ହେଡଲାଇନସ୍:

 ୧୦ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ଲେଭଲ ୫ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀଭାବେ ନିଯୁକ୍ତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବୁଗୁଡା / ଡ଼ଃ  କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ୍ଲର ୧୦ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ୬ ବର୍ଷ ସୁଚାରୁଭାବେ ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରିବା ପରେ ଲେଭଲ ୫ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଥିବା ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କର ପ୍ରକାଶ କରିଛନ୍ତି । ବୁଗୁଡା ବିଇଓ ଅଫିସ ଅର୍ଡର ସଂଖ୍ୟା ୬୫୧ ତାରିଖ ୧୯/୫/୨୦ ପ୍ରକାରେ ୧-ଡାକରାବାଡ଼ି ସ୍କୁଲର ସଙ୍ଗୀତା ମଲ୍ଲିକ, ୨-ଗୁଡ଼ିପଲ୍ଲୀ ସ୍କୁଲର ପିଙ୍କି ପାତ୍ର, ୩-ଖୋଳଖାଳି ସ୍କୁଲର ବିନ୍ଦୁଶ୍ରୀ ବିଶ୍ୱାଳ, ୪-କତକଲା ସ୍କୁଲର ସ୍ୱାତୀ ଦଳବେହେରା, ୫-ମାଣିତରା ସ୍କୁଲର ବିରଞ୍ଚି ନାରାୟଣ ମାନସିଂ, ୬-ପଙ୍କଳସାହି ସ୍କୁଲର ଦେବରାଜ ପ୍ରଧାନ, ୭-ଶଙ୍କୁରୁ ସ୍କୁଲର କୈଳାଶ ଚନ୍ଦ୍ର ଗୌଡ଼, ୮-ଗୌଡ଼ିଆ ବୋରଦା ସ୍କୁଲର ତପନ କୁମାର ପଣ୍ଡା, ୯-କାଞ୍ଜିଆପଲ୍ଲୀ ସ୍କୁଲର ସୁଶାନ୍ତ କୁମାର ସେଠୀ,ଓ ୧୦-କରସିଙ୍ଗି ସ୍କୁଲର ସୌମ୍ୟାଶ୍ରୀ ରଥ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ନିଯୁକ୍ତି ପତ୍ର ପ୍ରଦାନ ସମୟରେ ଏବିଇଓ ପୀତାମ୍ବର ବିଷୋୟୀ ଓ ପ୍ରମୋଦ ଚନ୍ଦ୍ର ସେନାପତି ଉପସ୍ଥିତ ଥିଲେ। ନୂତନ ଭାବେ ନିଯୁକ୍ତି ପାଇଥିବା ୧୦ ଜଣଙ୍କୁ ଶିକ୍ଷକ ସଂଗଠନ ପକ୍ଷରୁ କର୍ମକର୍ତ୍ତା ବୃନ୍ଦ ଅଭିନନ୍ଦନ ଜଣାଇଛନ୍ତି।

0
0
0
s2sdefault