ହେଡଲାଇନସ୍:

ମାଇକ୍ରୋଫାଇନେନ୍ସ କମ୍ପାନୀ ପକ୍ଷରୁ ଟଙ୍କା ଆଦାୟକୁ ବିରୋଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର/ଝାରସୁଗୁଡା(ରମାକାନ୍ତ ବିଶ୍ବାଳ): ଲକ ଡାଉନ ସମୟରେ ସମସ୍ତ ରୁଣ ଆଦାୟ ଉପରେ ସରକାର ରୋକ ଲଗାଇଥିଲେ ହେଁ ଝାରସୁଗୁଡା ଜିଲ୍ଲାରେ କିଛି ମାଇକ୍ରୋ ଫାଇନାନ୍ସ କମ୍ପାନୀ ଜୋରଜବରଦସ୍ତ ରୁଣ ଆଦାୟ କରୁଥିବା ଅଭିଯୋଗ ହୋଇଛି । ମାଇକ୍ରୋ ଫାଇନାନ୍ସ ଏଜେଣ୍ଟମାନେ ଘରକୁ ଆସି ଗରିବ ଉପୋଭକ୍ତାମାନଙ୍କୁ ସେମାନେ ଉଠାଣ କରିଥିବା ଟଙ୍କା ପୈଠ କରିବା ପାଇଁ ବାଧ୍ୟ କରୁଛନ୍ତି । ଏହାସହ ଲକ ଡାଉନ ସମୟରେ ପୈଠ କରି ନଥିବା ଟଙ୍କାର ୨୪ ପ୍ରତିଶତ ଅଧିକ ସୁଧ ଦେବାକୁ ପଡିବ ବୋଲି କହୁଛନ୍ତି । ତେବେ ଏହି ମାଇକ୍ରୋ ଫାଇନାନ୍ସ କମ୍ପାନୀଗୁଡିକଠାରୁ ଗରିବ ଶ୍ରଣୀର ଏହି ମହିଳାମାନେ ଲୋନ ନେଇ ଥିଲେ । ତେବେ ଲକ ଡାଉନ କାରଣରୁ ସେମାନଙ୍କର କାମଧନ୍ଦା ସବୁ ବନ୍ଦ ହୋଇଯାଛି । ତେଣୁ ଏହି ସମୟରେ ସେମାନେ ରୂଣ ପରିଷୋଧ କରିପାରିବେ ନାହିଁ । ଏବଂ ତାଙ୍କୁ ଅଧିକ ମାନସିକ ଚାପ ପ୍ରୟୋଗ  କଲେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ତଲିଭଟା ଅଂଚଳର ଗରିବ ମହିଳାମାନେ କହିଛନ୍ତି । ଏହାସହ ଝାରସୁଗୁଡା ଜିଲ୍ଲାର କେତେକ ମହିଲା ଜିଲ୍ଲାପାଳଙ୍କ ନିକଟରେ ଦାବି ପତ୍ର ପ୍ରଦାନ କରି ମାଇକ୍ରୋ ଫାଇନାନ୍ସ କମ୍ପାନୀ ସରକାରଙ୍କ ନିୟମକୁ ବେଖାତିର କରି ଆଦାୟ କରୁଥିବା ରୁଣ ଟଙ୍କା ଉପରୋ ରୋକ ଲଗାଇବା ପାଇଁ ଦାବି କରିଛନ୍ତି ।

0
0
0
s2sdefault