ହେଡଲାଇନସ୍:

ବେଲଗୁଣ୍ଠା ବ୍ଳକ୍ ନାଟେଙ୍ଗା ପଂଚାୟତ ବିଜେପିରେ ଯୋଗ ଦେଲେ ବହୁ ଯୁବକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- ବେଲଗୁଣ୍ଠା ବ୍ଳକ୍ ନାଟେଙ୍ଗା ପଂଚାୟତ କଇଠପଲ୍ଲୀ ଗ୍ରାମର ପ୍ରାୟ ପଚାଶରୁ ଊର୍ଦ୍ଧ୍ୱ ଯୁବକ ବିଭିନ୍ନ ଦଳ ଛାଡ଼ି ଆଜି ବିଜେପିରେ ଯୋଗଦାନ କରିଛନ୍ତି I ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ନାଟଙ୍ଗା ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କାଙ୍କ ନେତୃତ୍ୱରେ ବିଧାୟକ ନୀଳମଣି ବିଷୋୟୀଙ୍କ କାଯ୍ୟଧକ୍ଷତା ଓ ବିଜେପି ପ୍ରତି ନିଜର ସମର୍ଥନ ଜଣାଇ ଆଜି ନିକଟସ୍ଥ ମାଆ ବୁଢାକେନ୍ଦୁ ପୀଠରେ ଏକ ମିଶ୍ରଣ ବୈଠକ ଅନୁଷ୍ଠିତ ହୋଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବେ ସୋରଡା ନିର୍ବାଚନ ମଣ୍ଡଳୀର ବିଜେପି ଯୁବ ସଂଗଠକ ଜିତେନ୍ଦ୍ର କୁମାର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଯୁବ ନେତା ବୁଲୁ ଲେଙ୍କା ଯୋଗ ଦେଇଥିଲେ I ବିଜେପିରେ ଯୋଗ ଦେଇଥିବା ଯୁବକ ମାନେ ନିଷ୍ଠାପର ଭାବେ ବିଜେପି ପାଇଁ କାମ କରିବେ ବୋଲି ମାଆ ବୁଢାକେନ୍ଦୁଙ୍କ ପୀଠରେ ଶପଥ କରିଥିଲେ I ଯୁବ ସଂଗଠକ ଶ୍ରୀ ନାୟକ ସମସ୍ତଙ୍କୁ ବିଜେପିର ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିବା ସହ ଏହି ଯୁବକ ମାନେ ବିଜେପିରେ ମିଶିବା ପରେ ବେଲଗୁଣ୍ଠା ବ୍ଳକ୍ ରେ ବିଜେପି ଅଧିକ ଶକ୍ତିଶାଳୀ ହେବ ବୋଲି ପ୍ରକାଶ କରିଥିଲେ I

0
0
0
s2sdefault