ଝାରବନ୍ଧ-ମନୋହର ଦାଶ: କରୋନା ସମସ୍ତଙ୍କ ଜୀବନ ଜୀବିକା ଛଡ଼ାଇ ନେଇଛି କର୍ମକ୍ଷେତ୍ର ଛାଡି ଭିଟା ମାଟି କୁ ଫେରି ଯାଉଛନ୍ତି ପ୍ରବାସୀ ଶ୍ରମିକ ମାନେ ଗୁରୁବାର ଦିନ୧୧ ଟା ସମୟ ରେ ଦେଖିବାକୁ ଦୁଃଖଦ ଘଟଣା ପ୍ରାୟ ୪୫ ରୁ ୫୦ ଜଣ ଶ୍ରମିକ (OD 15 E 1544) ବସ ରେ ଫେରୁଥିବା ଦେଖିବାକୁ ମିଳିଥିଲା । ସେମାନେ ସମସ୍ତେ ସୁଦୂର ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ବସ୍ନା ଥାନା ଅନ୍ତର୍ଗତ ଅଖରାଭଟା ଗ୍ରାମ (ତୁକୁଡ଼ା) ର ବୋଲି ଯାହା ସ୍ପଷ୍ଟ ସୂଚନା ମିଳିଛି ସେଥିରେ ପୁରୁଷ ମହିଳା ଓ କିଛି ଜଣ ଶିଶୁ ମଧ୍ୟ ରହିଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଏହି ପ୍ରବାସୀ ଶ୍ରମିକ ମାନେ ମୟୁରଭଞ୍ଜ ଜିଲ୍ଲା ର ବିଶୋଇ ଅଂଚଳରେ ଇଟା ଗଢିବା ପାଇଁ ଯାଇଥିଲେ କିନ୍ତୁ କରୋନା ଯୋଗୁଁ କାମ ସବୁ ବନ୍ଦ ହୋଇଯାଇଛି ।ସେଠାରେ ଖାଇବାକୁ ନ ପାଇବାରୁ ସେମାନେ ନିଜ ରାଜ୍ୟ କୁ ଫେରି ଯାଉଛନ୍ତି ବୋଲି କହିଥିଲେ ।ଜଗଦଲପୁର ପୋଲିସ ପେଟ୍ରୋଲିଂ ରେ ଥିବା ଥାନା ଅଧିକାରୀ ଲିଲିମା ଲଳିତା ବାର୍ଳା ,A.S.I କେତନ ଧରୁଆ ତଥା ଥାନା କର୍ମଚାରୀ ଧଉରଭଟା ଛକ ଠାରେ ଉକ୍ତ ବସ ର ଡ୍ରାଇଭର କୁ ଛତିଶଗଡ଼ ଅଞ୍ଚଳରେ ପହଞ୍ଚାଇବା କୁ ତାଗିତ କରିଥିଲେ । ଛତିଶଗଡ ସୀମା କୁ ବସ ପହଞ୍ଚାଇବା ଦାଇତ୍ୱ ଲଉଡିଦରହା ସରପଞ୍ଚ ବଳରାମ ଖମାରି ଜଗଦଲପୁର ଥାନା କର୍ମଚାରୀ କୋଦଣ୍ଡ ପଧାନ ଲଉଡିଦରହା ବିନୋବା ଭାବେ କ୍ଲବ ର ସଦସ୍ୟ କିଶୋର ସାମଲ,ଜ୍ୟୋତିରଞ୍ଜନ ଜଗତ ପ୍ରମୁଖ ଯାଇ ଛତିଶଗଡ଼ ସୀମା ରେ କ୍ୱାରନ୍ଟାଇନ ସେଣ୍ଟର ରେ ରଖି ଆସିଛନ୍ତି ।ଏମାନଙ୍କ ସୁବିଧା ରେ ରଖିବା ପାଇଁ । ପ୍ରଶାସନ ଯେପରି ତତ୍ପର ତାଙ୍କ ଆଗମନ କୁ ନେଇ ଅଞ୍ଚଳ ବାସି ଙ୍କ ମଧ୍ୟ ରେ ସଂକ୍ରମଣ କୁ ନେଇ ସେତିକି ଭୟଭୀତ ହେଉଥିବା ଜଣାଯାଏ ।
ରାଜ୍ୟ
ପ୍ରବାସୀ ଶ୍ରମିକଙ୍କୁ ଛତିଶଗଡ଼ ସୀମା ରେ ପହଞ୍ଚାଇବା ପାଇଁ ଜଗଦଲପୁର ପୋଲିସ ର ସହାୟତା ।
- Hits: 928