ହେଡଲାଇନସ୍:

 ପୂର୍ବ ତଟ ରେଳପଥ ବାତ୍ୟା ପାଇଁ  ଜାରିକଲା ପ୍ରାକ୍ ସାବଧାନତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ରେଳ ବ୍ରିଜ , ଟ୍ରାକ୍, ୟାର୍ଡ଼ ଏବଂ ସିଗନାଲିଙ୍ଗ ପଦ୍ଧତିର ସୁରକ୍ଷା ପାଇଁ ନିକଟରୁ ପ୍ରହରା ଦେବା 

  • ପାଣି ଜମିବା ଓ ପାଖ ଡ୍ରେନ୍ ଓ ପାଣି ଜମିବା ସ୍ଥାନରୁ ପଟୁ, ଗଛବୃକ୍ଷ ଏବଂ ଅନ୍ୟାନ୍ୟ ବାଧା ସବୁକୁ ସଫା କରିବା

  • ଦୁର୍ବଳ ସ୍ଥାନ ଗୁଡ଼ିକରେ ପାଟ୍ରୋଲ ମ୍ୟାନ  ଓ ଚୌକିଦାରମାନଙ୍କ ଦ୍ୱାରା ପ୍ରହରା ଦିଆଯିବ

  • ରାଜ୍ୟ ସରକାର କର୍ତ୍ତୃପକ୍ଷଙ୍କ ସହ ବୈଠକ, ଶାଖା ଗ୍ୟାଙ୍ଗ ମ୍ୟାନ ମାନେ ଟ୍ରାକରେ ଦେବେ  ପ୍ରହରା

  • ରେଳଟ୍ରାକ୍ ମରାମତି ପାଇଁ ପ୍ରଚୁର ପରିମାଣର ରିଜର୍ଭ ସାମଗ୍ରୀ ମହଜୁଦ୍ ରଖିବା ବ୍ୟବସ୍ଥା ହୋଇଛି

  • ପାଣିପାଗ ବିଭାଗର ସୂଚନାକୁ ସର୍ବଦା ନିରିକ୍ଷଣ କରାଯାଉଛି 

  •  ଅସୁବିଧାଜନକ ପରିସ୍ଥିତି ସୃଷ୍ଟି ହେଲେ ଖୋଲାଯିବ  ଅତିରିକ୍ତ କଣ୍ଟ୍ରୋଲ  ରୁମ୍ ଓ ପୂର୍ବ ତଟ ରେଳପଥ ବିପର୍ଯ୍ୟୟ ପରିଚାଳନା ସେଲ୍ 

ଭୁବନେଶ୍ୱର (ଶାସକ ପ୍ରଶାସକ) ଅମ୍ଫାନ୍ ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ବିଭିନ୍ନ ସାମଧାନତା ଅବଲମ୍ବନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ପାଣିପାଗ ବିଭାଗର ଆଗାମୀ ସତର୍କ ସୂଚନା ଅନୁସାରେ ଏବଂ ୨୦୧୯ ଫନୀ, ୨୦୧୮ ତିତିଲି, ୨୦୧୪ର ହୁଡ଼ୁହୁଡ଼ୁ, ୨୦୧୩ର ଫାଇଲିନ୍ ଏବଂ ୧୯୯୯ର ମହାବାତ୍ୟାରେ ରେଳ ସମ୍ପତ୍ତି ବିଧ୍ୱଂସର ଅଭିଜ୍ଞତାକୁ ନେଇ ପୂର୍ବ ତଟ ରେଳପଥ ଯଦି ଅମ୍ଫାନ୍ରେ କ୍ଷତିଗ୍ରସ୍ତ ହୁଏ, ତେବେ ଟ୍ରେନ୍ ଚଳାଚଳ ଓ ରେଳଟ୍ରାକର  ପୁନରୁଦ୍ଧାର କାର୍ଯ୍ୟକୁ ଯଥାଶୀଘ୍ର କରାଯିବାକୁ ଯୋଜନା କରିଛି । ପୂର୍ବ ତଟ ରେଳପଥର ମୁଖ୍ୟାଳୟ (ରେଳସଦନ), ବିଶାଖାପାଟଣା, ଖୋର୍ଦ୍ଧାରୋଡ଼ ଓ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ମୁଖ୍ୟାଳୟମାନଙ୍କରେ ବିପର୍ଯ୍ୟୟ ପରିଚାଳନା ସେଲ୍ ଦିବାରାତ୍ର ଖୋଲାରହି କାର୍ଯ୍ୟକରିବ ।

ଯଦି ବିଦ୍ୟୁତ  ଯୋଗାଣ ବନ୍ଦ ହୁଏ, ତେବେ ନିରାପଦ ଟ୍ରେନ୍ ପରି•ଳନା ପାଇଁ ପୂର୍ବ ତଟ ରେଳପଥ କୌଣସି ରିସ୍କ ନ ନେଇ ଶୀଘ୍ର ଟ୍ରାକ୍, ସିଗ୍ନାଲିଙ୍ଗ୍ ପଦ୍ଧତି, ବିଦ୍ୟୁତ  କାର୍ଯ୍ୟ ଇତ୍ୟାଦି ପୁନରୁଦ୍ଧାର କରିବାକୁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ରଖିବାର ବ୍ୟବସ୍ଥା ହୋଇଛି ।

