ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଏକ ହୋଇ ସାମିଲ ହେବାକୁ ବିଜେପି ସଭାପତିଙ୍କ ଆହ୍ବାନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀଙ୍କ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ଆହ୍ୱାନକୁ ବିଜେପିର ସ୍ୱାଗତ

ଭୂବନେଶ୍ୱର,(ଶାସକ ପ୍ରଶାସକ) : ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୦ ତାରିଖରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପାଇଁ କରିଥିବା ଆହ୍ୱାନକୁ ସ୍ୱାଗତ କରିଛନ୍ତି ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ।

ଏ ନେଇ ଶ୍ରୀ ମହାନ୍ତି ଟ୍ୱିଟ୍ କରି କହିଛନ୍ତି ଯେ, କରୋନା ମହାମାରୀ ବିରୋଧୀ ଲଢେଇରେ ସାରା ଦେଶ ଓ ଆମ ରାଜ୍ୟ ଓଡିଶା ଏକ ହୋଇ ଠିଆ ହୋଇଛି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୦ ତାରିଖରେ କରୋନା ୍େ‌ାଦ୍ଧାଙ୍କ ସମସମାନରେ ବନ୍ଦେ ଓତ୍କଳ ଜନନୀ ସଙ୍ଗୀତ ଗାନ ପାଇଁ କରିଥିବା ଆହ୍ୱାନକୁ ସ୍ୱାଗତ କରୁଛି ।

ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭାରତ ବର୍ଷକୁ ଏକ କରିବା ପାଇଁ ଘଂଟ ଘଂଟା, ଥାଳି ବଜାଇବା ସହିତ ସମସ୍ତଙ୍କୁ ଦୀପ ଜାଳି କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବାକୁ ଦେଶବାସିଙ୍କୁ ଅନୁରୋଧ କରିଥିଲେ । ସାରା ଦେଶ ଏହି ଆହ୍ୱାନରେ ଏକ ହୋଇ ଠିଆ ହୋଇଥିଲେ । ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ସହ କରୋନା ଯୋଦ୍ଧାଙ୍କ ସମ୍ମାନରେ ମୋ ଦଳର ସମସ୍ତ କାର୍ଯ୍ୟକର୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଏକ ହୋଇ ସାମିଲ ହେବାକୁ ଶ୍ରୀ ମହାନ୍ତି ଟ୍ୱିଟ୍ ଜରିଆରେ ନିବେଦନ କରିଛନ୍ତି ।

0
0
0
s2sdefault