ହେଡଲାଇନସ୍:

ଲକ ଡାଉନ କୋହଳ ହୋଇଛି ଜୀବିକା ପାଇଁ, ଜୀବନକୁ ବିପନ୍ନ କରିବାକୁ ନୁହେଁ : ମୁଖ୍ୟମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ଲକ ଡାଉନ କୋହଳ ହେଲା ମାନେ ନୁହେଁ ଯେ କରୋନା ଚାଲିଗଲା

  • ପ୍ରବାସୀ ଓଡ଼ିଆ ଭାଇମାନେ ଆସୁଛନ୍ତି, ପୁଣି ମୁଣ୍ଡ ଉପରେ ମୌସୁମୀ 

  • ସଟ ଡାଉନ ଓ କର୍ଫ୍ୟୁ ମିଶି ଆମେ ୧୭ ଦିନ ରହିବା ଘରେ , ସଂକ୍ରମଣରୁ ଦୂରରେ

ଭୁବନେଶ୍ୱର (ଶାସକ ପ୍ରଶାସକ) : " କରୋନା ବିରୋଧରେ ଦୁଇମାସ ହେଲା ଲଢେଇ ଚାଲିଛି | ଆମେମାନେ ଲକ ଡାଉନରେ ରହିଆସିଛୁ | ଏ ଲଢେଇ ଲମ୍ବା ଲଢେଇ | ବାହାରୁ ପ୍ରବାସୀ ଓଡ଼ିଆ ଭାଇମାନେ ଆସୁଛନ୍ତି |  ପୁଣି ମୁଣ୍ଡ ଉପରେ ମୌସୁମୀ | ତେଣୁ ଆମକୁ ଅଧିକ ସତର୍କ ରହିବାକୁ ପଡିବ | ଲକ ଡାଉନ କୋହଳ ହେଲା ମାନେ ନୁହେଁ ଯେ କରୋନା ଚାଲିଗଲା | ସେ ଭୁଲ କରନ୍ତୁ ନାହିଁ |  ଜୁନ ମାସ ଆମ ପାଇଁ ଗୁରୁତ୍ୱପୂର୍ଣ | ତେଣୁ ଆପଣଙ୍କୁ ବିନମ୍ର ଅନୁରୋଧ କରୁଛି , କାମ ନଥିଲେ ବାହାରଲୁ ବାହାରନ୍ତୁ ନାହିଁ " ଆଜି ରାଜ୍ୟ ବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

 ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇ  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ " ପାଞ୍ଚ ଲକ୍ଷ ଓଡ଼ିଆ ଭାଇ ଭଉଣୀ ଫେରୁଛନ୍ତି | ସେମାନଙ୍କ ପ୍ରଭାବ ଆସନ୍ତା ୧୫ରୁ ୨୦ ଦିନ ମଧ୍ୟରେ କମିଯିବ | ଏପଟେ ଜୁନ ୧୦ ତାରିଖରେ ମୌସୁମୀ ଆସୁଛି | କାଶ ଥଣ୍ଡା ସର୍ଦ୍ଦି ରହିବ | ତେଣୁ ଏଥିପାଇଁ ଆସନ୍ତା ୨୫ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ |୧୫ ଦିନ ତଳେ ଦେଶରେ ୩ ହଜାର କରିନା ଆକ୍ରାନ୍ତ ହେଉଥିଲେ | ହେଲେ ଏବେ ତାହା ୧୦୦୦୦ରେ ପହଂଚିଲାଣି |  ଲକ ଡାଉନ କୋହଳ ହୋଇଛି ଜୀବିକା ପାଇଁ, ହେଲେ ଜୀବନକୁ ବିପନ୍ନ କଲା ଭଳି କାମ ଆମେ କରିବା ନାହିଁ | ଆମେ ସାବଧାନ ରହିବା ଜରୁରୀ | ଆତ୍ମା ସଂଯମତା ସମୟର ଆବଶ୍ୟକତା | ତେଣୁ ଅତ୍ୟାବଶ୍ୟକ ନପଡ଼ିଲେ ବାହାରକୁ ଯାନ୍ତୁ ନାହିଁ | ଯେତେବେଳେ ବାହାରକୁ ଯାଉଛନ୍ତି , ମାସ୍କ ପିନ୍ଧନ୍ତୁ | ଭଲ ଭାବେ ମାସ୍କ ପିନ୍ଧିଲେ ୯୦ % କରୋନା ଆଶଙ୍କା ଏଡାଇ ପାରିବା |  ହାଟ ବଜାର ଟ୍ରାଫିକ  ଆଦି ସର୍ବସାଧାରଣ ସ୍ଥଳରେ ସାମାଜିକ ଦୂରତା  ରକ୍ଷା କରନ୍ତୁ | ଘରକୁ ଆସଲେ ହାତକୁ  ଭଲ ଭାବେ ୨୦ ସେକଣ୍ଡ ପର୍ଯ୍ୟନ୍ତ   ଧୁଅନ୍ତୁ | ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି  ଅବା ୧୦ ବର୍ଷରୁ କମ ପିଲାଙ୍କୁ ବାହାରକୁ ଛାଡ଼ନ୍ତୁ ନାହିଁ | ୧୧ ଜିଲ୍ଲାରେ ସପ୍ତାହକୁ ଦୁଇଦିନ ଲକ ଡାଉନ |  ସପ୍ତାହକୁ ଦୁଇଦିନ,ଅର୍ଥାତ ମାସକୁ ଆମେ ଘରେ ରାହିବା ୮ ଦିନ | ରାତି ୭ଟାରୁ ସକାଳ ୫ଟା | ମାନେ ୧୦ ଘଣ୍ଟା କର୍ଫ୍ୟୁ | ୩୦ ଦିନରେ ୩୦୦ ଘଣ୍ଟା | ସଟ ଡାଉନ ଓ କର୍ଫ୍ୟୁ ମିଶି ଆମେ ୧୭ ଦିନ ରହିବା ଘରେ , ସଂକ୍ରମଣରୁ ଦୂରରେ | ଏହାଦ୍ୱାରା କେତେ ସଂକ୍ରମଣ କମିବ ଆପଣ ମାନେ ଚିନ୍ତା କରନ୍ତୁ | ସରକାରଙ୍କ ଗାଇଡ଼ ଲାଇନ ପାଳନ କରନ୍ତୁ | ଆମେ ଦୁଇମାସ ହେଲା ଯେଉଁ ଲଢେଇ ଲଢୁଛେ ତାକୁ ବିଫଳ ହେବାକୁ ଦେବାନାହିଁ | ଲକଡାଉନ ବା ସଟ ଡାଉନ ଥାଉ ବା ନଥାଉ, ଆମେ ଯଦି ଆମ ବାପା ମା ପିଲାଛୁଆଙ୍କ କଥା ଚିନ୍ତା କରି ସେଲ୍ଫ ସଟ ଡାଉନ ରେ ରହିବା ଆମେ ଏ ଯୁଦ୍ଧ ଜିତି ପାରିବା |" 

0
0
0
s2sdefault