ଟ୍ରେନ୍ ଚଳାଚଳ ପାଇଁ ବିଦ୍ୟୁତ  ଯୋଗାଣ ବନ୍ଦ୍ ହେଲେ ଡିଜେଲ୍ ଇଂଜିନ୍ ରଖାଯାଇଛି । ଉପକୂଳ ଅଞ୍ଚଳରେ ରେଡ଼୍ ଆଲର୍ଟ ଜାରି କରାଯାଇଥିବାରୁ ପୂର୍ବ ତଟ ରେଳପଥ ଭୁବନେଶ୍ୱର-ଖଡ଼ଗପୁର ରେଳ ଶାଖାର ଭୁବନେଶ୍ୱର ଓ ଭଦ୍ରକ ମଧ୍ୟରେ ଥିବା ସମସ୍ତ ରେଳ ଷ୍ଟେସନ୍ ଉପରେ କଡ଼ା ନଜର ରଖିଛି ।

ରେଳ ଟ୍ରାକ୍ ନିକଟରେ ବନ୍ୟା ପାଣି ଜମିବା ଏବଂ ଟ୍ରେନ୍ ପରିଚାଳନାରେ ନିରାପତ୍ତା ଇତ୍ୟାଦି ଯେକୌଣସି ପରିସ୍ଥିତି ପାଇଁ ସଜାଗ ରହିବାକୁ ପୂର୍ବ ତଟ ରେଳପଥ ମହାପ୍ରବନ୍ଧକ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହି ଅନୁସାରେ ସମସ୍ତ ନିରାପତ୍ତା ବ୍ୟବସ୍ଥା କରାଯାଇଛି । ପାଖ ଡ୍ରେନ୍ ଓ ପାଣି ଜମିବା ସ୍ଥାନରେ ପଟୁ, ଗଛବୃକ୍ଷ ଏବଂ ଅନ୍ୟାନ୍ୟ ବାଧାସବୁକୁ ଦୂରକରି ବର୍ଷାପାଣିକୁ ନିର୍ବିଘ୍ନରେ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଇଛି । ରେଳ ବି୍ରଜ୍ର ଜଳ ନିଷ୍କାସନ ପଥରେ ଗଛବୃକ୍ଷ ଓ ଅନ୍ୟାନ୍ୟ ବାଧାକୁ ସଫା କରାଯାଇଛି ।

ରାଜ୍ୟ ସରକାରଙ୍କ ବିଭିନ୍ନ ସ୍ତରର ଅଧିକାରୀମାନଙ୍କ ସହ ବୈଠକ ଆଲୋଚନା ହୋଇସାରିଛି । ପାଟ୍ରୋଲମ୍ୟାନ , ଚୌକିଦାର  ଓ ଡ୍ରାଇଭରମାନଙ୍କ ଦୃଷ୍ଟିରେ ପଡ଼ିଲାଭଳି ବି୍ରଜ୍ ନିକଟସ୍ଥ ସ୍ତମ୍ଭଗୁଡ଼ିକରେ କେନାଲ୍ ହୋଇଥିଲେ ପୁରା ସପ୍ଲାଏ ଲେଭେଲ୍ (ଏଫ୍ଏସ୍ଏଲ୍) ଓ ବି୍ରଜ୍ ହୋଇଥିଲେ ବିପଦ ଲେଭେଲ୍ (ଡିଏଲ୍) ଉଜ୍ଜ୍ୱଳ ଲାଲ୍ ବ୍ୟଣ୍ଡରେ  ପେଣ୍ଟିଂ କରାଯିବ ।

ଟ୍ରାକ୍ ଉପରେ ଯେମିତି ପାଣି ଜମି ନରହିବ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ପାଣି ନିଷ୍କାସନ ନିମନ୍ତେ ଷ୍ଟେସନ ୟାର୍ଡ଼ , କ୍ରସ୍ ଡ୍ରେନ୍ ଓ ଲମ୍ବା ଡ୍ରେନ୍ ପାଇଁ ଆବଶ୍ୟକୀୟ ପର୍ଯ୍ୟାୟଭୁକ୍ତ ଭାବେ ବ୍ୟବସ୍ଥା କରାଯାଇଛି ।

ପାଟ୍ରୋଲମ୍ୟାନ  ରେଲୱେ ଟ୍ରାକରେ  ପ୍ରହରୀ ଦେବାପାଇଁ ବ୍ୟବସ୍ଥା କରାଯାଇଛି । ସେମାନେ ବିପଦକୁ ଅନୁମାନ କରି ଯେକୌଣସି ଅସୁବିଧାକୁ ରୋକିବାର ବ୍ୟବସ୍ଥା କରିବେ । ବିଭିନ୍ନ ଦୁର୍ବଳ ସ୍ଥାନମାନଙ୍କରେ ନିଯୁକ୍ତ ପାଟ୍ରୋଲ ମ୍ୟାନ  ଏବଂ ଚୋୖକିଦାର ସହ ଭ୍ରାମ୍ୟମାଣ ପାଟ୍ରୋଲ ମ୍ୟାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।

