ହେଡଲାଇନସ୍:

ଫୁଟିଲା ଗୁଳି, ଜଳିଲା ଗାଡି :  ଗୋଷ୍ଠୀ ସଂଘର୍ଷକୁ ନେଇ ଅଶାନ୍ତ ସୁନ୍ଦରଗଡ଼  

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପୌରପାଳିକା ସଫେଇ ଟେଣ୍ଡରକୁ ନେଇ ଗଣ୍ଡଗୋଳ, ଟାଉନ ଥାନା ଘେରାଉ

ସୁନ୍ଦରଗଡ଼/Horachand Deuria :-ସୁନ୍ଦରଗଡ଼ ସଫେଇ ଠିକାକୁ ନେଇ ଦୁଇ ଗୋଷ୍ଠୀର ସଂଘର୍ଷ ଫାଙ୍କା ଗୁଳି ଚାଳନା, ବାଇକ୍ ପୋଡି, ସୁନ୍ଦରଗଡ଼ ସହରର ସଫେଇ ଠିକାକୁ ନେଇ ସୁନାରିପଡାରେ ଜଣେ ସଫେଇ କର୍ମଚାରୀଙ୍କୁ ଠିକା ନେଇଥିବା ଗୋଷ୍ଠୀର କିଛି  ଲୋକ ନିସ୍ତୁକ ମାଡ଼ ମାରିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହା ପରେ ଗୁରୁତର ଯୁବକଙ୍କ ସମର୍ଥକ ଆସି ଆକ୍ରମଣକାରୀଙ୍କ ଘର ଉପରକୁ ଟେକାପଥର ମାରିବା ସହ ଦୁଇ ବାଇକ୍ ପୋଡି ଦେଇଥିବା ଅଭିଯୋଗ ହୋଇଛି । ପରେ ସେଠାରେ ଫାଙ୍କା ଗୁଳି ଚାଳନା ହୋଇଥିବା ଖବର ମିଳିଛି । ଗୁରୁତର ଯୁବକଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାରୁ  ବୁର୍ଲା ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଟାଉନଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆଜି ସନ୍ଧ୍ୟା ସମୟରେ ସୁନ୍ଦରଗଡ଼ ଜିଲ୍ଲାର ସୁନାରୀପଡା ଅଞ୍ଚଳରେ ଅବସ୍ତିତ ଥିବା ଦୁଇଟି ସାହି ମଧ୍ୟରେ ହୋଇଛି କଲହରୁ ମାଡ଼ପିଟ | ପ୍ରାପ୍ତ ସୂଚନାରୁ ଯାହା ଜଣାପଡିଛି ସୁନ୍ଦରଗଡ଼ ପୌରପାଳିକା ଟେଣ୍ଡର ପ୍ରକ୍ରିୟାକୁ ନେଇ ଦୁଇମାସ ଆଗରୁ ମଧ୍ୟ ପୌରପାଳିକା କାର୍ଯ୍ୟାଳୟ ଘେରାଉ ହୋଇଥିଲା | ଏହି ଟେଣ୍ଡର କୁ ନେଇ ସହରରେ ଅନେକ ସମୟରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଅଲ୍ପ ଅଳ୍ପ ଧୂଆଁ ବାହାରୁ ଥିଲା କିନ୍ତୁ ଆଜି ସଫେଇ କାର୍ଯ୍ୟ କରୁଥିବା ସାହିର ଦୁଇଟି ବ୍ୟକ୍ତି ଏବଂ ପାଖ ସାହିର କିଛି ବ୍ୟକ୍ତିଙ୍କ  ମଧ୍ୟରେ ସଫେଇ କାର୍ଯ୍ୟକୁ ନେଇ ତୁତୁମେମେ ହୋଇଥିଲା ଯାହାଫଳରେ ଦୁଇପକ୍ଷରୁ ମାଡ଼ପିଟ ଆରମ୍ଭ ହୋଇଥିଲା ଝଗଡା ଯୋଗୁଁ ସଫେଇ ସାହିର ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ଏବଂ ଅନ୍ୟଜଣେ ସାମାନ୍ୟ ଆହତ ହୋଇଛନ୍ତି | ଏହି ସମୟରେ ସଫେଇ ସାହିର କିଛି ବ୍ୟକ୍ତି ଝଗଡା ସମ୍ପର୍କରେ ପଡ଼ା ବାସୀଙ୍କୁ ଅବଗତ କରାଇଥିଲେ ଏବଂ ସାହିର ପାଖାପାଖି ମହିଳାଙ୍କ ଠାରୁ ଆରମ୍ଭ କରି ସାହିର ୧୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଟାଉନ ଥାନାକୁ ଘେରାଓ କରିବା ପାଇଁ ଆସିଥିଲେ ଏବଂ ୭୦ରୁ ଉର୍ଦ୍ଧ୍ବ ବ୍ୟକ୍ତି  ଗୁରୁତର ଯୁବକଙ୍କ ସମର୍ଥକ ଆସି ଆକ୍ରମଣକାରୀଙ୍କ ଘର ଉପରକୁ ଟେକାପଥର ମାରିବା ସହ ଦୁଇ ବାଇକ୍ ପୋଡି ଦେଇଥିବା ଅଭିଯୋଗ ହୋଇଛି । ପରେ ସେଠାରେ ଫାଙ୍କା ଗୁଳି ଚାଳନା ହୋଇଥିବା ଖବର ମିଳିଛି । ଗୁରୁତର ଯୁବକଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାରୁ  ବୁର୍ଲା ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଟାଉନଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ଏହା ପରେ ଗୁରୁତର ଯୁବକଙ୍କ ସମର୍ଥକ ଆସି ଆକ୍ରମଣକାରୀଙ୍କ ଘର ଉପରକୁ ଟେକାପଥର ମାରିବା ସହ ଦୁଇ ବାଇକ୍ ପୋଡି ଦେଇଥିବା ଅଭିଯୋଗ ହୋଇଛି । ପରେ ସେଠାରେ ଫାଙ୍କା ଗୁଳି ଚାଳନା ହୋଇଥିବା ଖବର ମିଳିଛି । ଗୁରୁତର ଯୁବକଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାରୁ  ବୁର୍ଲା ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଟାଉନଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବେ ଟାଉନ ଥାନା ସମ୍ବୁଖରେ ଦୁଇଗୋଷ୍ଠୀଙ୍କ  ଭିଡ଼ ଲାଗିରହିଛି ପୋଲିସ ଘଟଣା ସମ୍ପର୍କରେ ଛାନଭିନ ଆରମ୍ଭ କରିଛନ୍ତି ପୋଲିସ ପ୍ଲାଟୁନ ଦୁଇଗୋଷ୍ଠୀଙ୍କୁ ଜଗିରହିବା ସହ ବୁଝାସୁଝା ଚଳାଇଛନ୍ତି  |  ସମ୍ପୂର୍ଣ୍ଣ ଘଟଣା ପୋଲିସ ପକ୍ଷରୁ ଛାନ୍ ଭିନ ହେଲାପରେ ଘଟଣା ର୍ ପର୍ଦାଫାସ ହୋଇ ପାରିବ |

0
0
0
s2sdefault