ହେଡଲାଇନସ୍:

ଅସହାୟମାନଙ୍କ ନିମନ୍ତେ ଦେବଦୂତ ସାଜିଲେ ଦେବାଶିଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କରୋନା ଯନ୍ତ୍ରଣା ସାଙ୍ଗକୁ, ତାଡନା ଅଭାବର : ତିନି ଛୁଆଙ୍କୁ ଭାରରେ ବୋହି ଚାଲିଲେ ୨୫୦ କିଲୋମିଟର

ବାରିପଦା(ଦିଲ୍ଲୀପ ମହାନ୍ତି )- ଚାଲିଛି କରୋନା ମହାଲଢେଇ । ସରକାରଙ୍କ ପକ୍ଷରୁ ବ୍ୟାପକ ଉଦ୍ୟମ ସତ୍ତ୍ୱେ ବିଭିନ୍ନ ସ୍ଥାନରେ ଲୋକ ବି ଦୁର୍ଦ୍ଦଶା ଭିତରେ ଲକ ଡାଉନ କଟକଣା କାରଣରୁ | ଏ ଯାବତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ ଛୁଇଁଥିବା ବେଳେ  ସୁସ୍ଥ ହେଲେଣି ଅନେକ | ଆଉ ପ୍ରାଣ ବି ହରାଇଲେଣି ୫ ଜଣ | ଏହା ନିଃସନ୍ଦେହ ଯେ, କୋଭିଡ଼-୧୯ ମୁକାବିଲା ନିମନ୍ତେ ଲକ୍ ଡ଼ାଉନ ଜନସାଧାରଣ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଚୁରମାର କରିଦେଇଛି । ଚତୁର୍ଦ୍ଦିଗରେ ତ୍ରାହି ତ୍ରାହି ଶବ୍ଦ ଗୁଞ୍ଜରିତ ହେବାରେ ଲାଗିଛି । ଏହି ସମୟରେ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବାସୀ ଓଡ଼ିଆମାନଙ୍କର ପ୍ରତ୍ୟାବର୍ତ୍ତନ ଜାରି ରହିଥିବା ବେଳେ ସେମାନଙ୍କ ଘରବାହୁଡ଼ା ବେଳର କରୁଣ ଚିତ୍ରପଟ୍ଟ ହୃଦୟକୁ ଆନ୍ଦୋଳିତ  କରାଇଦେବା ଭଳି ହୋଇଛି । ଉକ୍ତ ପ୍ରବାସୀମାନଙ୍କର ଶାରିରୀକ, ମାନସିକ, ଆର୍ଥିକ ଦୁର୍ଦ୍ଧଶାକୁ ଲାଘବ କରାଇବା ନିମନ୍ତେ ଆଗେଇ ଆସିଛନ୍ତି କିଛି ସମାଜସେବୀ, ବଦାନ୍ୟ ବ୍ୟକ୍ତି ଓ ନେତା । ଏମାନଙ୍କର ସେବା ମନୋବୃତ୍ତିକୁ ଦେଖିଲେ ଆଜିର ସ୍ୱାର୍ଥପର ଦୁନିଆରେ ଏବେବି ମାନବିକତା ବଞ୍ଚି ରହିଥିବା ପରିଲକ୍ଷିତ ହୁଏ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଓଡ଼ିଶା କୃଷି ନିଗମର ଅଧ୍ୟକ୍ଷ ତଥା ବିଜେଡ଼ିର ଯୁବ ନେତା ଦେବାଶିଷ ମହାନ୍ତିଙ୍କ କ୍ଷେତ୍ରରେ । 

