ହେଡଲାଇନସ୍:

ସକାଳେ କହିଥିଲେ , ସଞ୍ଜବେଳକୁ ମନା କଲେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଞ୍ଚମ ମୃତ୍ୟୁକୁ କୋବିଦ ମୃତ୍ୟୁ ବୋଲି ଅସ୍ଵୀକାର କଲେ ରାଜ୍ୟ ସରକାର 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଗଂଜାମ ଜିଲ୍ଲାରେ ହୋଇଥିବା ଦ୍ଵିତୀୟ ମୃତ୍ୟୁକୁ କରୋନା ମୃତ୍ୟୁ ବୋଲି ଅସ୍ଵୀକାର କରିଛନ୍ତି ରାଷ ସରକାର | ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ମୃତ୍ୟୁବରଣ କରାଯାଇଥିବା ବ୍ୟକ୍ତିଙ୍କୁ ସନ୍ଦିଗ୍ଧ କରୋନା ବୋଲି ତାଙ୍କ ସାମ୍ପଲ ନିଆଁ ଯାଇଥିଲା | ହେଲେ ରିପୋର୍ଟ ଆସିଲା ବେଲକୁ ତାଙ୍କର କରନା ନେଗେଟିଭ ଆସିଥିଲା | ତେଣୁ ତାହା କରୋନା ମୃତ୍ୟୁ ନୁହେ ବୋଲି କରିଛନ୍ତି ସରକାର | ତେଣୁ ରାଜ୍ୟରେ କରୋନା ମୃତ୍ୟୁ ୪ |

ସୂଚନାଯୋଗ୍ୟ ଯେ ସକାଳେ ରାଜ୍ୟ ସରକାର ଆଉ ଦୁଇଜଣଙ୍କର ମୃତ୍ୟୁ ହୋଇଛି ବୋଲି ଦର୍ଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ବୋଲି ଦର୍ଶାଇ ଥିଲେ | ହେଲେ ସନ୍ଧ୍ୟା ବେଳକୁ ସରକାର କରୋନା ମୃତ୍ୟୁ ୫ ନୁହଁ ୪ ବୋଲି ସଂଶୋଧନ କରିଥିଲେ ତାଙ୍କ ତଥ୍ୟ | ହେଲେ ସରକାର ରିପୋର୍ଟ ଆସିବା ଆଗରୁ କେମିତି ତାକୁ କରୋନା ମୃତ୍ୟୁ ବୋଲି ତଥ୍ୟ ଦର୍ଶାଇ ଥିଲେ ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି | 

0
0
0
s2sdefault