ହେଡଲାଇନସ୍:

ଓଡ଼ଗାଁ ବ୍ଳକ ଅଞ୍ଚଳରେ କାୟା ବଢାଇ ଚାଲିଛି କରୋନା

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

 ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲାରେ କରୋନା କାୟାବିସ୍ତାର କରିଚାଲିଥିବା ବେଳେ ଓଡ଼ଗାଁ ବ୍ଳକ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଁଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ଯେତିକି ବଢୁଛି ଲୋକମାନେ କଟକଣାକୁ ସେତିକି ହାଲକା  ଭାବେ ନେଉଥିବା ଦେଖିବାକୁ ମିଳୁଛି । ଶନିବାର ଦିନ ରାଜ୍ୟରେ ୧୭୩ଜଣ ନୂଆ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାରେ ୭ଜଣ ଚିହ୍ନଟ ହୋଇଛନ୍ତି ।  ସେଥିମଧ୍ୟରୁ ଓଡ଼ଗାଁ ଅଂଚଳର  ୬ ଜଣ ବୋଲି ଜଣାପଡିଛି । ଗିରିଡ଼ିପଲ୍ଲୀ ଗ୍ରାମପଞ୍ଚାୟତ ଝାଡ ସାହି ସଙ୍ଗରୋଧ ଗୃହରୁ ୨ଜଣ, ରଂଗଣିପାଟଣା ଗ୍ରାମପଞ୍ଚାୟତ ଗୋଡିପଲ୍ଲୀ ସଙ୍ଗରୋଧ ଗୃହରୁ ୩ଜଣ ଏବଂ ସୁନାମୁଁହି ସଙ୍ଗରୋଧ ଗୃହରୁ ୧ଜଣ  ଅଟନ୍ତି । ଆକ୍ରାନ୍ତମାନେ ଚିହ୍ନଟ ହେବାପରେ ଗତକାଲି ମଧ୍ୟରାତ୍ରରେ ସମସ୍ତ ଆକ୍ରାନ୍ତଙ୍କୁ ପ୍ରଶାସନ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ପଠାଇ ଦେଇଥିବା ଜଣାଯାଇଛି ।

 

0
0
0
s2sdefault