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ନିର୍ବାଚନ ମଣ୍ଡଳୀକୁ ଆରମ୍ଭ ହୋଇଛି ପ୍ରବାସୀ ଓଡ଼ିଆମାନଙ୍କର ଘରବାହୁଡ଼ା ।  ନିଜର ଜନ୍ମ ଓ ଭିଟାମାଟି ମୋହ ସେମାନଙ୍କୁ ଗାଁ ମୁହାଁ କରାଇଛି । ତ୍ରେତୟା ଯୁଗରେ ଶ୍ରବଣ କୁମାର ନିଜର ଅନ୍ଧ ପିତାମାତାଙ୍କୁ ଭାରରେ ବୋହି ୪ ଧାମ ଦର୍ଶନରେ ନେଉଥିବାର ବର୍ଣ୍ଣନା କରାଯାଇଥିବା ବେଳେ ଏବେ କରୋନା କାରଣରୁ ଦେଖିବାକୁ ମିଳିଛି ଜଣେ ଅସହାୟ ବାପ ରୁପାୟ ଟୁଡୁ (୩୫) ତାଙ୍କ ତିନି ନିରୀହ ଶିଶୁ ପୁଷ୍ପାଞ୍ଜଳି ଟୁଡ଼ୁ(୬), ସୀତା ଟୁଡ଼ୁ(୪) ଓ ମେଘରାୟ ଟୁଡ଼ୁ(୨)ଙ୍କୁ  ଭାରରେ ବୁହାଇ ଦୀର୍ଘ ୭ ଦିନର ଅକ୍ଲାନ୍ତ ପଦଯାତ୍ରା ପରେ ଯାଜପୁରରୁ ସ୍ତ୍ରୀ ମେଟ୍ରିକ୍ ଟୁଡ଼ୁଙ୍କ ସହିତ ପହଁଞ୍ଚିଥିଲେ ନିଜ ଗ୍ରାମ ମୟୁରଭଞ୍ଜର ବଳଦିଆଠାରେ ।  ଯାଜପୁର ଅଞ୍ଚଳରେ ଇଟାଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଇଥିଲେ ରୁପାୟ । ମାତ୍ର ଲକ୍ ଡ଼ାଉନ କାମଧନ୍ଦା ଛଡ଼ାଇ ନେବା ପରେ ମାଲିକ ତାଙ୍କ କଥା ନବୁଝିବାରୁ ଭୋକଉପବାସରେ ସମୟ କଟାଉ ଥିଲେ । ଶେଷରେ ବାହାର ଜିଲ୍ଲାରେ ମରିବା ଅପେକ୍ଷା ନିଜ ଜନ୍ମ ମାଟିରେ ମରିବାର ନିଷ୍ପତ୍ତି ନେଇ ପ୍ରାୟ ୨୫୦ କି.ମି ରାସ୍ତା ଭୋକ, ଶୋଷ ଓ ଉପବାସରେ ଥାଇ ଚାଲି ଚାଲି ଯାଜପୁରରୁ ଆସି ମୋରଡ଼ା ବ୍ଲକର ବଳଦିଆ ଗ୍ରାମରେ ପହଁଞ୍ଚିଥିଲେ । କିନ୍ତୁ ନିଆଁ, ପାଣି ଓ ରାଜା ଅନ୍ଧ । ଓଡ଼ିଶାରେ ଆଇନ ଘଡ଼ିକେ ଘୋଡ଼ା ଛୁଟୁଛି । ଜିଲ୍ଲା ଓ ରାଜ୍ୟ ବାହାରୁ ଫେରୁଥିବା ବ୍ୟକ୍ତିମାନେ ସଙ୍ଗରୋଧ ଗୃହରେ ରହିବେ ଏବଂ ଏହି ସମୟରେ ସେମାନଙ୍କର ଖାଇବା, ପିଇବା ଆଦି ସରକାର ବହନ କରିବ ବୋଲି ସରକାର ଘୋଷଣା କରିଥିଲେ ମଧ୍ୟ ଏମାନଙ୍କୁ ନିଜ ଘରେ ହୋମ କ୍ୱାରେଣ୍ଟାଇନରେ ରହିବାକୁ କୁହାଗଲା  । ମାତ୍ର ନିଜସ୍ୱ ଗୃହ ନ ଥିବା କାରଣରୁ ସ୍ଥାନୀୟ ସ୍କୁଲ ଗୃହରେ ସ୍ତ୍ରୀ ଓ ପିଲାମାନଙ୍କୁ ଧରି ରହିଲେ । ଉକ୍ତ ସ୍କୁଲରେ ଗୃହରେ ହୋଇଥିବା ଅସ୍ଥାୟୀ ସଙ୍ଗରୋଧ ଗୃହରେ ଏମାନଙ୍କୁ ମିଶାଇ ମୋଟ ୧୩ ଜଣ ରହିବାକୁ ଦିଆଯାଇ ଥିବା ବେଳେ ଖାଇବାକୁ ମିଳୁନଥିଲା । ଫଳରେ ବିନା ଖାଦ୍ୟରେ ସଙ୍ଗରୋଧ ଗୃହରେ ଅବସ୍ଥାନ କରିବାକୁ ବାଧ୍ୟ ହୋଇଥିଲେ । ଏହି ସମୟରେ ଏ ଖବର ପାଇଥିଲେ ରାଜ୍ୟ କୃଷି ନିଗମର ଅଧ୍ୟକ୍ଷ ତଥା ବିଜେଡ଼ିର ଯୁବ ନେତା ଦେବାଶିଷ ମହାନ୍ତି । ରୁପାୟଙ୍କ ପାଖରେ ଦେବଦୂତ ଭବେ ହୋଇ ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ | ରୂପାୟଙ୍କ ସହ ଓ ବଳଦିଆ ସଙ୍ଗରୋଧ ଗୃହରେ ରହୁଥିବା ୧୩ ଜଣ ଅନ୍ତେବାସୀମାନଙ୍କୁ ମାସ୍କ, ସାବୁନ, ସେନିଟାଇଜର ସହିତ ସପ୍ତାହକର ଶୁଖିଲା ଖାଦ୍ୟ ଯୋଗାଇ ଦେଇଥିଲେ । ଏଥି ସହିତ ଲକ୍ ଡ଼ାଉନ ହଟିବା ପର୍ଯ୍ୟନ୍ତ ସମସ୍ତ ଦିନମାନଙ୍କରେ ରନ୍ଧା ଖାଦ୍ୟ ଯୋଗାଇ ଦେବାର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଦେବାଶିଷ । 

0
0
0
s2sdefault