ଏବେ ସହରୀ ଜଙ୍ଗଲକୁ ଗୁରୁତ୍ଵ ଦେଇ ପାଳିତ ହେବ ବିଶ୍ଵ ପରିବେଶ ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦେଶର ୨୦୦ ମହାନଗରୀରେ ଉଦ୍ୟାନ ଥିବା ସତ୍ଵେ ଜଙ୍ଗଲ ନଥିବାରୁ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି

ନୂଆଦିଲ୍ଲୀ/ଏସପିବି : ପ୍ରତିବର୍ଷ ଜୁନ 5 ତାରିଖ ଦିନ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଥାଏ । ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ବିଷୟବସ୍ତୁ ଅନୁସାରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ବିଭିନ୍ନ କାର୍ଯ୍ୟକ୍ରମର ସଂଯୋଜନା କରିଥାଏ । କୋଭିଡ-19 ବୈଶ୍ଵିକ ମହାମାରୀ ପରିପ୍ରେକ୍ଷୀରେ ମନ୍ତ୍ରଣାଳୟ ଜୈବ ବିବିଧତା ବିଷୟବସ୍ତୁକୁ ଆଧାର କରି ଚଳିତ ବର୍ଷ ସହରୀ ଜଙ୍ଗଲ ସୃଷ୍ଟି ଉପରେ ଗୁରୁତ୍ଵାରୋପ କରିଛି । 

ଭାରତରେ ଅଧିକ ଜନସଂଖ୍ୟା ଓ ଗୃହ ପାଳିତ ପଶୁଙ୍କ ଯୋଗୁଁ କମ ସମତଳ ଜମି ଉପଲବ୍ଧ ହେବା ସହ ମାତ୍ର ଶତକଡା 8 ଭାଗ ଜୈବ ବିବିଧତା ରହିଛି । ଆମ ଦେଶ ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ଓ ବୃକ୍ଷଲତା ଯୋଗୁଁ ଜୈବ ବିବିଧତାରେ ସମୃଦ୍ଧ । ଜୈବ ବିବିଧତାର ସଂରକ୍ଷଣ ପାରମ୍ପରିକ ଭାବେ ଦୂରଦୂରାନ୍ତ ବନାଞ୍ଚଳ ମଧ୍ୟରେ ସୀମାବଦ୍ଧ ଥିବା ବେଳେ ବ୍ୟାପକ ସହରୀକରଣ ଯୋଗୁଁ ସହରାଞ୍ଚଳରେ ଏହାର ସଂରକ୍ଷଣର ଆବଶ୍ୟକତା ଦେଖାଦେଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟ ସେ ଦୃଷ୍ଟିରୁ ସହରୀ ବନୀକରଣ ଯୋଜନାକୁ ପୁନଃ ଆରମ୍ଭ କରିବାକୁ ସ୍ଥିର କରିଛି । 

Pune: Warje Urban Forest now a role model for the country

ଦେଶର 200 ମହାନଗରୀରେ ଉଦ୍ୟାନ ଥିବା ସତ୍ଵେ ଜଙ୍ଗଲ ନଥିବାରୁ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି । ଏହାଫଳରେ ସହରଗୁଡିକରେ ସତେଜ ପରିବେଶ ଓ ଜଳବାୟୁ ଉପଲବ୍ଧ ହେବ ।ପୁଣେ ନଗରୀରେ 40 ଏକର ପରିମିତ ଜାଗାରେ ଏହି ବନୀକରଣ ହୋଇଛି । ଏଠାରେ 65 ହଜାରରୁ ଅଧିକ ଗଛ, 5ଟି ଜଳାଶୟ ଓ 2ଟି ପର୍ଯ୍ୟବେକ୍ଷଣ ଗମ୍ଭୁଜ ସହ 25 ରୁ 30 ଫୁଟ ଉଚ୍ଚତା ବିଶିଷ୍ଟ ଗଛ ଅଛି । ଏହି ଜଙ୍ଗଲରେ ଜୈବ ବିବିଧତାର ନିଦର୍ଶନ ସ୍ୱରୂପ 23 ପ୍ରଜାତିର ବୃକ୍ଷ, 29 ପ୍ରଜାତିର ପକ୍ଷୀ, 10 ପ୍ରଜାତିର ସରୀସୃପ ଓ 3 ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଦେଖାଯାଉଛନ୍ତି । ଏହି ସହରୀ ଜଙ୍ଗଲ ଯୋଗୁଁ ପରିବେଶ ସନ୍ତୁଳନ ରକ୍ଷା ହେବା ସହ ଏହା ପୁଣେବାସୀଙ୍କ ନିମନ୍ତେ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣର କେନ୍ଦ୍ର ଭାବେ ପରିଗଣିତ ହୋଇଛି । ଦେଶର ଅନ୍ୟମାନଙ୍କ ନିମନ୍ତେ ଏହି ସହରୀ ଜଙ୍ଗଲ ଏକ ଆଦର୍ଶ ରୂପେ ପରିଣତ ହୋଇଛି । 

 

 

0
0
0
s2sdefault