ହେଡଲାଇନସ୍:

କରୋନା: ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦,୦୦୦ଟଙ୍କା ପ୍ରଦାନ କଲେ ଚର୍ଚ୍ଚ କର୍ମକର୍ତ୍ତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି: କରୋନା ପାଇଁ ସହାୟତାର ହାତ  ବଢ଼ାଇ ଛନ୍ତି ଘୁ.ଉଦୟଗିରି ବାପଟିଷ୍ଟ ଚର୍ଚ୍ଚର କର୍ମକର୍ତ୍ତା I ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦,୦୦୦ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ଘୁ.ଉଦୟଗିରି ଚର୍ଚ୍ଚର କର୍ମକର୍ତ୍ତା I ବାପଟିଷ୍ଟ ଚର୍ଚ୍ଚର କର୍ମକର୍ତା ପାଷ୍ଟର ପ୍ରଦୀପ କୁମାର ନାୟକ, ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ଉପ-ସଭାପତି ପ୍ରଶାନ୍ତ କୁମାର ଦାସ, ସାଧାରଣ ସମ୍ପାଦକ ପ୍ରମୋଦ ରଞ୍ଜନ ନାୟକ, ଜଏଣ୍ଟ ସେକ୍ରେଟାରୀ ଜ୍ୟୋତିରଞ୍ଜନ ନାୟକ, କୋଷାଧ୍ୟକ୍ଷ ବସନ୍ତ ମଞ୍ଜରୀ ରଥ, ଦିପେଶ ନାୟକ, ଅବନୀ ନାୟକ ପ୍ରମୁଖ ଏକ ଚେକ ଘୁ.ଉଦୟଗିରି ଗୋଷ୍ଠିଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି I ଚର୍ଚ୍ଚ କର୍ମକର୍ତ୍ତାଙ୍କ ଏହି ପକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି I

0
0
0
s2sdefault