ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଦିପ୍ତିପୁରସ୍ଥିତ ଜୟ ଜବାନ କ୍ଳବ ଅସହାୟଙ୍କ ପାଇଁ ଦେବଦୁତ ପାଲଟିଛି । ଲକ ଡାଉନ ସମୟରେ ଗରିବ, ଅସହାୟ, ବୃଦ୍ଧ, ବୃଦ୍ଧା, ବିକଳାଙ୍ଗ ମାନଙ୍କୁ ଘରକୁ ଘର ବୁଲି ଶୁଖିଲା ଖାଦ୍ୟ ବଂଟନ କରି ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇଥିବା ବେଳେ ଏବେ ରାସ୍ତାରେ ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ଖାଦ୍ୟ ପେୟର ବ୍ୟବସ୍ଥା କରି ତାଙ୍କର ଗନ୍ତବ୍ୟ ସ୍ଥଳରେ ପହଂଚାଇ ଦେବଦୁତର କାର୍ଯ୍ୟ ନିର୍ବାହ କରୁଛନ୍ତି ବୋଲି ବୁଦ୍ଧିଜୀବି ମହଳରେ ଚର୍ଚ୍ଚ ହେଉଛି । ପ୍ରତିଦିନ ପ୍ରବାସୀ ଶ୍ରମିକ ମାନଙ୍କର ବ୍ୟବସ୍ଥା କରିଚାଲିଥିବା ବେଳେ ଶୁକ୍ରବାର ଦିନ ବରଗଡରୁ ନୂଆପଡା ଜିଲ୍ଳାକୁ ଚାଲି ଚାଲି ଯାଉଥିବା କିଛି ପ୍ରବାସୀ ଶ୍ରମିକଙ୍କୁ ଦିପ୍ତିପୁର ଜୟଜବାନ କ୍ଳବର ସଭାପତୀ ଦିପ୍ତିକାନ୍ତ ମୁଖି ଓ ତାଙ୍କର କିଛି ସହଯୋଗି ଲଲିତ ବାରିକ, ଉଦୟନାଥ ସେଠ, ପ୍ରେମାନନ୍ଦ ବାରିକ ପ୍ରମୁଖ ଦିପ୍ତିପୁର ଛକରେ ଅଟକାଇ ନିକଟସ୍ଥ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ନେଇ କିଛି ରନ୍ଧା ଖାଦ୍ୟ, ପିଇବା ପାଣି, ମାସ୍କ ଆଦି ଦେବା ସହ ତାଙ୍କ ଗନ୍ତବ୍ୟ ସ୍ଥଳୀ ନୂଆପଡାକୁ ପଠାଇବାର ବ୍ୟବସ୍ଥା କରିଥିଲେ ।