ହେଡଲାଇନସ୍:

 ରସିକିଆ ସାର.......ହାତ ମାରିଦେଲେ .....

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ରସିକିଆ ସାର.......ହାତ ମାରିଦେଲେ .....

କପିଯାଞ୍ଚ  ଆଳରେ ସଂସ୍କୃତ ମହାବିଦ୍ୟାଳୟରେ ଅଘଟଣ

ଛାତ୍ରୀଙ୍କ ଦେହରେ ହାତ ମାରିଲେ ରସିକିଆ ସ୍କ୍ୱାଡର଼୍ ସଦସ୍ୟ 

ଆନନ୍ଦପୁର୧୮/୪(ଜିତେନ୍ଦ୍ର ସାହୁ): କଲେଜ ଭଳି ଶିକ୍ଷା ମନ୍ଦିରରେ କଳାକାରନାମା । କପି ଜାଂଚ କରିବା ଆଳରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ଆନନ୍ଦପୁର ଟୁକୁଣାସ୍ଥିତ ବଳଭଦ୍ର ନାରାୟଣ ସଂସ୍କୃତ ମହାବିଦ୍ୟାଳୟରେ । ମହାବିଦ୍ୟାଳୟର ଶାସ୍ତ୍ରୀ ବିଭାଗର ଦିତିୟ ବର୍ଷ ପରୀକ୍ଷା ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଥିଲା । ପରୀକ୍ଷା ପରିଚାଳନା ଓ କପି ଜାଂଚ ପାଇଁ ବିଶ୍ୱବିଦ୍ୱ୍ୟାଳୟ ସ୍ତରରେ ହୋଇଥିବା ଫ୍ଲାଇଂ ସ୍କ୍ୱାଡ ମହାବିଦ୍ୟାଳୟରେ ପହଂଚିଥିଲେ । ସେହି ସମୟରେ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଉଥିଲେ । ଏହି ସମୟରେ ଜୈନିକ ସ୍କ୍ୱା ଡର଼୍ ସଦସ୍ୟ ପରୀକ୍ଷା କେନ୍ଦ୍ରର ବିଭିନ୍ନ ହଲ୍କୁ ଯାଇ କପି ଜାଂଚ କରିଥିଲେ । ତେବେ ସଂପୃକ୍ତ ସଦସ୍ୟ ଜଣକ ଛାତ୍ରୀ ମାନଙ୍କୁ କପି ଜାଂଚରେ ଅହେତୁକ ଆଗ୍ରହ ପ୍ରକାଶ କରିବା ସହିତ ଅଧରକ ସମୟ ଧରି ଛାତ୍ରୀ ମାନଙ୍କୁ ଜାଂଚ କରିଥିଲେ । ପେରିକି ଜାଂଚ ବେଳେ ସେ କୌଣସି ମହିଳା କର୍ମଚାରୀଙ୍କ ସହାୟାତା ମଧ୍ୟ ଲୋ ଡ଼ି ନଥିଲେ । ତେବେ ଏହାକୁ ନେଇ ଛାତ୍ରୀ ମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ କଲେଜ ଅଧ୍ୟକ୍ଷାଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଜାଂଚ ଆଳରେ ସଂପୃକ୍ତ ସସସ୍ୟ ଜଣକ ଛାତ୍ରୀ ମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ ମନ୍ଦ ଉଦ୍ଦେଶ୍ୟ  ରଖି ହାତ ମାରୁଥିବା କେତେକ ଛାତ୍ରୀ ଅଭିଯୋଗରେ ଦର୍ଶାଇଛନ୍ତି । ସେପଟେ ଏହି ଘଟଣା ପଦାକୁ ଆସିବା ପରେ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅପରପକ୍ଷେ ଏହି ଘଟଣା ସମ୍ପର୍କରେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଅବଗତ କରାଯାଇଥିବା କଲେଜ ଅଧ୍ୟକ୍ଷା ସୂଚନା ଦେଇଛନ୍ତି । 

0
0
0
s2sdefault