ନୂଆଦିଲ୍ଲୀ :ଅସୁସ୍ଥତା ଅନୁଭବ କରିବା କାରଣରୁ ଗତକାଲିଠାରୁ ନିଜ ବାସଭବନରେ ସଙ୍ଗରୋଧରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଦେହରେ କୌଣସି କରୋନା ଲକ୍ଷଣ ନାହିଁ | ଆଜି ହୋଇଥିବା କୋବିଦ ପରୀକ୍ଷାରେ ତାଙ୍କର ରିପୋର୍ଟ କରୋନା ନେଗେଟିଭ ଥିବା ଜଣାପଡିଛି | ଦିଲ୍ଲୀରେ କରୋନାର ପ୍ରାବଲ୍ୟ ଆଉ କେଜ୍ରିଙ୍କ ଡାଇବେଟିକ ଥିବାରୁ ଗତକାଲି କେଜ୍ରିୱାଲ ଏ ପରିପ୍ରେକ୍ଷୀରେ ଡାକ୍ତରଙ୍କ ସହିତ ଫୋନ ଯୋଗେ କଥା ହୋଇଥିଲେ | ତାଙ୍କର କୋଭିଡି ପରୀକ୍ଷା କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ |