ହେଡଲାଇନସ୍:

୧୨ ଶହ ହେକ୍ଟର ପାଚିଲା ଧାନ କ୍ଷେତକୁ ଅମ୍ଫାନ କାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସ୍ଥାନାନ୍ତିତ ହେଲେଣି ୨ ଶହରୁ ଅଧିକ: ମହଜୁଦ ରହିଛି ୩ ଶହ କୁଇଣ୍ଟାଲ  ଚୁଡ଼ା, ଦେଢ଼ ଶହ କୁଇଣ୍ଟାଲ ଗୁଡ଼

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାକୁ ମାଡ଼ି ଆସୁଛି ମହାବାତ୍ୟା ଅମ୍ଫାନ ବିପଦ । ପୂର୍ବାନୁମାନ କରିଛି ରାଜ୍ୟ ପାଣିପାଗ ବିଭାଗ । ଏହାର ପ୍ରଭାବ ଆଜି ରାତିରୁ ଧୀରେ ଧୀରେ  ବାରି ହେଲାଣି । ମେ ୨୦ରେ ପ୍ରବଳ ବର୍ଷା ଓ ୨୧ରେ ଜିଲ୍ଲାରେ ଅମ୍ଫାନର ପୂର୍ଣ୍ଣ ପ୍ରଭାବ ପଡ଼ିବାର ସମ୍ଭାବନା ରହିଥିବାରୁ ମୟୂରଭଞ୍ଜ ଜିଲ୍ଲାରେ ରବି ଚାଷୀମାନେ ବିଶେଷ ଭାବେ କ୍ଷତି ଗ୍ରସ୍ତ ହେବା ପ୍ରାୟତଃ ନିଶ୍ଚିତ । ଏଥି ସହିତ ଜିଲ୍ଲାରେ ଅମଳ ହୋଇ ପାରିନଥିବା  ୧୨ ଶହ ହେକ୍ଟରୁ ଅଧିକ ପାଚିଲା ଧାନ କ୍ଷେତ ସହିତ ହେକ୍ଟର ହେକ୍ଟର ପନିପରିବା ଓ ଆନ୍ୟାନ୍ୟ ଶସ୍ୟକ୍ଷେତ ଗୁଡ଼ିକ ଉଜୁଡ଼ିବାର ସମ୍ଭାବନା ରହିଛି । ଏନେଇ କୃଷି ବିଭାଗ ପକ୍ଷରୁ ଜିଲ୍ଲାରେ ଚାଷୀମାନଙ୍କ ନିମନ୍ତେ ମାର୍ଗଦର୍ଶୀକା ଜାରି କରାଯାଇଛି । ରବି ଋତୁରେ ଧାନ କ୍ଷେତରୁ ଧାନ ନ କାଟିବା ପାଇଁ ପରାମର୍ଶ ଦିଆଯାଇଥିବା ବେଳେ କଟାଯାଇଥିବା ଶସ୍ୟ ଆଦିକୁ ଘରକୁ ଆଣି ଘୋଡ଼ାଇ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଏଥି ସହିତ ଜମିଗୁଡ଼ିକର ହିଡ଼କୁ କାଟି ଏହାପରେ ଅମ୍ଫାନ ପ୍ରଭାବରେ କ୍ଷୟକ୍ଷତି ଆକଳନ କରାଯାଇ ରାଜ୍ୟ ରିଲିଫ କମିଶନରଙ୍କ ନିକଟକୁ ରିପୋର୍ଟ ଦିଆଯିବ ବୋଲି ଜିଲ୍ଲା କୃଷି ଉପ-ନିର୍ଦ୍ଦେଶକ ଦାମୋଦର ସେଠୀ ସୂଚନା ଦେଇଛନ୍ତି । ସେହିପରି, ଚାଷୀମାନେ ଘରୁ ନ ବାହାରିବା ନିମନ୍ତେ ସତର୍କ କରାଇ ଦିଆଯାଇଛି । ହ୍ୱାଟ୍ସ ଆପ୍ ଗ୍ରୁପ ମାଧ୍ୟମରେ ଜିଲ୍ଲାରୁ ବ୍ଲକ ଏବଂ ବ୍ଲକରୁ ଚାଷୀମାନଙ୍କ ମୋବାଇଲକୁ ଏହି ସତର୍କ ସୂଚନା ଦିଆଯାଇଛି । ଜିଲ୍ଲାରେ ପ୍ରାୟ ୬୫ ହଜାରରୁ ଅଧିକ ଚାଷୀ ଏହି ଗ୍ରୁପ ସହିତ ଯୋଡ଼ି ହୋଇ ରହିଥିବା ବିଷୟ କୃଷି ଉପ-ନିର୍ଦ୍ଦେଶକ ଶ୍ରୀସେଠୀ ପ୍ରକାଶ କରିଛନ୍ତି । ଆଜିଠାରୁ ଜିଲ୍ଲାର ବେତନଟୀ, ବଡ଼ସାହି, ରାସଗୋବିନ୍ଦପୁର, ଶାମାଖୁଣ୍ଟା, ବାରିପଦା, ସାରସକଣା, କପ୍ତିପଦା, ମୋରଡ଼ା ଆଦି ବ୍ଲକଗୁଡ଼ିକରେ ଜନସାଧାରଣଙ୍କୁ ସ୍ଥାନ୍ତରିତ କରାଯିବା କାର୍ଯ୍ୟ ଆରମ୍ଭ ହୋଇସାରିଛି । ଆଜି ୧୨ଶହରୁ ଅଧିକ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି ସୂଚନା ଦେଇଛନ୍ତି । ଏଥି ନିମନ୍ତେ ସମସ୍ତ ସ୍କୁଲ, ବାତ୍ୟା ଆଶ୍ରୟସ୍ଥଳୀ, ଅଙ୍ଗନବାଡ଼ି ଗୃହ, ସରକାରୀ ଗୃହ ଆଦିକୁ ପ୍ରସ୍ତୁତ ରଖାଯାଇଛି । ସ୍ଥାନାନ୍ତରିତ ହୋଇ ଆସିଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଆଦି ଯୋଗାଇ ଦେବା ନିମନ୍ତେ ସମ୍ପୃକ୍ତ ବ୍ଲକର ବିଡ଼ିଓ, ପୌରପରିଷଦ ଓ ଏନଏସିର ନିର୍ବାହୀ ଅଧିକାରୀମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି । ଜିଲ୍ଲାରେ ଆଜି ସୁଦ୍ଧା ୩ ଶହ କ୍ୟୁଣ୍ଟାଲ  ଚୁଡ଼ା, ଦେଢ଼ ଶହ କ୍ୱୁ୍ୟଣ୍ଟାଲ ଗୁଡ଼ ମହଜୁଦ ରହିଛି । ବ୍ଲକଗୁଡ଼ିକର ଆବଶ୍ୟକତା ଅନୁସାରେ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କିଶୋର କୁମାର ମହାରଣା ସୂଚନା ଦେଇଛନ୍ତି । ଯେକୌଣସି ଆପଦକାଳୀନ ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ବିଭିନ୍ନ ଲାଇନ ବିଭାଗକୁ ପ୍ରସ୍ତୁତ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି । ଫନି ମହାବାତ୍ୟା ସମୟରେ ଜିଲ୍ଲାରେ ୪ କାଜୁଆଲିଟି ହୋଇଥିବା  ବେଳେ   ଅମ୍ଫାନ ମହାବାତ୍ୟାରେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିବାର ଜଣାପଡ଼ିଛି । 

0
0
0
s2sdefault