ହେଡଲାଇନସ୍:

ସନ୍ଥକବି ଭୀମ ଭୋଇଙ୍କ ବିଷୟରେ ଆପତ୍ତିଜନକ ଲେଖା : ସମ୍ବଲପୁର ଟାଉନ ଥାନାରେ ଏତଲାଦେଲା ବିଜେପି ଯୁବମୋର୍ଚ୍ଚା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ସନ୍ଥକବି ଭୀମ ଭୋଇଙ୍କ ବିଷୟରେ ବିଷୟରେ ଲେଖା ଥିବା ଆପତ୍ତିଜନକ ଲେଖାକୁ ନେଇ ବିଜେପି ଯୁବ ମୋର୍ଚା ପକ୍ଷରୁ ଲେଖକ କେଦାରନାଥ ମିଶ୍ରଙ୍କ ନାମରେ ଅଭିଯୋଗ ଦାଏର ହୋଇଛି ।

          ସନ୍ଥକବି ଭୀମ ଭୋଇ ହେଉଛନ୍ତି ଓଡିଶାର ଗର୍ବ ଓ ଗୌରବ । ସେ ଗରିବ ପରିବାରରେ ଜନ୍ମ ନେଇଥିଲେ ଓ ଜନ୍ମରୁ ଅନ୍ଧ ଥିଲେ । ତାଙ୍କର ଜିବନ ଅତ୍ୟନ୍ତ ସରଳ ଓ ନିରାଡମ୍ବର ଥିଲା । ତାଙ୍କୁ ଦିବ୍ୟଜ୍ଞାନ ମିଳିଲା ପରେ ସେ ମହିମା ଧର୍ମର ପ୍ରଚାର କରିଥିଲେ ଯାହା ଆଜିର ଦିନରେ ଓଡିଶା ସମେତ ଅନେକ ରାଜ୍ୟରେ ଏକ ଧାର୍ମିକ ମାନ୍ୟତା ପାଇଛି । ମହିମା ଧର୍ମର ଅନୁଗାମି ମାନଙ୍କ ପାଇଁ ଭୀମ ଭୋଇ ହେଉଛନ୍ତି ଭଗବାନ ।

 ଭୀମ ଭୋଇଙ୍କର ଅନେକ ମହିଳାଙ୍କ ସହିତ ଖରାପ ସର୍ମ୍ପକ ଥିଲା ବୋଲି ତାଙ୍କ ଚରିତ୍ର ଉପରେ ଅତ୍ୟନ୍ତ ଅରୁଚିକର, ମିଥ୍ୟା ଓ ମହିମା ଧର୍ମକୁ ନିଚ୍ଚା ଦେଖାଇବା ପାଇଁ ଏକ ଘୃଣିତ ପ୍ରୟାସ ଲେଖକ କେଦାରମିଶ୍ର  ତାଙ୍କର ଏକ ଲେଖା Ascetic, Layman, or Rebellious Guru ? Bhima Bhoi and his Female Consorts ମାଧ୍ୟମରେ କରିଛନ୍ତି । ଏହା ମହିମା ଧର୍ମର କୋଟି କୋଟି ଶ୍ରଦ୍ଧାଳୁଙ୍କ ସମେତ ସମଗ୍ର ଓଡିଶା ପାଇଁ ଅପମାନ, ସମଗ୍ର ସନ୍ଥ ସମାଜ ପ୍ରତି ଅପମାନ । ଭୀମ ଭୋଇଙ୍କର ମହିମା ଧର୍ମରେ ଓଡିଶା ସମେତ ପଡୋଶୀ ଛତିଶଗଡ, ଝାରଖଣ୍ଡର ଅନେକ ଦଳିତ ବର୍ଗର ଭାଇ ଭଉଣୀମାନେ ଦିକ୍ଷୀତ ଅଛନ୍ତି । ସେମାନେ ଭୀମ ଭୋଇଙ୍କୁ ଭଗବାନ ଭାବରେ ମାନନ୍ତି । ଏହା ମହିମା ଧର୍ମ, ଭୀମ ଭୋଇ ଓ ସମଗ୍ର ଓଡିଆ ସମାଜ ବିରୋଧରେ ଚାଲିଥିବା ଏକ ଷଡଯନ୍ତ୍ରର ପ୍ରମାଣ । ଏପର ଷଡଯନ୍ତ୍ରରେ ବିଦେଶି ସଂସ୍ଥା, ବିଶେଷ ଭାବରେ ଭାରତ ବିରୋଧି ଶକ୍ତିମାନଙ୍କର ସମ୍ପୃକ୍ତି ଅଛି । ଘଟଣାର ଉପଯୁକ୍ତ ତଦନ୍ତ ହେଲେ ସତ୍ୟାସତ୍ୟ ବାହାରନ୍ତା ।

