ହେଡଲାଇନସ୍:

ସତରେ ଏତେ ଅମଣିଷ ହୋଇପାରେ ମଣିଷ !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି)- ସତରେ ମଣିଷ ଏତେ ଅମଣିଷ ହୋଇପାରେ ! ଭାବିଲେ ଲାଗୁଛି ମଣିଷ ମନରେ ମରି ଗଲାଣି ମାନବିକତା । ଜଣେ ମାନସିକ ବିକାର ଗ୍ରସ୍ତ ଯୁବକ ଉପରକୁ କୌଣସି ହୀନ ମାନସିକ ବ୍ୟକ୍ତି ଏସିଡ଼ ମାଡ଼ କରିଛି । ଏଥିରେ ଯୁବକର ଶରୀରର ଛାତି, ପିଠି ଆଦିକୁ ମିଶାଇ ୫୦ ପ୍ରତିଶତ ଅଂଶ ପୋଡ଼ି ଯାଇଛି । ଏହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଜଡ଼ିଦା ଗ୍ରାମରେ । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଜଡ଼ିଦା ଗ୍ରାମର ଯୁବକ ଶିବ ପ୍ରସାଦ ପାଲ ଜଣେ ମାନସିକ ବିକାର ଗ୍ରସ୍ତ ରୋଗୀ ଅଟନ୍ତି । ସେ ରାତିରେ ଖିଆପିଆ ଶେଷ କରି ଘର ନିକଟ ରାସ୍ତା ପାଶ୍ୱର୍ରେ ଥିବା ଏକ ହୋମ ପାଇପ୍ ଉପରେ ବିଶ୍ରାମ ନେଉଥିବା ବେଳେ କୌଣସି ବ୍ୟକ୍ତି ଶିବ ପ୍ରସାଦ ଉପରକୁ ଏସିଡ଼ି ମାଡ଼ କରି ପଳାଇ ଯାଇଥିଲା । ଏହାପରେ ଶିବ ଶରୀରରେ ଯନ୍ତ୍ରଣା ଅନୁଭବ କରିବାରୁ କଷ୍ଟରେ ନିଜର ମା ଙ୍କୁ ଡ଼ାକ ପକାଇଥିଲା । ମା ପହଁଞ୍ଚି ପୁଅର ଶରୀରରୁ ଏସିଡ଼ର ଗନ୍ଧ ପାଇଥିଲେ ଏବଂ ପିନ୍ଧିଥିବା ସାର୍ଟକୁ ଖୋଲିଦେବା ପରେ ପିଠି, ଛାତି ଓ ଜଙ୍ଘ ଆଦି ଏସିଡ଼ ପ୍ରଭାବରେ ପୋଡ଼ି ଯାଇଥିବାର ଦେଖିବାକୁ ପାଇଥିଲେ । ଗୁରୁତ୍ତର ଅବସ୍ଥାରେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡ଼ାକ୍ତରଖାନାକୁ ନେଇ ଯାଇଥିଲେ । ସେଠାରେ ଡ଼ାକ୍ତର ପ୍ରାଥମିକ ଚିକିତ୍ସା ପରେ  ଘରକୁ ପଠାଇ ଦେଇଥିଲେ ; ମାତ୍ର ଶିବଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ପୁଣି ଉଦଳା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଖବରପାଇ କପ୍ତିପଦା ଥାନା ପୁଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏସିଡ଼ ପିଙ୍ଗିଥିବା ବ୍ୟକ୍ତି ଓ ଏସିଡ଼ ମାଡ଼ର କାରଣ ସମ୍ପର୍କରେ କୌଣସି ସୁରାକ ପାଇପାରି ନ ଥିବାର ଜଣାପଡ଼ିଛି । 

 

0
0
0
s2sdefault