ହେଡଲାଇନସ୍:

ଅମ୍ପନ ବାତ୍ୟାର ମୁକାବିଲା ନେଇ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କ ଭିଡିଓ କନଫରେନ୍ସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାତ୍ୟା ପୂର୍ବରୁ ଏବଂ ପରେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ କଲେ ରାଷ୍ଟ୍ରୀୟ ସଭାପତି 

 ପ୍ରଶାସନ କାମରେ ସାହାଯ୍ୟ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ରାଜ୍ୟ ସଭାପତି ସମୀର ମହାନ୍ତି    

 ବାତ୍ୟା ମୁକାବିଲା ପାଇଁ ବିଜେପିର ୪ ଜଣିଆ କମିଟି ଗଠିତ    

 ବାତ୍ୟାର ମୁକାବିଲା ପାଇଁ ଦଳ ପକ୍ଷରୁ ହେଲ୍ପ ଲାଇନ ନମ୍ବର ୦୬୭୪-୨୩୯୦୮୬୦ ଜାରୀ

 ବିପତିରେ ଥିବା ଲୋକମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ବିଜେପି ପ୍ରସ୍ତୁତ

 ରିଲିଫ ବଂଟନ ଓ ଉଦ୍ଧାର କାର୍ଯ୍ୟରେ କାର୍ଯ୍ୟକର୍ତା ଓ ପ୍ରଶାସନ ସମନ୍ୱୟରେ କାମ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡିଲେ ରାଜ୍ୟ ସଭାପତି 

ଭୁବନେଶ୍ୱର : ଅମ୍ପନ ବାତ୍ୟାର ମୁକାବିଲା ନେଇ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଆଜି ଓଡିଶା ସମେତ ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ରାଜ୍ୟର ସଭାପତି ମାନଙ୍କ ସହ ଆଲୋଚନା କରିଥିଲେ । ଶ୍ରୀ ନଡ୍ଡା ଏହି ପ୍ରାକୃତିକ ଦୁର୍ବିପାକର ମୁକାବିଲା ପାଇଁ ରାଜ୍ୟର ସଭାପତି ମାନଙ୍କୁ ଜିଲ୍ଲା ଓ ମଣ୍ଡଳ ସ୍ତରରେ କମିଟି ଗଠନ କରି ବାତ୍ୟା ପୂର୍ବରୁ ଏବଂ ପରେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ କାର୍ଯ୍ୟକର୍ତାମାନେ ଲାଗିବା ପାଇଁ ଆହ୍ୱାନ କରିଥିଲେ ।

ପରବର୍ତୀ ସମୟରେ ଦଳୀୟ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆହ୍ୱାନ କ୍ରମେ ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଗଞ୍ଜାମ ଓ ଅନ୍ୟ ପ୍ରଭାବିତ ଜିଲ୍ଲାର ପ୍ରମୁଖ କାର୍ଯ୍ୟକର୍ତା ମାନଙ୍କ ସହ ଭିଡିଓ କନଫରେନ୍ସି ମାଧ୍ୟମରେ ଆଲୋଚନା ହୋଇଥିଲା । ଏହି କନଫରେନ୍ସିଂରେ ବାତ୍ୟାକୁ ସଠିକ୍ ଭାବେ ମୁକାବିଲା କରିବା ତଥା ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ କାର୍ଯ୍ୟକର୍ତାମାନେ କାମ କରିବାକୁ ଆହ୍ୱାନ କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ବିଜେପିର ୪ ଜଣିଆ କମିଟି ଗଠନ ହୋଇଛି ।  ବାତ୍ୟା ମୁକାବିଲା ପାଇଁ ଗଠିତ ୪ ଜଣିଆ କମିଟିରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ପୂବତନ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ବାଲେଶ୍ୱର ବିଧାୟକ ମଦନମୋହନ ଦତ । ପ୍ରଭାବିତ ଜିଲ୍ଲା ଓ ମଣ୍ଡଳ ମାନଙ୍କରେ ମଧ୍ୟ  କମିଟି ଗଠନ କରାଯାଉଛି । ଏହାସହ ଦଳ ତରଫରୁ ଏକ ହେଲ୍ପ ଲାଇନ ନମ୍ବର ୦୬୭୪-୨୩୯୦୮୬୦ ମଧ୍ୟ ଦଳ ତରଫରୁ ଜାରୀ କରାଯାଇଥିବା ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

