ହେଡଲାଇନସ୍:

କରୋନା ଲଢେଇ : ପୋଲିସ ବାହିନୀର ବ୍ୟବହାର ପାଇଁ ଜିଲ୍ଲା ବ୍ୟବସାୟୀ ସଂଘ ଦେଲେ ସାନିଟାଇଜର ଓ ଗ୍ଲୋଭସ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ବିଶ୍ୱମହାମାରୀ କୋରୋନା ବିରୁଦ୍ଧରେ ଚାଲିଥିବା ଯୁଦ୍ଧର ଅନ୍ୟତମ ଆଗଧାଡିର ସୈନିକରୂପେ ପୋଲିସ ବିଭାଗକୁ ତାହାର କର୍ତ୍ତବ୍ୟ ନିର୍ବାହ କରିଚାଲିଛି । ଏହାକୁ ଦୃଷ୍ଟିରେ ରଖି ବରଗଡ ଜିଲ୍ଲା ବ୍ୟବସାୟୀ ସଂଘ ବରଗଡ ଜିଲ୍ଲା ପୋଲିସର ବ୍ୟବହାର ପାଇଁ ସାନିଟାଇଜର ଓ ହାତ ଗ୍ଲୋଭସ  ଏସପି  ପଦ୍ମିନୀ ସାହୁଙ୍କୁ ହସ୍ତାନ୍ତର କରିଥିଲା | ଏହାକୁ ଜିଲ୍ଲା କିରାନା ସଂଘ, କପଡା ବ୍ୟବସାୟୀ ସଂଘ ତଥା ବରଗଡ ଜିଲ୍ଲା FMCG ବିତରକ ସଂଘ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂପାଦକ ପ୍ରଦୀପ ଦେବତା, କିଶୋର ଅଗ୍ରୱାଲ, ଅଶୋକ ସାହୁ , ରାମ ପନ୍ସାରୀ  , ରବି ଅଗ୍ରୱାଲ , କୈଳାଶ ଦେବସରିଆ ,କିସାନ ଶର୍ମା , ଏମ ଡି ଆସଲାମ , ଅଶୋକ ମିତ୍ତଲ , ଶଶୀ ଝାବର , ଉପସ୍ଥିତ ଥିଲେ |

 

0
0
0
s2sdefault