ହେଡଲାଇନସ୍:

ବାତ୍ୟା ପ୍ରଭାବିତ ଅଂଚଳ ଆକାଶ ମାର୍ଗରୁ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  • ଗମନାଗମନ ଓ ବିଦ୍ୟୁତ ସେବା ସ୍ୱାଭାବିକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଦେଲେ ନିର୍ଦ୍ଦେଶ

  • ପଶ୍ଚିମବଙ୍ଗରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ସମବେଦନା ଜ୍ଞାପନ  କଲେ ନବୀନ 

  • ଆବଶ୍ୟକ ସହଯୋଗ ପାଇଁ ପଶ୍ଚିମବଙ୍ଗ ମୁଖ୍ୟସଚିବଙ୍କ ସହ ଯୋଗାଯୋଗରେ ରହିବାକୁ ଓଡିଶା ମୁଖ୍ୟସଚିବଙ୍କୁ ଦେଲେ ନିର୍ଦ୍ଦେଶ 

 (ଶାସକ ପ୍ରଶାସକ) ଆମ୍ପାନ ପ୍ରକୋପ ଓଡ଼ିଶାରେ କମି ରିଲିଫ ଓ ପୁନଃନିର୍ମାଣ କାର୍ଯ୍ୟ ଜୋରରେ ଚାଲିଥିବା ବେଳେ ଆଜି ଅପରାହ୍ନରେ  ବାତ୍ୟା ଦ୍ୱାରା ପ୍ରଭାବିତ ଜିଲ୍ଲା ଆକାଶ ମାର୍ଗରୁ ବୁଲି ଦେଖିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଆମ୍ପାନ ପ୍ରଭାବରେ ଓଡ଼ିଶାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତି ଓ ଫସଲ ହାନି ସ୍ୱଚକ୍ଷୁରେ ଦେଖି ଗଭୀର ଭାବେ ବ୍ୟଥିତ ହୋଇଛନ୍ତି |ଯଥା ଶୀଘ୍ର ସମ୍ଭବ ପୁନଃନିର୍ମାଣ କାର୍ଯ୍ୟ ଶେଷ ଯୁଦ୍ଧକାଳୀନ ଭିତ୍ତିରେ ଶେଷକରି ଜିଲ୍ଲା ଗୁଡିକରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | ତୁରନ୍ତ ରାସ୍ତା ଘଟ ସଫା କରି ଯାତାୟାତ ବ୍ୟବସ୍ଥା ବାହାଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | ସେସୁ ଅଂଚଳରେ ବିଦ୍ୟୁତ ସେବା ୨୪ ଘଣ୍ଟା ଭିତରେ ବାହାଲ କରିବା ସହ ନେସ୍କୋ ଅଂଚଳରେ ୭୨ ଘଣ୍ଟା ମଧ୍ୟରେ ବିଦ୍ୟୁତ ସେବା ସ୍ୱାଭାବିକ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି | ଫସଲ ନଷ୍ଟ ଆକଳନ ତିନି ଦିନ ଭିତରେ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | 

ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗରେ ଆମ୍ପାନ କାରଣରୁ ହୋଇଥିବା ବିପୁଳ ଧନ ଜୀବନହାନିରେ ବି ଦୁଖପ୍ରକାଶ କରିଛନ୍ତି | ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜ୍ଞାପନ କରିବା ସହ  ଓଡ଼ିଶାବାସୀ ପଶ୍ଚିମବଙ୍ଗର ଏ ଦୁଃଖ ସମୟରେ ସାଥିରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |  ପଶ୍ଚିମବଙ୍ଗ ମୁଖ୍ୟସଚିବଙ୍କ ସହ ଯୋଗାଯୋଗରେ ରହି ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ଓଡ଼ିଶାର ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |   

ସୂଚନାଯୋଗ୍ୟ ଯେ ଏହି ବାତ୍ୟା ଦ୍ୱାରା ଓଡ଼ିଶାର ପ୍ରାୟ ରାଜ୍ୟର ୪୫ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ।  ଉପକୂଳ ଓଡ଼ିଶାରେ ବହୁ ଘରଦ୍ୱାର ଭାଙ୍ଗିଯାଇଛି । ବିଦ୍ୟୁତ ସଂଯୋଗ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି  ଚାଷୀ | ୧ ଲକ୍ଷ ହେକ୍ଟରରୁ ଅଧିକ ଚାଷଜମି ବାତ୍ୟାଦ୍ୱାରା କ୍ଷତିଗ୍ରସ୍ତ ହୋଇଯାଇଛି | ଉପକୂଳ ଓଡ଼ିଶାର ୮୯ ବ୍ଲକ୍ ଅନ୍ତର୍ଗତ ୧୫୦୦ ଗ୍ରାମ ପଞ୍ଚାୟତରୁ ଏହି ଲୋକମାନେ ପ୍ରଭାବିତ ହୋଇଛନ୍ତି ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟରୁ ଜଣାପଡିଛି | ଜ଼ିରୋ କାଜୁଆଲିଟି ଲକ୍ଷ ରଖି ବାତ୍ୟା ଆମ୍ଫନର ପ୍ରସ୍ତୁତି ଓ ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ୪ ଜଣ ଆଇଏଏସ ଅଫିସର ଓ ୪ଜଣ ଆଇପିଏସ ଅଫିସରଙ୍କୁ ଏହି ମିଶନରେ ନିୟୋଜିତ କରିଥିଲେ | 

0
0
0
s2sdefault