ହେଡଲାଇନସ୍:

ସକାଳେ ମୁକ୍ତ , ଦି ପହରେ ଯୁକ୍ତ : ଏକାଥରକେ ୨୦ କରୋନା ପଜିଟିଭ ଚିହ୍ନଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର( ଶାସକ ପ୍ରଶାସକ) ସକାଳେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲେ ଭୁବନେଶ୍ୱର ଓ ଜଗତସିଂହପୁର କରୋନା ମୁକ୍ତ | ହେଲେ କେଇ ଘଣ୍ଟା ଯାଇନି, ପୁଣି ଯୁକ୍ତ ହୋଇଗଲା ଜଗତସିଂପୁର | ଜିଲ୍ଲାପାଳଙ୍କ ପକ୍ଷରୁ କରାଯାଇଥିବା ଟୁଇଟରେ କୁହାଯାଇଛି ଯେ ଜିଲ୍ଲାରେ ଏକାଥରକେ ୨୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ୧୯ ଜଣ ନାଉଗାଁର ଓ ଜଣେ କୁଜଙ୍ଗର |  ସମସ୍ତେ କବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି | ସେମାନଙ୍କୁ କୋବିଦ ହସ୍ପିଟାଲ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି | 

0
0
0
s2sdefault