ହେଡଲାଇନସ୍:

ସୋମବାର ପୁଣି କର୍ଫ୍ୟୁ ନଂ ୩: ସକାଳ ୪ ଟା ରୁ ରାତି ୧୧ ଟା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବଲାଙ୍ଗୀର (ନିରୋଜ ମିଶ୍ର): ଆସନ୍ତା କାଲି ଗୁଜୁରାଟ ଓ ତାମିଲନାଡୁ ରୁ ଆସୁଥିବା ପ୍ରବାସୀ ଶ୍ରମିକଙ୍କ ପରିବହନ ପାଇଁ ବଲାଙ୍ଗିର ଜିଲ୍ଲା ପ୍ରସାଶନ ସହରର କେତୋଟି ରାସ୍ତାକୁ  ସମ୍ପୂର୍ଣ୍ଣ କର୍ଫ୍ୟୁ ଘୋଷଣା କରିଛନ୍ତି ।  ଏହି କର୍ଫ୍ୟୁ ସକାଳ ୪ଟା ରୁ ରାତି ୧୧ଟା ପର୍ଯ୍ୟନ୍ତ ବଳବତ୍ତର ରହିବ  ।  ରେଳ ଷ୍ଟେଶନରୁ ମଦନ ଗୁଡ଼ିଆ ବଗିଚା ଦେଇ  କୋଶଳ ଛକ ( ଟିଟିଲାଗଡ଼ ରୋଡ଼),  ବେହରା ପାଲି ରୁ କଚେରୀ ଛକ ଦେଇ ସଦର ଥାନା (ପଟଣାଗଡ଼ ରୋଡ଼), ରେଳ ଷ୍ଟେଶନରୁ ସୁଡ଼ପଡା ଦେଇ ପୁଇଁତଲା ରାସ୍ତା , ବେହେରା ପାଲିରୁ ସମ୍ବଲପୁର ରୋଡ଼, ରେଳ ଷ୍ଟେଶନରୁ ମହାଲକ୍ଷ୍ମୀ ନଗର , ରୁଗୁଡି ପଡ଼ା ଦେଇ ଆର୍ଟିଓ ଅଫିସ, ପାଟଣାଗଡ଼ ରୋଡ଼ ରୁ ଶାନ୍ତି ପଡ଼ା, ସଦେଇ ପାଲି ଦେଇ ଛତାମାଖାନା ରାସ୍ତା ଗୁଡିକୁ ଏହି କର୍ଫ୍ୟୁ ରେ ଅନ୍ତର୍ଭୁକ୍ତ କରାଯାଇଛି

0
0
0
s2sdefault