ହେଡଲାଇନସ୍:

ତିନି ଠାକୁର ଅଣସର ଘରେ,  ଅଲାରନାଥ ବି ୧୪୪ ଧାରାରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ (ସ୍ୱତନ୍ତ୍ର ପ୍ରତିନିଧି) : ପ୍ରଚଳିତ ବିଧି, ପରଂପରା ଓ ଲୋକୋକ୍ତି ଅନୁଯାୟୀ ଅଣସର ଘରେ ତିନି ଠାକୁର ରହିବା ପରେ ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କ ଦର୍ଶନ ଅନୁରୂପ କରିଥାନ୍ତି  ଭକ୍ତମାନେ | ହେଲେ ଏଥର କିନ୍ତୁ ସେ ସୌଭାଗ୍ୟ ବି ମିଳିବନି ଶ୍ରଦ୍ଧାଳୁ ଭକ୍ତଙ୍କୁ | ଅଣସର ପିଣ୍ଡି ଉପରେ ବିରାଜମାନ ହୋଇ ତିନି ଠାକୁର ଚିକିତ୍ସା ପାଉଥିବା ବେଳେ ପନ୍ଦର ଦିନ କାଳ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟା ତଥା ବୈଦ୍ୟ ମାନଙ୍କ ଦ୍ଵାରା ବିଭିନ୍ନ ଜଡିବୁଟି ଓ ନାନାଦି ପଥିରେ ଉପଚାର କରାଯିବ |ଏହି ସମୟରେ  ପଟିଦିଅଁ ( ବାସୁଦେବ, ଭୁବନେଶ୍ବରୀ ଓ ନାରାୟଣ ରୂପରେ) ଦର୍ଶନ ଦେବାର ପରଂପରା ରହିଥିବା ବେଳେ  ଅଲାରନାଥ ମନ୍ଦିରରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ ଶ୍ରୀଜୀଉଙ୍କ ଦର୍ଶନ ସମତୁଲ୍ୟ ବିବେଚନା କରାଯାଏ |  ହେଲେ ଏଥର ବି ତାହା  ବାରଣ କରୋନା କାରଣରୁ  | କାରଣ ୧୪୪ ଧାରା ଭିତରେ ବି ଠାକୁର ଅଲାରନାଥ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ | 

0
0
0
s2sdefault