ହେଡଲାଇନସ୍:

    ବବିଙ୍କ ବାରିପଦା ଗସ୍ତକୁ ନେଇ ରାଜନୀତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବବିଙ୍କ ଗସ୍ତବେଳେ ହୋଇଛି ମାର୍ଗଦର୍ଶିକା ଉଲ୍ଲଙ୍ଘନ : ଆଦିବାସୀ ମହାସଂଘ 

 ଜୀରାରୁ ସିରା ବାହାର କରିବା ବିରୋଧୀଙ୍କ କାର୍ଯ୍ୟ : ଦେବାଶିଷ 

Baripada /Dillip Mohanty :  ବିଜେଡ଼ି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ବାରିପଦା ଗସ୍ତ, ସାର୍କିଟ ହାଉସରେ ରହଣି ଆଦିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦଳିତ ଆଦିବାସୀ ମହାସଙ୍ଘ ସଭାପତି ରାକେଶ ସିଂ । ବର୍ତ୍ତମାନ ଲକ୍ ଡ଼ାଉନ ଜାରି ରହିଥିବା ବେଳେ ଶ୍ରଦାସଙ୍କ ବାରିପଦା ଆସିବା, ସାର୍କିଟ ହାଉସରେ ରହଣି ଓ ଦଳୀୟ କର୍ମକର୍ତ୍ତାମାନଙ୍କୁ ନେଇ ବୈଠକ କରୋନା ମାଗଦର୍ଶୀକାକୁ ଖୋଲାଖୋଲି ଭାବେ ଅବମାନନା । ଏହି ସମୟରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ନୀରବଦ୍ରାଷ୍ଟା ସାଜିବାକୁ ଆଦିକୁ ନେଇ ପର୍ଯ୍ୟବେକ୍ଷକ ଶ୍ରୀଦାସ ଓ ଜିଲ୍ଲାପ୍ରଶାସନକୁ ସମାଲୋଚନା କରିଛନ୍ତି ଦଳିତ ଆଦିବାସୀ ମହାସଂଘର ସଭାପତି ଶ୍ରୀ ସିଂ । ଅନ୍ୟ ପକ୍ଷରେ ଦଳିତ ଆଦିବାସୀ ମହାସଂଘର ସଭାପତି ଶ୍ରୀସିଂଙ୍କ ମନ୍ତବ୍ୟ ଉପରେ ବିଜେଡ଼ି ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଡ଼ା. ଦେବାଶିଷ ମାଣ୍ଡି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଜୀରାରୁ ସିରା ବାହାର କରିବା ବିରୋଧୀଙ୍କ କାର୍ଯ୍ୟ । ତେବେ ବିଜେଡ଼ିର ରାଜ୍ୟ ସଙ୍ଗଠକ ତଥା ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଦାସ ବାରିପଦାକୁ ରାଜନୀତି କରିବାକୁ ଆସିନଥିଲେ । ଆସିବା ପଛରେ ମୟୂରଭଞ୍ଜ ଜିଲ୍ଲାର ତଥା ଜିଲ୍ଲାବାସୀଙ୍କ ସାମୂହିକ ସ୍ୱାର୍ଥ ରହିଥିଲା । ସାମୂଦ୍ରିକ ଝଡ଼ ଅମ୍ଫାନର ପ୍ରଭାବରେ ଜିଲ୍ଲା ପ୍ରତି ଥିବା ସମ୍ଭାବ୍ୟ ବିପଦକୁ କିପରି ସଫଳତାର ସହିତ ମୁକାବିଲା କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିବାକୁ ଆସିଥିଲେ । ୫/ ୧୦ ମିନିଟରେ ଆଲୋଚନା ଶେଷ କରି ଫେରିଯାଇଥିଲେ । ଏହି ସମୟରେ ସାର୍କିଟ ହାଉସରେ କୋଭିଡ଼-୧୯ ମାର୍ଗଦର୍ଶୀକାକୁ କୌଣସି ପ୍ରକାରରେ ଉଲ୍ଲଙ୍ଘନ କରାଯାଇ ନାହିଁ । ସାମାଜିକ ଦୂରତା, ମାସ୍କ ପରିଧାନ ଆଦି ସମସ୍ତ ଦିଗ ପ୍ରତି ବିଶେଷ ଭାବେ ଧ୍ୟାନ ଦିଆଯାଇଥିଲା ବୋଲି ଡ଼ା.ମାର୍ଣ୍ଡି ପ୍ରକାଶ କରିଥିଲେ । 

0
0
0
s2sdefault