ହେଡଲାଇନସ୍:

ଜାରି ରହିଛି କରୋନା ଆତଙ୍କ ରାଜ : ସବୁଜ ଥିବା ଅନୁଗୋଳ ଆସିଲା କରୋନା ଖାପଚକୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସକାଳୁ ସକାଳୁ ଛାତି ଥରେଇଲା ଭଳି ଖବର  : ମୁଣ୍ଡ ଗଡ଼ିଲା, ନୂଆ ୫୮ ସହ ୩୫୨ରେ କରୋନା 

ଭୁବନେଶ୍ୱର :  ସକାଳସକାଳୁ ମୁଣ୍ଡକୁ ଖରାପ କରିଦେଲା ଭଳି ଖବର | ପ୍ରଥମ ଥର ପାଇଁ ଅର୍ଧ ଶତକ ଅର୍ଥାତ ନୂଆ ୫୮ କରୋନା ପଜିଟିଭ ବାହାରିବା ସହ କରନାରେ ଜଣକର ମୃତ୍ୟୁ ଘଟିଛି | ମୃତ୍ୟ ସଂଖ୍ୟା ସରକାରୀ ଡ୍ୟାସବୋର୍ଡରେ ୩ ଦର୍ଶାଇଥିବା ବେଳେ  କରୋନାର ତତଲା ଗଡ଼ ଗଞ୍ଜାମରେ କରୋନା ତୀବ୍ର ବେଗରେ ତାହାର ଉପସ୍ଥିତ ଜାହିର କରିଛି |  ଆଜି ସକାଳୁ ଜିଲ୍ଲାରେ ନୂଆ ୨୯  ଜଣଙ୍କ ଦେହରେ ଚିହ୍ନଟ ହୋଇଛି | ମୟୁରଭଞ୍ଜ ରେ ବି ଜଣେ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି | ସମସ୍ତେ ସୁରାଟ ଫେରନ୍ତା |  ସେହିପରି ଅନୁଗୋଳରେ ପଶିଛି କରୋନା ବଡ ଆକାରରେ | ଜିଲ୍ଲାରେ ୧୩ ଜଣ ଚିହ୍ନଟ ହୋଇଛନ୍ତି କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ ୧୧ ସୁରାଟ ଫେରନ୍ତା , ଜଣେ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ | ଏମାନଙ୍କ ଭିତରୁ ୧୨ ଜଣ କ୍ଵାରା଼ଣ୍ଟାଇନ ସେଣ୍ଟରରେ ରହିଥିବା ବେଳେ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ଭିତରୁ ଏହି ୩୦ ଜଣ ଯାକ ସୁରାଟ ଫେରନ୍ତା | ସେହିପରୀ ବାଲେଶ୍ୱରରେ ପୁଣି ୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ୫ଜଣ କର୍ଣ୍ଣାଟକ ଓ ୧୦ ଜଣ ପଶ୍ଚିମବଙ୍ଗ ଫେରନ୍ତା |  

 

0
0
0
s2sdefault