ହେଡଲାଇନସ୍:

ମୟୂରଭଞ୍ଜ : ଚିହ୍ନଟ ହେଲେ ୧୩ କରୋନା ଆକ୍ରାନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରଥମ ଥର ସଙ୍ଗରୋଧ କେନ୍ଦ୍ର ବାହାରୁ ଜଣେ କରୋନା ପଜିଟିଭ ଚିହ୍ନଟ

କରୋନା ଆକ୍ରାନ୍ତଙ୍କୁ ନେଇ ଜନସାଧାରଣରେ ଉଦ୍ବେଗ

ବାରିପଦା(ଦିଲ୍ଲୀପ ମହାନ୍ତି )- ପୁଣି ଆଜି ମୟୂରଭଞ୍ଜ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ୧୩ କରୋନା ପଜିଟିଭ । ଏମାନଙ୍କ ମଧ୍ୟରୁ ୬ ଜଣ ସରକାରଙ୍କ ଅସ୍ଥାୟୀ କ୍ୱରେଣ୍ଟିନ, ୬ ଜଣ ହୋମ୍ କ୍ୱରେଣ୍ଟିନରେ ଥିଲେ ଏବଂ ଅନ୍ୟଟି ଲୋକାଲ କେଶ ରହିଛି । ଏ ନେଇ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ସମସ୍ତ କରୋନା ଆକ୍ରାନ୍ତମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ଟିଏମସି କ୍ୱାରେଣ୍ଟିନଗୁଡ଼ିକରୁ ମହାରାଷ୍ଟ୍ର ଫେରନ୍ତା ୪ ଓ ଦିଲ୍ଲୀ ଫେରନ୍ତା ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସମୟରେ ନୂତନ ଭାବେ ବହଳଦା ବ୍ଲକ ଟିଏମସି ସେଣ୍ଟରରୁ ଜଣେ ଏବଂ ବ୍ଲକର ସଶୋ ଗ୍ରାମପଞ୍ଚାୟତରୁ ଲୋକାଲ କେଶ ଗୋଟାଏ ରହିଛନ୍ତି । ସେହିପରି ଯଶୀପୁର ବ୍ଲକ ଟିଏମସି ସେଣ୍ଟରରୁ ୬ ତାମିଲନାଡ଼ୁ ଫେରନ୍ତା ଚିହ୍ନଟ ହୋଇଛନ୍ତି ।  ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ପଜିଟିଭ କେଶ ବୃଦ୍ଧି ପାଇ ୭୦  ପହଞ୍ଚିଁଥିବା ସମୟରେ ଗତ କାଲିର ଜଣେଙ୍କୁ ମିଶାଇ ୧୫ ଜଣ ସୁସ୍ଥ ରହିଛନ୍ତି ଏବଂ  ସକ୍ରିୟ ଥିବା ୫୫ ଜଣଙ୍କୁ ବାରିପଦା ବାଙ୍କିଶୋଳସ୍ଥିତ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିର ଚିହ୍ନଟ ହୋଇଥିବା ୧୩ କରୋନା ସଂକ୍ରମିତମାନଙ୍କର ଯାତ୍ରା ବିବରଣୀକୁ ଯାଞ୍ଚ କରାଯାଉଛି । ଆଜି ଜିଲ୍ଲାରେ ନୂତନ ଭାବେ ଚିହ୍ନଟ ହୋଇଥିବା ବହଳଦା ବ୍ଲକକୁ ମିଶାଇ ଜିଲ୍ଲାରେ ୧୧ଟି ବ୍ଲକ ଓ ଗୋଟାଏ ପୌରପରିଷଦରେ କରୋନା ତାର କାୟା ବିସ୍ତାର କରିସାରିଛି । 

                 ତେବେ ହୋମ୍ କ୍ୱରେଣ୍ଟିନ ଏବଂ ସଙ୍ଗରୋଧ କେନ୍ଦ୍ର ବାହାରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜନସାଧାରଣଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇବା ସାଙ୍ଗକୁ ଏକ କୁକୁଆ ଭୟ ଖେଳାଇ ଯାଇଥିବାର ପରିଲକ୍ଷିତ ହୋଇଛି । ଏହା ପରବର୍ତ୍ତି ସମୟରେ ଜିଲ୍ଲାରେ ଗୋଡଥି  ସଂକ୍ରମଣ ଦିଗକୁ ରାସ୍ତା କଢ଼ାଇ ନେବାରେ ସହାୟକ ହେବ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି । ଏଥି ସହିତ ଜିଲ୍ଲା ପ୍ରଶାସନର ସାହାଣ ମେଲା ନୀତିକୁ ମଧ୍ୟ ଜନସାଧାରଣରେ ସମାଲୋଚନା କରାଯାଉଥିବାର ପରିଲକ୍ଷିତ ହୋଇଛି । 

 

0
0
0
s2sdefault