ହେଡଲାଇନସ୍:

ମୟୂରଭଞ୍ଜ :ମାସ୍କ ପିନ୍ଧି ନ ଥିବାରୁ ୧.୪୫ ଲକ୍ଷ ଟଙ୍କା ଜୋରିମାନା ଆଦାୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚଳିତ ମାସରେ ୯.୭୮ ଲକ୍ଷ ଜୋରିମାନା ଆଦାୟ

ବାରିପଦା(ଦିଲ୍ଲୀପ ମହାନ୍ତି )- ନୋଭେଲ କୋଭିଡ଼-୧୯ ମହାମାରୀ ମୁକାବିଲା ନିମନ୍ତେ ଜାରି ରହିଛି ମହାସଂଗ୍ରାମ । ଏହିସମୟରେ ଜୁନ ପହିଲାଠାରୁ ପଞ୍ଚମ ପାଳିର ଲକ୍ ଡ଼ାଉନ ବା ଅନ୍ଲକ୍-୧ ମାଗଦର୍ଶୀକା ଜାରି ହୋଇଛି । ଏହି ସମୟରେ ପୁଲିସ ଡ଼ିଜି ମାସ୍କ ପରିଧାନ କରୁ ନ ଥିବା ବ୍ୟକ୍ତିମାନଙ୍କ ନିକଟରୁ ଜୋରିମାନା ଆଦାୟ ସହିତ ଗିରଫ କରାଯିବ ବୋଲି ଗୋଷଣା କରିବା ପରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ଜିଲ୍ଲାରେ କଡ଼ାକଡ଼ି ଭାବେ ଲାଗୁ କରାଯାଇ ଜୁନ ୫ରେ ଜିଲ୍ଲାର ୩୦ ଗୋଟି ଥାନା ପକ୍ଷରୁ ଚଢ଼ାଉ କରାଯାଇ ୪୫୨ ଜଣ ନିୟମ ଭଙ୍ଗକାରୀମାନଙ୍କ ନିକଟରୁ  ୧ଲକ୍ଷ ୪୫ ହଜାର ୬ ଶହ ଟଙ୍କା ଫାଇନ ଆଦାୟ କରାଯାଇଛି । ଏହାମଧ୍ୟରେ ବହଳଦା ଥାନା ପୁଲିସ ପକ୍ଷରୁ ୨୪ ଜଣ ନିୟମ ଭଙ୍ଗକାରୀମାନଙ୍କ ନିକଟରୁ ସର୍ବାଧିକ ୧୨ ହଜାର ଟଙ୍କା ଫାଇନ କଟାଯାଇଥିବା ବେଳେ ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ୨୧ ଜଣ ଓ ଉଦଳା ଥାନାରେ ୫୩ ଜଣଙ୍କ ନିକଟରୁ ୧୦ ହଜାର ୫ ଶହ, ବାରିପଦା ଟାଉନ ଥାନାରେ ୨୦ ଜଣଙ୍କ ନିକଟରୁ ୧୦ ହଜାର ଟଙ୍କା ଆଦାୟ କରାଯାଇଛି । ସେହିପରି ପୁଲିସ ବିଭାଗର ରାଇରଙ୍ଗପୁର ଉପଖଣ୍ଡ ଅଞ୍ଚଳରେ ୧୧୮ ଜଣଙ୍କ ନିକଟରୁ ସର୍ବାଧିକ ୪୩ ହଜାର ୧୦୦,  ବେତନଟୀ ଉପଖଣ୍ଡରେ ୭୫ ଜଣଙ୍କ ନିକଟରୁ ୩୪ ହଜାର ୫ ଶହ , ବାରିପଦା ଉପଖଣ୍ଡରେ ୯୨ ଜଣଙ୍କ ନିକଟରୁ ୩୦ ହଜାର ୧୦୦, କରଞ୍ଜିଆ ଉପଖଣ୍ଡରେ ୮୯ ଜଣଙ୍କ ଠାରୁ ୧୯ ହଜାର ୪ ଶହ ଏବଂ ଉଦଳା ଉପଖଣ୍ଡରେ ୭୮ ଜଣଙ୍କ ଠାରୁ ୧୮ ହଜାର ୫ ଶହ ଟଙ୍କା ଆଦାୟ କରାଯାଇଛି । ଏଥି ସହିତ ଚଳିତ ଜୁନ ମାସରେ ମୟୂରଭଞ୍ଜ ଜିଲ୍ଲାରୁ ୯ ଲକ୍ଷ ୭୮ ହଜାର ୫ ଶହ ଟଙ୍କା ଫାଇନ ଆଦାୟ କରାଯାଇଥିବା ସମୟରେ ବାରିପଦା ଉପଖଣ୍ଡରେ ସର୍ବାଧିକ ୨ ଲକ୍ଷ ୪୪ ହଜାର, ବେତନଟୀ ଉପଖଣ୍ଡରେ ୨ଲକ୍ଷ ୪୦ ହଜାର ୭ ଶହ, ରାଇରଙ୍ଗପୁର ଉପଖଣ୍ଡରେ ୨ଲକ୍ଷ ୩୦ ହଜାର ୧୦୦, କରଞ୍ଜିଆ ଉପଖଣ୍ଡରେ ୧ଲକ୍ଷ ୪୧ ହଜାର ଏବଂ ଉଦଳା ଉପଖଣ୍ଡରେ ୧ଲକ୍ଷ ୨୨ ହଜାର ୭ ଶହ ଟଙ୍କା ଜୋରିମାନା କଟାଯାଇଥିବାର ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାରଙ୍କ ସୂତ୍ରରୁ ଜଣାପଡ଼ିଛି । ତେବେ ପୁଲିସ ପକ୍ଷରୁ ବିଭିନ୍ନ ଥାନାଗୁଡ଼ିକ ପକ୍ଷରୁ  ଆଦାୟ ହୋଇଥିବା ଫାଇନରେ ତାରତମ୍ୟ ପରିଲକ୍ଷିତ ହୋଇଛି । ସମାନ ଦୋଷକୁ ସମାନ ଜୋରିମାନା ଆଦାୟ ବଦଳରେ କମ୍ ବେଶୀ ଫାଇନ ଆଦାୟ ହୋଇଥିବାର ପରିଲକ୍ଷିତ ହୋଇଛି । ବାରିପଦା ଟାଉନ , ବାଙ୍ଗିରିପୋଷି, କୁଳିଅଣା ଆଦି କେତେକ ଥାନା  ପୁଲିସ ପକ୍ଷରୁ ଏଭାରେଜ ୫ ଶହ ଟଙ୍କା ଫାଇନ ଆଦାୟ କରାଯାଇଥିବା ବେଳେ ବାଦାମପାହାଡ଼, ଗୋରୁମହିଷାଣି, ବିଶୋଇ ଆଦି ଥାନାଗୁଡ଼ିକରେ ଆଭେରେଜ ୨ ଶହ ଟଙ୍କା ହିସାବରେ ଏବଂ କରଞ୍ଜିଆ ଥାନା ପୁଲିସ ପକ୍ଷରୁ ୨୨ ଜଣ ମାସ୍କ ପରିଧାନ କରିନଥିବା ବ୍ୟକ୍ତିମାନଙ୍କ ନିକଟରୁ ୨୨୭.୨୭ ପ୍ରତିଶତ ହାରରେ ଜୋରିମାନା ଆଦାୟ କରାଯାଇଥିବାର ପରିଲକ୍ଷିତ ହୋଇଛି । 

 

0
0
0
s2sdefault