ସେହିପରି ସମସ୍ତଙ୍କ ସହ ଆଲୋଚନା ଓ ପରାମର୍ଶ ପରେ ଅମ୍ପନ ବାତ୍ୟାର ମୁକାବିଲା ତଥା ସାଧାରଣ ଲୋକଙ୍କୁ ସାହାଯ୍ୟ ଏବଂ ସହଯୋଗର ହାତ ବଢାଇବା ପାଇଁ ପ୍ରଶାସନ କାମରେ ବିଜେପି ସାହାଯ୍ୟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ପ୍ରସ୍ତାବ ଦେଇଛନ୍ତି ଦଳୀୟ ରାଜ୍ୟ ସଭାପତି ସମୀର ମହାନ୍ତି ।

ଶ୍ରୀ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବାତ୍ୟା ଅମ୍ପନ ଆସନ୍ନ ପ୍ରାୟ । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହି ଆସନ୍ନ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସବୁପ୍ରକାରର ବ୍ୟବସ୍ଥା ଓ ପ୍ରସ୍ତୁତି ଜାରୀ ରଖି ରଖିଛନ୍ତି । ବିଜେପି ଏକ ଜନସଂଗଠନ ଭାବରେ ଓଡିଶାରେ ରାଜ୍ୟ ସ୍ତରରୁ ଗାଁ ପର୍ଯ୍ୟନ୍ତ ବିପତିରେ ଥିବା ଲୋକମାନଙ୍କୁ ସବୁପ୍ରକାର ସାହାଯ୍ୟ ଓ ସହଯୋଗ କରିବା ପାଇଁ କାର୍ଯ୍ୟକର୍ତାଙ୍କୁ ପ୍ରସ୍ତୁତ କରିଛି ।  

ରାଜ୍ୟରେ କାମ କରୁଥିବା ସୁରକ୍ଷା ଏଜେନ୍ସି ଏବଂ ପ୍ରଶାସନ ଲୋକମାନଙ୍କୁ ସହଯୋଗର ହାତ ବଢାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରୁଛନ୍ତି । ମାତ୍ର ସୁରକ୍ଷା ଏଜେନ୍ସିଂ ଏବଂ ପ୍ରଶାସନ ସହ ବିଜେପିର କାର୍ଯ୍ୟକର୍ତାମାନେ ଜନସେବାରେ ଉପଯୁକ୍ତ ଓ ସମନ୍ୱୟ ସହିତ କାମ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସେ ପ୍ରସ୍ତାବ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ।  

ବାତ୍ୟା ପୂର୍ବବର୍ତୀ ଓ ବାତ୍ୟାର ପରେ ପରେ ତୁରନ୍ତ ଉଦ୍ଧାର କାମ ସହ ସମସ୍ୟାରେ ଥିବା ଲୋକମାନଙ୍କୁ ବା ଖାଦ୍ୟ ଓ ଚିକିତ୍ସା ଇତ୍ୟାଦି କାମରେ ସହଯୋଗ କରିବା ପାଇଁ ଦଳର କାର୍ଯ୍ୟକର୍ତାମାନଙ୍କୁ ପ୍ରସ୍ତୁତ ରଖାଯାଇଛି । ଦଳର ଏହି ଉଦ୍ୟମରେ ଜିଲ୍ଲା ଏବଂ ବ୍ଲକ ପ୍ରଶାସନ ସହଯୋଗ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡିଛନ୍ତି । ସମସ୍ତେ ମିଶି ଏହି ପ୍ରାକୃତିକ ଦୁର୍ବିପାକର ସଫଳ ମୁକାବିଲା କରିପାରିବା ବୋଲି ଶ୍ରୀ ମହାନ୍ତି ଆଶାପ୍ରକଟ କରିଛନ୍ତି ।

 

0
0
0
s2sdefault