ହେଡଲାଇନସ୍:

ଲକ ଡାଉନ ବେଳର ବିରଳ ଚିତ୍ର : ଭାରତ ବାଲାଙ୍କ "ଉଠିବା ଆମେ" (ଦେଖନ୍ତୁ ଫିଲ୍ମଟି)

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାର୍ଚ୍ଚ ୨୪ ଠାରୁ ଭାରତ ଏକ ଲମ୍ବା ତାଲା ବନ୍ଦରେ | ଅଜଣା ଭୟର ଆତଙ୍କ ଆଚ୍ଛାଦିତ କରିଥଲା ପୁରା ୯ ସପ୍ତାହ | ନିରବି ଯାଇଥିଲା ସହର, ଥମିଯାଇଥିଲା ଜୀବନ ଯାତ୍ରା, ଗହଳଚହଳରେ ଭରି ଉଠୁଥିବା ଗାଁ ବି ଚୁପଚାପ ହୋଇଯାଇଥିଲା | ଭିଡ଼ର ଲହଡି ଭାବୁଥିରେ ମାର୍କେଟ କମ୍ପ୍ଲେକ୍ସ, ସପିଙ୍ଗ ମଲ, ବଜାର, ହାଟଗୁଡିକରେ ରାଜୁତି କରୁଥିଲା ଶ୍ମଶାନର ଶୁନ୍ୟତା | ପ୍ରାର୍ଥନାସ୍ଥଳ ହୋଇ ପଡିଥିଲା ଶ୍ରଦ୍ଧାଳୁ ଆଓ ଆଧ୍ୟାତ୍ମିକତା ବିହୀନ |  ହଜିଯାଇଥିଲା ପାର୍କ, ବେଳାଭୂମି, ଥିଏଟରର କୋଳାହଳ |  

ଏଭଳି ସମୟ ବୋଧହୁଏ ଇତିହାସରେ ପ୍ରଥମ ଥର ପାଇଁ ସମ୍ମୁଖୀନ ହୋଇଥିଲା ମାନବ ଜାତି | ଯେତେବେଳେ ସବୁ କିଛି ଥମି ଯାଇଥିଲା , ସେତେବେଳେ ଜଣାଶୁଣା ଫିଲ୍ମ ନିର୍ମାତା ଭାରତ ବାଲା ଆଉ ତାଙ୍କ ୧୧୭ ଜଣ ସଦସ୍ୟଙ୍କୁ ନେଇ ୧୫ ଟି ଫିଲ୍ମ କ୍ରିୟୁ ପଦାକୁ ବାହାରିଥିଲା ମାନବ ଜାତି ସମ୍ମୁଖୀନ ହୋଇଥିବା ଦେଶବ୍ୟାପୀ ଲକ ଡାଉନର ବିରଳ ଚିତ୍ରକୁ ତୋଳି ଧରିବା ପାଇଁ , ଆଉ ସାଇତି ରଖିବା ପାଇଁ ଏ ବିରଳ ଘଟଣାର ଚିତ୍ର ଭବିଷ୍ୟତ ବଂଶଧର ପାଇଁ | ହଜାର ହଜାର କିଲୋମିଟର ଯାତ୍ରା କରିଥିଲେ  କାଶ୍ମୀର ରୁ କେରଳ ଆଉ ଗୁଜୁରାଟରୁ ଆସାମ ପ୍ରାୟ ୧୪ଟି  ରାଜ୍ୟ | ଆଉ ଏହାରି ପରିଣାମ ସ୍ୱରୂପ ଜନ୍ମ ନେଇଥିଲା ଲକ ଡାଉନ ବେଳର ୪ ମିନିଟିଆ ବିରଳ ବୃତ୍ତଚିତ୍ର ବହୁ ଭାଷାରେ ପ୍ରସ୍ତୁତ "ଉଠିବା ଆମେ! " | ଥମିଯାଇଥିବା ଜୀବନ, ଠପ ହୋଇଯାଇଥିବା ସହର ଓ ଗାଁ ଆଉ ହତାଶ ହୋଇପଡିଥିବା ଲୋକଙ୍କ ମନରେ ଭରସା ଓ ଆତ୍ମବିଶ୍ୱାସ ପୁନଃରୋପିତ କରିବା ପାଇଁ ଏଜ ନିଆରା ପ୍ରେରଣାଦାୟୀ ନିଶ୍ଚୟ  | ପୁଣି ଉଠିବାକୁ ଏକ ଆହ୍ବାନ " ଉଠିବା ଆମେ" | ଆଉ ତାହା ଦେଖିଲା ଭଳି ହୋଇଛି ପ୍ରତି ଭାରତୀୟଙ୍କ ପାଇଁ | 

 

0
0
0
s2sdefault