ହେଡଲାଇନସ୍:

କୋଭିଡ୍ - ୧୯ ମୁକାବିଲା ମୋଟ ଖର୍ଚ୍ଚର ଶ୍ୱେତ ପ୍ରକାଶ କରାଯାଉ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାମଗ୍ରୀ କିଣାରେ ଦୂର୍ନୀତିର ତଦନ୍ତ ହେଉ :-ସି.ପି.ଆଇ.(ଏମ୍) 

ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟରେ କରୋନା ମୁକାବିଲା ପାଇଁ ହେଉଥିବା କୋଟି କୋଟି ଟଙ୍କା ଖର୍ଚ୍ଚକୁ ସାର୍ବଜନୀନ କରିବା ସକାଶେ ସି.ପି.ଆଇ.(ଏମ୍) ପକ୍ଷରୁ ପୂର୍ବରୁ ଏକ ପତ୍ରରେ ମୂଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କୋଭିଡ୍ ସାମଗ୍ରୀ ଯଥା, ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ (ଚଚଋ) , ମାସ୍କ, ରେପିଡ୍ ଟେଷ୍ଟିଂ କିଟ୍ ଆଦି କିଣାରେ ଦୂର୍ନୀତିର ଗନ୍ଧ ପ୍ରକାଶ ପାଇବାରେ ଲାଗିଛି । ବହୁ ଆଡମ୍ବର ପୂର୍ଣ୍ଣ ପ୍ରଚାର ଓ ନିଶ୍ଚିତ ଆଶ୍ୱାସନା ପ୍ରଦାନ କରି ରାଜ୍ୟ ସରକାର ବଛା ବଛା ପ୍ରଶାସନିକ ସେବା ଅଫିସର ଓ ଆଉ କେତେକ ସରକାରୀ କଳ ବାହାର ର କିଛି ବ୍ୟକ୍ତିଙ୍କ ହାତରେ ରାଜ୍ୟର କୋଭିଡ ୧୯ ର ମୁକାବିଲା ଓ ପ୍ରଚାର ଦାୟିତ୍ୱକୁ ଟେକି ଦେଇଥିଲେ, ଏବେ କୋଭିଡ ସାମଗ୍ରୀ କିଣା କାରବାରରେ ମୂଖ୍ୟମନ୍ତ୍ରୀଙ୍କ ଅତି ବିଶ୍ୱସ୍ତ ଅଳିନ୍ଦର ଅଫିସର ଗୋଷ୍ଠୀ  ଜଡିତ ଥିବା ଅଭିଯୋଗ ଉଠିଛି । 

ପୂର୍ବରୁ କେତେକ ଘରୋଇ ବ୍ୟବସାୟୀ କମ୍ପାନୀ ନିବେଶରୁ  ଚଚଋ କିଟ୍ ଆଣି ବିଭିନ୍ନ ରାଜ୍ୟକୁ ଚଢାଦରରେ ବିକ୍ରୀ କରୁଥିବା ଅଭିଯୋଗ ଉଠିଥିଲା । ଏ ସମ୍ପର୍କୀୟ ଦିଲ୍ଲୀ ହାଇକୋର୍ଟ ରେ ଏକ ମକଦ୍ଦମା ମଧ୍ୟ ଦାଏର ହୋଇଛି । ଏଣୁ ଓଡିଶାରେ ଏଭଳି ଦୂର୍ନୀତିକୁ ମଧ୍ୟ ଏଡାଇ ଦେଇ ହେବ ନାହିଁ । 

ଜିଲ୍ଲାମାନଙ୍କରେ ସଙ୍ଗରୋଧ କେନ୍ଦ୍ର ପରିଚାଳନା ଏବଂ ପ୍ରବାସୀ ଶ୍ରମିକମନାଙ୍କ ମୁଣ୍ଡପିଛା କେତେ ଖର୍ଚ୍ଚ କରାଯାଇଛି ତାର ମଧ୍ୟ ତଦନ୍ତ ହେବା ଆବଶ୍ୟକ । ରାଜ୍ୟ ସରକାର ପ୍ରଥମେ ସଙ୍ଗରୋଧ କେନ୍ଦ୍ର ମାନଙ୍କରେ ୧୪ ଦିନ ରହଣି ପାଇଁ ଖର୍ଚ୍ଚ ଅଟକଳ କରିଥିଲେ । ଏବେ ସାତ ଦିନ ପରେ ସଙ୍ଗରୋଧ କେନ୍ଦ୍ରରୁ ବିଦାୟ ହେଉଥିବା ବେଳେ ବାକି ୭ ଦିନର ଖର୍ଚ୍ଚ ସମ୍ପର୍କରେ ମଧ୍ୟ ସ୍ପଷ୍ଟିକରଣ ଦେବା ଦରକାର । ଏତଦ୍ବ୍ୟତୀତ ଅଧିକାଂଶ ସଙ୍ଗରୋଧ କେନ୍ଦ୍ରରେ ନିମ୍ନମାନର ଖାଦ୍ୟ, ପାନୀୟ ଜଳ ଯୋଗାଣ, ପାଇଖାନା ଆଦିରେ ବ୍ୟାପକ ଆସୁବିଧା ଏବଂ ସଙ୍ଗରୋଧ ସରିବା ପରେ ସରକାରଙ୍କ ଘୋଷିତ ୨୦୦୦ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କେବଳ ପ୍ରଚାରରେ ସିମୀତ । 

କୋଭିଡ୍ ହସ୍ପିଟାଲ ରୂପେ ସରକାରୀ ଖର୍ଚ୍ଚ ସହାୟତାରେ ଯେଉଁ ଘରୋଇ ହସପିଟାଲ ଗୁଡିକୁ ଘୋଷଣା କରାଯାଇଛି, ସେଠାରେ ମଧ୍ୟ ଆବଶ୍ୟକୀୟ ବ୍ୟବସ୍ଥାର ଘୋର ଅଭାବର ଅଭିଯୋଗ ମଧ୍ୟ ଆସୁଛି । ଆବଶ୍ୟକ ସଂଖ୍ୟକ ପାଇଖାନା, ଗାଧୁଆ ଘରର ଅଭାବ ସାଙ୍ଗକୁ ପୁରୁଣା ବେଡ୍ସିଟ୍ ବ୍ୟବହୃତ ପୋଷାକ ଆଦି ଯୋଗାଣ ହେଉଥିବା ଅଭିଯୋଗ ମଧ୍ୟ ଚିକିତ୍ସିତ  ହେଉଥିବା ରୋଗୀଙ୍କ ପରିବାର ଲୋକେ କରୁଛନ୍ତି ।ଏହି ସମସ୍ତ ଦୂର୍ନୀତି ଓ ଅବ୍ୟବସ୍ଥା ସମ୍ପର୍କରେ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରି ସଂପୃକ୍ତ ଅଫିସରମାନଙ୍କ ବିରୋଧରେ ଦୃତ କାର୍ଯାନୁଷ୍ଠାନ  ପାଇଁ ଦାବୀ କରୁଛୁ । 

0
0
0
s2sdefault