ଯେଉଁ ସ୍ଥାନରେ ପ୍ରବଳ ବର୍ଷା ହେବ, ସେହି ଶାଖାର ଗ୍ୟାଙ୍ଗମ୍ୟାନ ମାନେ  ନିଜେ ଟ୍ରାକରେ  ପ୍ରହରୀଦେବାର ବନ୍ଦୋବସ୍ତ  କରିବାକୁ ନିର୍ଦ୍ଦେଶ  ଦିଆଯାଇଛି । ସେ ଟ୍ରାକଟି  ଟ୍ରେନ୍ ଚଳାଚଳ କଲାଭଳି ଅବସ୍ଥାରେ ଅଛି ବୋଲି ନିଶ୍ଚିତ କରିବେ ଏବଂ କେଉଁଯାଗାରେ ଟ୍ରାକ୍ ଧୋଇ ହୋଇଯାଇପାରେ କି ଧସି ପଡ଼ିପାରେ ସେଥି ନିମନ୍ତେ ନିରାପତ୍ତା ବ୍ୟବସ୍ଥା ନିଶ୍ଚିତ କରିବେ ।

ଟ୍ରାକ୍ ଓ ବି୍ରଜ୍ ମରାମତି ନିମନ୍ତେ ପ୍ରଚୁର ପରିମାଣର ଆବଶ୍ୟକୀୟ ସାମଗ୍ରୀ ଯଥା ବୋଲଡର୍, ବାଲି, ଅଙ୍ଗାର, ପଥରଗୁଣ୍ଡ, ବାଲାଷ୍ଟ୍ ଇତ୍ୟାଦି ବିଭିନ୍ନ ନିର୍ବାଚିତ ସ୍ଥାନରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ଇଜିନିୟରିଂ ରିଲିଫ୍ଭ୍ୟାନ୍ ଏବଂ ଏହାର ଯନ୍ତ୍ରପାତି ଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି । ସିସିକ୍ରିବସ ଓ ଉଦ୍ଧାରକାରୀ ଗାର୍ଡ ଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି, ଯେକୌଣସି ସମୟରେ ଆବଶ୍ୟକ ପଡ଼ିଲେ ବ୍ୟବହାର କରାଯାଇପାରିବ । ପୂର୍ବ ତଟ ରେଳପଥ ପାଣିପାଗ ବିଭାଗ ସହ ନିରବଚ୍ଛିନ୍ନ ଭାବରେ ଯୋଗାଯୋଗରେ ରହିଛି ଏବଂ ବେଳକୁ ବେଳ ପାଣିପାଗ ସତର୍କ ସୂଚନାକୁ ଅନୁସରଣ କରୁଛି ।

ଭୁବନେଶ୍ୱର-ଖଡ଼ଗପୁର ମେନ ଲାଇନ ରେ  କୌଣସି ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ ନାହିଁ । କୋଭିଡ଼୍-୧୯ ସଂକ୍ରମଣ ଦୃଷ୍ଟିରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ସମସ୍ତ ଯାତ୍ରୀବାହୀ ଟ୍ରେନକୁ  ଆଗାମୀ ଘୋଷଣା ପର୍ଯ୍ୟନ୍ତ ବାତିଲ କରାଯାଇଛି, କେବଳ କେତେକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍, ଏକ ଏସି.ସ୍ୱତନ୍ତ୍ର ଟ୍ରେନ୍, ମାଲବାହୀ ଓ ପାର୍ସେଲ୍ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରୁଛି ।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ, ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ଏସି ସ୍ୱତନ୍ତ୍ର ଟ୍ରେନ୍କୁ ହିଜ୍ଲି (ଖଡ଼ଗପୁର)-ଭୁବନେଶ୍ୱର ରୁଟ୍ ପରିବର୍ତ୍ତେ ଭାୟା ଅନୁଗୁଳ-ଝାରସୁଗୁଡ଼ା-ରାଉରକେଲା-ଟାଟା ଦେଇ ୪ ଦିନ ପାଇଁ ଚଳାଚଳ କରିବ । ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ସବୁକୁ ବାତିଲ କରି ଦିଆଯାଇଛି ଏବଂ ଭଦ୍ରକ-ଖଡ଼ଗପୁର ରୁଟ୍ରେ ଏହି ଟ୍ରେନ୍ ଚଳାଚଳ କରିବ ନାହିଁ । ପାର୍ସେଲ୍ ଓ ମାଲ ବାହି  ଟ୍ରେନ୍ ସମ୍ବଲପୁର-ଝାରସୁଗୁଡ଼ା ଭାୟା ଦେଇ ଚଳାଚଳ କରିପାରେ ।

 

 

0
0
0
s2sdefault