ହେଡଲାଇନସ୍:

ଅଚଳ ଓ ଅବୈଧ ଫାଷ୍ଟଟ୍ୟାଗ ଥିବା ଗାଡିରୁ ଦୁଇଗୁଣା ଟୋଲ ଫି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଟୋଲ (ପଥକର) ଆଦାୟ ସଂକ୍ରାନ୍ତ ନିୟମର ସଂଶୋଧନ କରାଯାଇ ଏହି ମର୍ମରେ ଏକ ବିଜ୍ଞପ୍ତି ଚଳିତ ମାସ 15 ତାରିଖରେ ଜାରି କରାଯାଇଛି । ଏହା ଫଳରେ 2008ର ଜାତୀୟ ରାଜମାର୍ଗ ଦେୟ (ଦେୟ ନିର୍ଦ୍ଧାରଣ ଓ ସଂଗ୍ରହ) ଆଇନ ବଦଳିଛି ।

ନୂତନ ବିଜ୍ଞପ୍ତି ଅନୁସାରେ କୌଣସି ଯାନରେ ଯଦି ଫାଷ୍ଟଟ୍ୟାଗ ଲାଗିନଥିବ କିମ୍ବା ଏହା ଅଚଳ ଅଥବା ଅବୈଧ ହୋଇଥିବ, ତେବେ ସେଭଳି ଯାନ ଉପରେ ଗାଡିର ଶ୍ରେଣୀ ବିଭାଗ ଅନୁସାରେ ଦୁଇଗୁଣ ଟୋଲ ଫି (ପଥକର) ଆଦାୟ ହେବ । ଏଭଳି ଯାନ ଲାଗି ଟୋଲ ପ୍ଲାଜାର ଫାଷ୍ଟଟ୍ୟାଗ ଲେନକୁ ପ୍ରବେଶ କରେ ତେବେ ସେଥିରୁ ସ୍ୱାଭାବିକ ଟୋଲ ଠାରୁ ଦୁଇଗୁଣ ଅର୍ଥ ଆଦାୟ କରାଯିବାର ବ୍ୟବସ୍ଥା ହୋଇଛି ।

ଏହି ସଂଶୋଧନ ପୂର୍ବରୁ ଗାଡି ବ୍ୟବହାରକାରୀଙ୍କୁ ବିନା ଫାଷ୍ଟଟ୍ୟାଗରେ ଟୋଲ ପ୍ଲାଜାର ଫାଷ୍ଟଟ୍ୟାଗ ଡେଡିକେଟେଡ୍ ଲେନରେ ପ୍ରବେଶ କଲେ ଦୁଇଗୁଣ ଟୋଲ ଫି ଦେବାକୁ  ପଡୁଥିଲା । 

0
0
0
s2sdefault