ହେଡଲାଇନସ୍:

ସରଳ ଗରିବ ଯୁବକ ଫସିଗଲେ ବିଦ୍ୟୁତ କର୍ମଚାରୀଙ୍କ ଛଳନାରେ : ଚାଲିଗଲା ଜୀବନ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

 ସୁନ୍ଦରଗଡ଼/ହୋରାଚାନ୍ଦ ଦେହୁରୀଆ :-ଆଜି ଅପରାହ୍ନ ସାଢ଼େ ତିନିଟା ସମୟ ପାଖାପାଖି କିଞ୍ଜିରକେଲା ଥାନା ଅନ୍ତର୍ଗତ ଟିନିକିବନ୍ଧ ଫଟିକପଡ଼ା ରାସ୍ତା ମଝିରେ ଜଣେ ଯୁବକ ଇଲେକ୍ଟ୍ରି ସଂଯୋଗ କରିବା ପାଇଁ ଖମ୍ବରେ ଚଢିବା କ୍ଷଣି ହିଁ ଇଲେକ୍ଟ୍ରି ସଂସ୍ପର୍ଶରେ ଆସି  ଜଳିଯାଇଥିଲେ | 

ପ୍ରାପ୍ତ ସୂଚନାରୁ ଜାହା ଜଣାପଡିଛି ଓ ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ବ୍ୟକ୍ତି ଜଣକ କେନ୍ଦୁଡ଼ିହି ଗ୍ରାମର ମାକରପଡ଼ାର ପ୍ରମୋଦ ଓରାମ ୩୦ ବୋଲି ଜଣାପଡିଛି | ସେ ବିଦ୍ୟୁତ ବିଭାଗରକର୍ମଚାରୀ ନୁହଁନ୍ତି | କିନ୍ତୁ ଅଞ୍ଚଳର ଯାହା ଇଲେକ୍ଟ୍ରି କାର୍ଯ୍ୟ ହୁଏ ତାଙ୍କୁ ଫୋନଯୋଗେ ଅବଗତ କରାଇଥାନ୍ତି ବିଦ୍ୟୁତ  କର୍ମଚାରୀ ମାନେ | ସେ ଅସହାୟ ଗରିବ ଘରର ବ୍ୟକ୍ତି ହୋଇଥିବା ଯୋଗୁଁ ଭବିଷ୍ୟତରେ  ଇଲେକ୍ଟ୍ରି ବିଭାଗରେ କାଳେ ଚାକିରୀ ଖଣ୍ଡିଏ ମିଳିଯିବ, ସେହି ଆଶାରେ ନିଜ ପରିବାରର୍  ଭରଣ ପୋଷଣ ମେଣ୍ଟେଇବା ପାଇଁ ଖରାତରାରୁ ଆରମ୍ଭ କରି ଦିନରାତି ଇଲେକ୍ଟ୍ରି କର୍ମଚାରୀଙ୍କ ଆଦେଶ ଅନୁଯାୟୀ ଅଞ୍ଚଳରେ କୌଣସି ଜାଗାରେ ଇଲେକ୍ଟ୍ରି ପ୍ରୋବ୍ଲେମ ହେଲେ ଖବର ଆସିବା କ୍ଷଣି ପହଞ୍ଚି ଯାଇଆନ୍ତି ସଜାଡ଼ିବା ପାଇଁ | ଠିକ ସେମିତି ଆଜି ତାଙ୍କୁ ବିଦ୍ୟୁତ କର୍ମଚାରୀ ମାନେ ଘରୁ ଡାକିଆଣି ସଜାଡ଼ିବା ପାଇଁ କହିଥିଲେ |  ତାଙ୍କୁ କହିଥିଲେ ଆମେ ଥ୍ରୀଫେଜ ଇଲେକ୍ଟ୍ରି କାଟିଦେଇଛୁ ତମେ ଖମ୍ବରେ ଚଢ଼ି ସଜାଡ଼ିଦିଅ | ସେ କର୍ମଚାରୀଙ୍କ  ଆଦେଶ ଅନୁସାରେ ଖମ୍ବରେ ସଜାଡ଼ିବା ପାଇଁ ଚଢ଼ିଥିଲେ | ହେଲେ ଏଠି ପ୍ରଶ୍ନ ଉଠେ ଯେ ଗୋଟିଏ ପଟେ ବିଦ୍ୟୁତ  କର୍ମଚାରୀ ଖମ୍ବରେ ଚଢି ସଂଯୋଗ କରିବା ପାଇଁ ଆଦେଶ ଦେଇ ଅନ୍ୟପଟେ କିଞ୍ଜିରକେଲା ଥାନାରେ ଯାଇ ଆତ୍ମସମର୍ପଣ କରିବାରୁ ଯାହା ଜଣାପଡିଛି ବିଦୂତ କର୍ମଚାରୀ ଜାଣିବୁଝି ଥ୍ରୀଫେଜ ଇଲେକ୍ଟ୍ରି କାଟିବା ଜାଗାରେ ଟୁଫେଜ କାଟି ଗୋଟିଏ ଫେଜ କାଟିନଥିଲେ | ଏଥି ହଗୁ ହିଁ ଯୁବକ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ପରିବାର ବର୍ଗ ଅଭିଯୋଗ ଆଣିଛନ୍ତି | ଘଟଣା ସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ମଧ୍ୟ ପହଞ୍ଚି ଛନ୍ତି |  ଯେହେତୁ ସେ ଇଲେକ୍ଟ୍ରି ବିଭାଗ କର୍ମଚାରୀ ନୁହଁନ୍ତି ଏବଂ ତାଙ୍କ ପରିବାର ବର୍ଗଙ୍କ ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ || ତେଣୁ ଇଲେକ୍ଟ୍ରି ବିଭାଗ ପକ୍ଷରୁ ତାଙ୍କ ପରିବାର ବର୍ଗଙ୍କୁ କୌଣସି ସହାୟତା ଦେବା ବାବଦରେ ବିଚାର ହୋଇ ପାରୁନଥିବା ଯୋଗୁଁ ଖବର ଲେଖାହେବା ଯାଏଁ ମୃତଦେହ ଖମ୍ବ ଉପରେ ହିଁ ରହିଅଛି |

0
0
0
s2sdefault