ହେଡଲାଇନସ୍:

ମଳଯୁକ୍ତ ମଇଳା ଓ ପଚା ମଇଳା ପ୍ଲାଣ୍ଟର ପରିଚାଳନା ଦାୟିତ୍ୱ ନେଲେ ମହିଳା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବିଶ୍ୱ ପରିବେଶ ଦିବସ ଅବସରରେ ବାରିପଦା ପୌରପରିଷଦର ରଘୁନାଥପୁରସ୍ଥିତ ମଳଯୁକ୍ତ ମଇଳା ଓ ପଚା ମଇଳା ପ୍ଲାଣ୍ଟର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ସ୍ଥାନୀୟ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ହସ୍ତାନ୍ତର କରାଯାଇଛି ସରକାରଙ୍କ ଭିଡ଼ିଓ କନଫରେନ୍ସି ଜରିଆରେ ଓଡ଼ିଶା ନଗର ଉନ୍ନୟନ ଓ ପଞ୍ଚାୟତି ରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ବାରିପଦା ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ବାରିପଦା ବ୍ଲକ ବିଡ଼ିଓ ସରୋଜ କୁମାର ଦାଶ ରଘୁନାଥପୁରସ୍ଥିତ ଶ୍ରଦ୍ଧାସବୁରୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ନିରୂପମା ସ୍ୱାଇଁଙ୍କୁ ପ୍ଲାଣ୍ଟର ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ବାରିପଦା ପୌରପରିଷଦ ପକ୍ଷରୁ ଅନୁଷ୍ଠିତ  ଉକ୍ତ ଭିଡ଼ିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଚଞ୍ଚଳ ରଣା , ଜିଲ୍ଲା ଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ, ପୌରପରିଷଦର କର୍ମଚାରୀ ପ୍ରମୁଖଙ୍କ ସହିତ ଶ୍ରଦ୍ଧାସବୁରୀ ସ୍ୱୟଂ ସହାୟିକା ଗୋଷ୍ଠୀର ସମସ୍ତ ୧୦ ଜଣ ସଦସ୍ୟାମାନେ ଉପସ୍ଥିତ ରହିଥିଲେ ।

                 ସୂଚନା ଯୋଗ୍ୟ ଯେ, ଉକ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତା ଓ ସଦସ୍ୟାମାନଙ୍କୁ ପ୍ଲାଣ୍ଟର ରକ୍ଷଣାବେକ୍ଷଣ ଓ ପରିଚାଳନା ସମ୍ପର୍କରେ ୩ ମାସ ଧରି ତାଲିମ ପ୍ରଦାନ କରାଯାଇଥିଲା ଏବଂ ସ୍ୱୟଂ ସାୟିକା ଗୋଷ୍ଠୀମାନେ ବର୍ତ୍ତମାନ କୌଶଳି କାର୍ଯ୍ୟ ତ୍ୟାଗ କରି ପରିଚାଳନା ଦାୟିତ୍ୱ ନେଇ ନିଜକୁ ସ୍ୱାବଲମ୍ବୀ କରାଇ ପାରିବେ ବୋଲି ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ମତପୋଷଣ କରିଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ଗଣମାଧ୍ୟମକୁ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି । 

0
0
0
s2sdefault