ବାରିପଦାବାସୀଙ୍କ ହୋୟାଂହୋ "ନେସ୍କୋ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

17-04-18-nesco.jpg - 269.20 kB

ବିଦ୍ୟୁତକାଟ କରିବାକୁ ବାହାନା ଖୋଜୁଛି ବଣ୍ଟନ କମ୍ପାନୀ 

ବିଜୁଳି ତା ଦୂର କଥା, ଜୁଳୁଜୁଳିଆ ପୋକ ଉଡ଼ିଲେ କଟିଯାଉଛି ବିଦ୍ୟୁତ

ବାରିପଦା(ଦିଲ୍ଲୀପ ମହାନ୍ତି )- ଚୀନବାସୀଙ୍କର ଦୁଃଖ  ହୋୟାଂହୋ ନଦୀ ବୋଲି ଆମେ ଇତିହାସରେ ପଡ଼ିଛୁ | ହେଲେ ଏବେ ବାରିପଦା ବାସୀଙ୍କ ପାଇଁ ହୋୟାଂହୋର ଯନ୍ତ୍ରଣା ଆଣିଦେଇଛି ନେସ୍କୋ । ବିଭିନ୍ନ ସମୟରେ ଅଘୋଷିତ ବିଦ୍ୟୁତ କାଟ ଜାରି ରହଆସୁଛି । ଏଥି ସହିତ ଆକାଶରେ ଜୁଳୁଜୁଳିଆ ପୋକର ଦେହରୁ ବାହାରୁଥିବା ଆଲୋକକୁ ଦେଖିଲେ ବିଜୁଳି ମାରିଲା କହି ବିଦ୍ୟୁତ  ସରବରାହକୁ ବିଛିନ୍ନ କରାଯାଇ ଆସୁଛି । ପୁଣି ବିଦ୍ୟୁତ  ସରବରାହ କେତେବେଳେ ଫେରିବ ତାହା ବିଭାଗର ମର୍ଜି ଉପରେ ନିର୍ଭର କରେ । ଏହା ବ୍ୟତୀତ ବ୍ରେକଡ଼ାଉନ, ସଟ ଡ଼ାଉନ, ଟ୍ରିପ ଯାଇଛି ଆଦି କାରଣରୁ ବିଦ୍ୟୁତ କାଟ ନିତିଦିନିଆ ଘଟଣାରେ ପରିଣତ ହୋଇସାରିଥିବା ସମୟରେ ଅପ୍ରେଲ ୧୭ ସୋମବାର ପୂର୍ବାହ୍ନ ୯ରୁ ଅପରାହ୍ନ ୪ ପର୍ଯ୍ୟନ୍ତ ବିଦୁ୍ୟତ୍ କାଟ ହେବ ବୋଲି ନେସ୍କୋ ଘୋଷଣା କରିଥିଲା । କିନ୍ତୁ ଦୟାରେ ହେଉ ଅଥବା କୌଣସି କାରଣରୁ ହେଉ ପ୍ରାୟ ସାଢେ଼ ତିନିଟା ପାଖାପାଖି ବିଦ୍ୟୁତ ସେବା ପ୍ରାପ୍ତ ହୋଇଥିବାର ମାତ୍ର ୩୦/୪୦ ମିନିଟର ବ୍ୟବଧାନରେ  କାଳବୈଶାଖୀର ପ୍ରଭାବରୁ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇ ରାତି ସାଢେ଼ ୮ଟାରେ ମିଳିଲା । ବିଦ୍ୟୁତ ବର୍ତ୍ତମାନ ସମୟରେ ଜନସାଧାରଣଙ୍କର ଏକ ଅପରିହାର୍ଯ୍ୟ ସେବାରେ ପରିଣତ ହୋଇସାରିଥିବା ବେଳେ ନେସ୍କୋର ଏହି ସ୍ୱେଚ୍ଛାଚାରୀତା ଜନସାଧାରଣଙ୍କ ନିମନ୍ତେ ମୁଣ୍ଡ ବ୍ୟଥାର କାରଣ ପାଲଟି ଯାଇଛି । ଫଳରେ ଜନତାଙ୍କ ରୋଷର ଶିକାର ହେଉଛନ୍ତି ବିଭାଗର ତଳସ୍ତରର କର୍ମଚାରୀ । ଏ ବିଷୟରେ ସମାଜସେବୀ ଅଭିଜିତ୍ ରାମ ନିଜର ସମସ୍ତ ରାଗ ନେସ୍କୋର ଉପରିସ୍ଥ ଅଧିକାରୀମାନଙ୍କ ଉପରେ ଅଜାଡ଼ି ଦେଇଛନ୍ତି । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଗୋଟାଏ ମିନିଟ ବିଦ୍ୟୁତ କାଟ ଫଳରେ ଜନସାଧାରଣଙ୍କର ହଜାର ହଜାର ଟଙ୍କା କ୍ଷତିର କାରଣ ପାଲଟି ଯାଉଛି । ଆଜିର ଆତ୍ୟାଧୁନିକ ସମାଜରେ ମଣିଷ ଯନ୍ତ୍ର ଉପରେ ନିର୍ଭର କରିଆସୁଥିବା ବେଳେ ନେସ୍କୋର ଦାୟିତ୍ୱ ଉତ୍ତମ ସେବା ଯୋଗାଇ ଦେବା । ମାତ୍ର ସେବାବେଯାଗାଇ ଦେବା ନାମରେ ବିଭାଗ ଉପଭୁକ୍ତାମାନଙ୍କ ସହିତ ଲୁଚକାଳି ଖେଳ ଖେଳି ଚାଲିଛି । ତେଣୁ, ବିଭାଗ ଉକ୍ତ ଅଘୋଷିତ ବିଦୁ୍ୟତ୍ କାଟକୁ ବନ୍ଦ ନ କଲେ ଆଗାମୀ ଦିନରେ ଏକ ଜନଆନେ୍ଦାଳନ ସୃଷ୍ଟି ହେବ । ସେଥି ନିମନ୍ତେ ବିଭାଗ ଉତ୍ରଦାୟୀ ରହିବେ ବୋଲି ବିଭାଗକୁ ଚେତାବନୀ ଦେଇଛନ୍ତି ।

 

0
0
0
s2sdefault