ହେଡଲାଇନସ୍:

ଆଖି ବୁଜିଦେଲେ ଓଡିଶାର ପ୍ରଥମ ମହିଳା ଇସ୍ରୋ ବିଜ୍ଞାନୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) ଓଡ଼ିଶାର ପ୍ରଥମ ମହିଳା  ଇସ୍ରୋ ବୈଜ୍ଞାନିକ ଡକ୍ଟର ସୁଷମା ପାଣିଗ୍ରାହୀଙ୍କର ରବିବାର ମେ 17 ତାରିଖ ଦିନ ଗୁଜୁରାଟର  ଆହମଦାବାଦ ସହର ଠାରେ  ବିୟୋଗ ହୋଇଯାଇଛି | 67 ବର୍ଷୀୟା ସୁଷମା କ୍ୟାନ୍ସର ରୋଗରେ ପୀଡିତ ଥିଲେ |

17 ଅକ୍ଟୋବର 1952 ମସିହାରେ ଗଞ୍ଜାମ ଜିଲ୍ଲା ଆସ୍କା ଠାରେ ଜନ୍ମଗ୍ରହଣ କରିଥିବା ସୁଷମା 1974 ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ବୋଟାନି ରେ ଏମଏସସି କରିଥିବା ବେଳେ ଆଇଆଇଟି ଖଡଗପୁରରୁ 1982 ମସିହାରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ | ଇସ୍ରୋରେ ଡକ୍ଟର ସୁଷମା ପାଣିଗ୍ରାହୀ 1983 ମସିହାରେ ଆହମଦାବାଦ ଠାରେ ଯୋଗ ଦେଇଥିଲେ | ରିମୋଟ ସେନସିଙ୍ଗ ବିଷୟ ବସ୍ତୁ ଉପରେ ଗବେଷଣା କରୁଥିବା ଡକ୍ଟର ପାଣିଗ୍ରାହୀ ବିପର୍ଯ୍ୟୟ ପରିଚାଳନା, ବାତ୍ୟା, ବନ୍ୟା ଏବଂ ଫସଲ ପରିଚାଳନା କ୍ଷେତ୍ରରେ 30 ବର୍ଷ ଧରି ନିଷ୍ଠାପର ଭାବେ ଅନେକ କାର୍ଯ୍ୟ କରିଛନ୍ତି | ତାଙ୍କ ସ୍ୱାମୀ ଡକ୍ଟର ମାନବ ଚକ୍ରବର୍ତ୍ତି ମଧ୍ୟ ପରମାଣୁ ବିଜ୍ଞାନୀ ଏବଂ ଅନେକ ବର୍ଷ ଧରି ଇସ୍ରୋରେ କାର୍ଯ୍ୟ କରିଛନ୍ତି | ତାଙ୍କ ଏକମାତ୍ର ପୁଅ ସୂଦୀପ ଚକ୍ରବର୍ତ୍ତି ଜଣେ ଇଂଜିନିୟର |  ଡକ୍ଟର ପାଣିଗ୍ରାହୀ ସୋଆ କୁଳପତି ପ୍ରଫେସର ଡକ୍ଟର ଅଶୋକ କୁମାର ମହାପାତ୍ରଙ୍କ ନିକଟ ସମ୍ପର୍କୀୟ |

 

0
0
0
s2sdefault