ହେଡଲାଇନସ୍:

ଅବସରପ୍ରାପ୍ତ ଯନ୍ତ୍ରୀଙ୍କ ପରଲୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ): ଅବସରପ୍ରାପ୍ତ ଇଂଜିନିୟର ଶ୍ରୀ ବିଶ୍ୱନାଥ ପାଢ଼ୀଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ  ୮୨ ବର୍ଷ ବୟସରେ ଗତ ମେ ୧୪ ତାରିଖ ଗୁରୁବାର ଦିନ ପରଲୋକ ହୋଇଛି । ସେ ସ୍ଥାନୀୟ ଆଇ.ଆର.ସି ଭିଲେଜର ବାସିନ୍ଦା ଥିଲେ । ତାଙ୍କର ମୃତ୍ୟ ବେଳକୁ ତାଙ୍କର ମୃତ୍ୟଶଯ୍ୟା ପାଖରେ ତାଙ୍କର ୪ ପୁତ୍ର ମଧ୍ୟରୁ ୩ ପୁତ୍ର, ୩ ପୁତ୍ରବଧୂ, ଝିଅ, ଜ୍ୱାଇଁ, ନାତି, ନାତୁଣୀମାନେ ଉପସ୍ଥିତ ଥିଲେ । ତାଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାର ଠାରେ ସମ୍ପନ୍ନ ହୋଇଅଛି । ତାଙ୍କର ଦ୍ୱତୀୟ ପୁତ୍ର ଶ୍ରୀ ସୌବିନ୍ଦ୍ର କୁମାର ପାଢ଼ୀ (ସୋଆ ବିଶ୍ୱବିଦ୍ୟାଳୟରେ ଯୋଜନା ଏବଂ ପ୍ରଶାସନ ନିର୍ଦ୍ଦେଶକ  ଭାବେ କାର୍ଯ୍ୟରତ) ମୁଖାଗ୍ନି ଦେଇଥିଲେ । 

ସ୍ୱର୍ଗତ ପାଢ଼ୀ ତାଙ୍କର ୩୫ ବର୍ଷ ଚାକିରିକାଳ ମଧ୍ୟରେ ବିଭିନ୍ନ ଜାତୀୟ ରାଜପଥର ସର୍ବାଙ୍ଗିନ ଉନ୍ନତି ନିମନ୍ତେ ଚେଷ୍ଟିତ  ଥିଲେ । ସେ ନିଜକୁ ବିଭିନ୍ନ ସମାଜ ସେବା କାର୍ଯ୍ୟରେ ମଧ୍ୟ ନିୟୋଜିତ କରିଥିଲେ । ତାଙ୍କର ଜୀବନକାଳ ମଧ୍ୟରେ ସ୍ଥାନୀୟ ବରମୁଣ୍ଡା କାଳୀ ମନ୍ଦିରର ସର୍ବାଙ୍ଗିନ ଉନ୍ନତି ନିମନ୍ତେ ଉଦ୍ୟମ କରିଥିଲେ । ସେ ମଧ୍ୟ ଆଇ.ଆର.ସି ଭିଲେଜର ସ୍ପପ୍ନେଶ୍ୱର ସାଂସ୍କୃତିକ ପରିଷଦର ସକ୍ରିୟ ସଭ୍ୟ ଥିଲେ । ସରକାରୀ ଚାକିରିରୁ ଅବସର ନେଲା ପରେ ଦୀର୍ଘ ଦୁଇ ଦଶନ୍ଧି ଧରି ଶ୍ରୀ ପାଢ଼ୀ ଓଡିଶାର ସର୍ବଶ୍ରେଷ୍ଠ  ଶିକ୍ଷାନୁଷ୍ଠାନ ସୋଆ ବିଶ୍ୱବିଦ୍ୟାଳୟର ବିଭିନ୍ନ ଛୋଟ ବଡ ନିର୍ମାଣ କାର୍ଯ୍ୟରେ ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ । ସଦା ସର୍ବଦା ତାଙ୍କର କାର୍ଯ୍ୟକାଳ ସମୟରେ ସେ ତାଙ୍କର ସହକର୍ମୀ ମାନଙ୍କ ସହିତ ଅମାୟିକ ବ୍ୟବହାର ପ୍ରଦର୍ଶନ କରୁଥିଲେ । ତାଙ୍କର ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । 

0
0
0
s2sdefault