        ଭୀମ ଭୋଇ ତାଙ୍କ ଯୁବକ ବେଳରେ ଜଣେ ଲେଡି କିଲର ଥିଲେ ବୋଲି ଶ୍ରୀ ମିଶ୍ର ତାଙ୍କ ଲେଖାରେ ଲେଖିଛନ୍ତି । ଏପରି ଲେଖିବା ପଛରେ ତାଙ୍କର ମନ୍ଦ ଉଦ୍ଦେଶ୍ୟ ରହିଛି । ଜଣେ ଅନ୍ଧ ସନ୍ୟାସିଙ୍କ ପ୍ରତି ଏପରି ମନ୍ତବ୍ୟ ଗ୍ରହଣୀୟ ନୁହେଁ । ସେ ମହାଶୟଙ୍କ ସହିତ ସେହି ଲେଖାରେ ଜଣେ ଜର୍ମାନୀ ଲେଖକ ମଧ୍ୟ ଲେଖକ ଭାବରେ ରହିଛନ୍ତି ।

          ଏଣୁ ଆମେ ଉକ୍ତ ଲେଖକ ଙ୍କ ବିରୁଦ୍ଧରେ ଏହି ଲିଖିତ ଅଭିଯୋଗ କରୁଛୁ ଯେ ତାଙ୍କ ଏହି ଆପତ୍ତିଜନକ ଲେଖା କୁ ଯଥା ଶୀଘ୍ର ନିଷିଦ୍ଧ ଘୋଷଣା କରାଯାଉ ଓ ସମସ୍ତ ଷଡଯନ୍ତ୍ର ର ଉପଯୁକ୍ତ ତଦନ୍ତ କରି ତାଙ୍କ ଓ ସହଯୋଗୀ ଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ ଦୃଢ଼  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଅଶ୍ୱିନୀ ମାଝୀ ଙ୍କ ନେତୃତ୍ୱରେ ଅଭିଷେକ ମିଶ୍ର, ଅଶ୍ୱିନୀ ସୁନା, ଅଜିତ ହୋତା, ଦଶରଥ ମେହେର, ପ୍ରତୀକ ମହାପାତ୍ର, ସରୋଜ ନାଗ, ସୋନି ସିଂହ, ସଞ୍ଜୟ ଖଡ଼ିଆ, ଆଲୋକ ନାଏକ, ସନ୍ଦୀପ ଖଣ୍ଡେଲବାଲ, ପ୍ରଭାତ ଶ୍ରୀନିବାସ, ଗୋପାଳ ଅଗ୍ରୱାଲ, ବିଜେପି ବରିଷ୍ଠ ପଦାଧିକାରୀ ଗିରିଷ ପଟେଲ, ମାନସ ରଞ୍ଜନ ବକ୍ସି, ଗିରିଜା ସାହୁ, ମୃତ୍ୟୁଞ୍ଜୟ ପଣିଗ୍ରାହୀ, ପ୍ରଦୀପ ବେହେରା ପ୍ରମୁଖ ସାମିଲ ଥିଲେ ।

0
0
0
s2sdefault