋକ ନିୟୋଜିତ ହୋଇଥିଲେ । ହେଲେ ଦିନକୁ ଦିନ ବିଗିଡ଼ିବାକୁ ଲାଗିଲା କାରଖାନାର ସ୍ଥିତି । ଲାଭ କମ ହେଉଥିବା କହି କାରଖାନା କର୍ତ୍ତପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କଲେ । ଶେଷରେ ସ୍ଥିତି ଏପରି ହୋଇଛି ଯେ ବର୍ତ୍ତମାନ ମାତ୍ର ତିନିରୁ ଚାରିଶହ ମଧ୍ୟରେ କର୍ମଚାରୀଙ୍କୁ ନେଇ କାରଖାନା ଚାଲୁଛି ।

ସେଥିରେ ପୁଣି ଅତି ସ୍ୱଳ୍ପ ଦରମାରେ କାରଖାନାରେ ଲୋକେ କାମ କରିବାକୁ ବାଧ୍ୟ ହେଉଛନ୍ତି । ସ୍ଥିତି ଏପରି ହୋଇଛି ଯେ ପାଓମେକ୍ସ କାରଖାନାରେ ସ୍ଥାନୀୟ ଅଞ୍ଚଳରେ ଥିବା ନିକଟସ୍ଥ ବୈଷୟିକ ଶିକ୍ଷା କେନ୍ଦ୍ର ଗୁଡ଼ିକରୁ ଉତ୍ତୀର୍ଣ ହେଉଥିବା ଛାତ୍ରଙ୍କୁ ମଧ୍ୟ କାମ କରିବାକୁ ସୁଯୋଗ ମିଳୁ ନାହିଁ । କାରଖାନା ପ୍ରଥମରୁ ଏପରି ଧକେଇ ଧକେଇ ଚାଲୁଥିବା ବେଳେ ଗତ କିଛି ବର୍ଷ ତଳେ ଏକ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ଯୋଗୁଁ କିଛି ମାସ କାରଖାନା ସଂପୂର୍ଣ୍ଣ ବନ୍ଦ ରହିଥିଲା । ଏଥିପାଇଁ ମଧ୍ୟ ଅନେକ କର୍ମଚାରୀ କାମ ଛାଡ଼ି ବାହାର ରାଜ୍ୟକୁ କାମ କରିବାକୁ ଯିବାକୁ

ବାଧ୍ୟ ହେଲେ । ଅନ୍ୟପଟେ କାରଖାନାର ସମାଜ ମଙ୍ଗଳ କାର୍ଯ୍ୟ ବି ଏକପ୍ରକାର ଶୂନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହାକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ସାରା ଜିଲ୍ଲାର ସ୍ଥିତି ପରି ଟିଟିଲାଗଡ଼ ଅଞ୍ଚଳରେ ମଧ୍ୟ ଦାଦନ ଚିତ୍ର ପ୍ରାୟ ସମାନ । ଏ ଅଞ୍ଚଳରୁ ମଧ୍ୟ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା ଲୋକଙ୍କ ସଂଖ୍ୟା କିଛି କମ ନୁହେଁ । ତେଣୁ ସରକାରୀ ନ ହେଲେ ବି ଏହି କାରଖାନାର ପରିଚାଳନା ଠିକ ଢଙ୍ଗରେ କରା ଯାଇ ପାରିଲେ ଏଠାରେ ମଧ୍ୟ ବ୍ୟାପକ କର୍ମନିଯୁକ୍ତିର ସୁବିଧା ଉପଲବ୍ଧ ହୋଇ ପାରନ୍ତା ବୋଲି ମତ ପ୍ରକାଶ ପାଇଛି |

0
0
0
s2sdefault