ହେଡଲାଇନସ୍:

ହାଇଦ୍ରାବାଦରେ ଅସୁସ୍ଥ ଝିଅକୁ ଫେରାଇଆଣିବା ପାଇଁ ପୂଜ୍ୟ ପୂଜା ସଂସଦ ର ଦାବୀ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା ପଞ୍ଚାୟତର ବୈଜାପାଲି ଗ୍ରାମର ସୂର୍ଯ୍ୟ ମାଝି (୨୪) ଗତବର୍ଷ ରୁ ହାଇଦ୍ରାବାଦର କୁକୁଡୁପଲ୍ଲିର ଗୋଟିଏ ସପିଙ୍ଗ ମଲରେ କାମ କରି ଆସୁଥିଲେ । କିନ୍ତୁ ମହାମାରି କରୋନା ହେବା ପରେ ସେ ନିଜ ଘରକୁ ଆସି ପାରିନଥିଲେ l ଏବେ ସୂର୍ଯ୍ୟଙ୍କ ମୁଣ୍ଡ ବହୁତ ବ୍ୟଥା ହେଉଥିବା ପରିବାର ସୁତ୍ରରୁ ଓ ତା ସହିତ କାମ କରୁଥିବା ଅନୁଗୁଳର ଗୋବିନ୍ଦ ପ୍ରକାଶ କରିଛନ୍ତି। ସେ ଏବେ ଚାଲିବାର ଅବସ୍ଥାରେ ମଧ୍ୟ ନାହାନ୍ତି  ଓ ତାଙ୍କୁ  ବହୁୁତ କଷ୍ଟରେ ଡାକ୍ତରଖାନାକୁ ନେବାକୁ ପଡୁଥିବା ଅନୁଗୁଳର ଗୋବିନ୍ଦ ପ୍ରକାଶ କରିଛନ୍ତି। ସେ ଝିଅଙ୍କ ପରିବାର ଓ ଲଇଡା ସ୍ଥିତ ପୂଜ୍ୟ ପୂଜା ସଂସଦର ସଭାପତି ସରୋଜ ପୂଜାରୀ ସେହି ଝିଅକୁ ହାଇଦ୍ରାବାଦରୁ ନିଜ ଘରକୁ ଫେରାଇ ଆଣିବା ପାଇଁ ଜ଼ିଲ୍ଲା ପ୍ରଶାସନ ଠାରେ ଦାବୀ କରିଛନ୍ତି l

0
0
0
s2sdefault