ହେଡଲାଇନସ୍:

ଛେଳିକୁ ଉଦ୍ଧାର କରିବାକୁ  ଯାଇ ହେଲା ଶ୍ବାସରୁଦ୍ଧ : ଚାଲିଗଲା ଜୀବନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୂଅ ଭିତରୁ ବାହାରୁଥିବା ଗ୍ୟାସ ବିଷାକ୍ତ ବୋଲି ଲୋକଙ୍କ ଅଭିଯୋଗ 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକର ପୋଡ଼ାଅସ୍ତିଆ ଗ୍ରାମରେ ଘଟିଛି ଏକ ଦୁଃଖଦାୟକ ଅଭାବନୀୟ ଘଟଣା । ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ସରକାରୀ କୂଅ ଭିତରକୁ  ଖସି ପଡ଼ିଥିବା ଏକ ଛେଳିକୁ ଉଦ୍ଧାର କରିବାକୁ ଶରୀରରେ ଦଉଡ଼ି ବାନ୍ଧି ଭିତରକୁ ଉହ୍ଲାଇ ଥିବା ବେଳେ କୂଅ ଭିତରୁ ନିର୍ଗତ  ବିଷାକ୍ତ ଗ୍ୟାସ ପ୍ରଭାବରେ ଆସି ଜଣେ ଯୁବକର ମୃତ୍ୟୁ  ହୋଇଛି । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଁଞ୍ଚି ବାହାରେ ବନ୍ଧା ଅବସ୍ଥାରେ ରହିଥିବା ଦଉଡ଼ିକୁ ଟାଣି କୂଅ ଭିତରୁ ଯୁବକକୁ ଉଦ୍ଧାର କରାଯିବା ପରେ ବାରିପଦା ପିଆରଏମ ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ଡ଼ାକ୍ତର ରିସିଭ ଡେଥ ଘୋଷଣା କରିଥିଲେ ।  ଖବର ପାଇ ବାରିପଦା ଟାଉନ ଥାନା ପିଲିସ ପହଁଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ରଖିଥିବା ବେଳେ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି । ମୃତ ଯୁବକ ଜଣକ ହେଲେ ପୋଡ଼ାଅସ୍ତିଆ ଗ୍ରାମର ଗୁରୁଚରଣ ସିଂ(୪୫) ଏବଂ ଘରେ ସ୍ତ୍ରୀ କନକ ଲତା ସିଂଙ୍କ ସହିତ ଦୁଇ ପୁଅ , ଜଣେ ଝିଅ ରହିଛନ୍ତି । କୂଅରୁ ନିର୍ଗତ ବିଶାକ୍ତ ଗ୍ୟାସ ଗୁରୁଚରଣ ସିଂଙ୍କ ମୃତ୍ୟୁର କାରଣ ହୋଇଥିବାରୁ ସରକାର ତାଙ୍କ ପରିବାରକୁ ଅନୁକମ୍ପାମୂଳକ ରାଶି ପ୍ରଦାନ କରନ୍ତୁ ବୋଲି ସ୍ଥାନୀୟ ଜନସାଧାରଣ ଦାବି କରିଥିବା ବେଳେ  ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି ପ୍ରକାଶ କରିଛନ୍ତି । 

0
0
0
s2sdefault