ହେଡଲାଇନସ୍:

ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହ ମନ୍ତ୍ରୀ ଓ ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଦେଲା ସମ୍ବଲପୁର ବିଜେପି ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରଥ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କର ଅନୁମତି ପ୍ରସଙ୍ଗ

 ସମ୍ବଲପୁର  (ରମାକାନ୍ତ ବିଶ୍ବାଳ ) : ସାଢେ ଚାରି କୋଟି ଓଡ଼ିଆଙ୍କ ଆରାଧ୍ୟ ଓ କୋଟିକୋଟି ସନାତନ ଧର୍ମାବଲମ୍ବୀଙ୍କ ବିଶ୍ୱାସ ର ଆଧାର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରା ପ୍ରସଙ୍ଗରେ ଚାଲିଥିବା ବାଦ ବିବାଦ ଓ ଦ୍ଵନ୍ଦ କିଛି ମାତ୍ରା ରେ ପଶମିତ ହୋଇଛି । ରଥ ନିର୍ମାଣ କାର୍ଯ୍ୟ କୁ ନେଇ ରାଜ୍ୟ ସରକାର ଙ୍କୁ କେନ୍ଦ୍ର ଦେଇଥିବା ନିର୍ଦ୍ଦେଶ/ଗାଇଡ଼ଲାଇନ ପରେ ଶ୍ରଦ୍ଧାଳୁ ବୃନ୍ଦ ଏବେ ଆଶ୍ୱସ୍ତ । କେନ୍ଦ୍ର ସରକାର କହିଛନ୍ତି ରଥ ଯାତ୍ରା କୁ ଏବେ ବହୁତ ସମୟ ବାକି ଅଛି । ସେ ସମୟରେ ଯାତ୍ରା ବାହାରିବ, ନବହାରିବ, ହେଲେ କେଉଁ ନିୟମାନୁସାରେ ହେବ ସେକଥା ସେତେବେଳର ପରିସ୍ଥିତି କୁ ଅନୁଧ୍ୟାନ କରି ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ । କିନ୍ତୁ ବର୍ତ୍ତମାନ ରଥ ନିର୍ମାଣ କାର୍ଯ୍ୟ ରେ କୌଣସି ଅସୁବିଧା ନାହିଁ । ପୁରୀ ବଡଦାଣ୍ଡ ରେ ଥିବା ରଥ ଖଳା ଥରେ ସାମାଜିକ ଦୂରତ୍ୱ ରକ୍ଷା କରି, ମାସ୍କ ପିନ୍ଧି ଓ ଅନ୍ୟାନ୍ୟ ନିୟମ ପାଳନ କରି କାରିଗର/ସେବାୟତ ମାନେ ରଥ ନିର୍ମାଣ କାର୍ଯ୍ୟ ସମ୍ପାଦନ କରିପାରିବେ । କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ପରେ ସାଢ଼େ ଚାରି କୋଟି ଓଡ଼ିଆ ଙ୍କ ସଙ୍ଗେ ସଙ୍ଗେ ସାରା ବିଶ୍ୱ ରେ ରହୁଥୁବା କୋଟି କୋଟି ସନାତନ ଧର୍ମାବଲମ୍ବୀ ଙ୍କୁ ମିଳିଛି ଆସ୍ୱସ୍ତି ।

        ପୁରୀରେ ରଥ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଦେଇଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ କେନ୍ଦ୍ର ଗୃହମନ୍ତ୍ରୀ  ଅମିତ ଶାହା ଏବଂ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମ୍ବଲପୁର ସାଂସଦ  ନିତେଶ ଗଙ୍ଗଦେବ ବିଧାୟକ  ଜୟ ନାରାୟଣ ମିଶ୍ର ରେଙ୍ଗାଲି ବିଧାୟକ  ନାଉରି ନାଏକ ଜିଲ୍ଲା ସଭାପତି  ଗିରିଶ ପଟେଲ ରାଜ୍ୟ ପ୍ରବକ୍ତା  ଗୋବିନ୍ଦ ଅଗ୍ରୱାଲ ।

           ବିଜେପି କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ  ମାନସ ରଞ୍ଜନ ବକ୍ସି ଙ୍କ ଠାରୁ ମିଳିଥିବା ଏହି ମିଳିତ ପ୍ରେସ ବିବୃତି ରେ ବିଜେପି ନେତୃମଣ୍ଡଳୀ କହିଛନ୍ତି ଯେ, କେନ୍ଦ୍ର ସରକାର ରଥ ନିର୍ମାଣ କାର୍ଯ୍ୟ ପାଇଁ  ଅନୁମତି ଦେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଶାର ଅଶ୍ମିତା ର ପରିଚୟ । ମହାପ୍ରଭୁ ଙ୍କ ରଥଯାତ୍ରା କେବଳ ସାଢ଼େ ଚାରି କୋଟି ଓଡ଼ିଆ ଙ୍କ ର ବୋଲି ନୁହେଁସାରା ବିଶ୍ୱ ରେ ରହୁଥୁବା କୋଟି କୋଟି ସନାତନ ଧର୍ମାବଲମ୍ବୀଙ୍କ ଭାବନା ସହିତ ଜଡିତ । କେନ୍ଦ୍ର ସରକାରଙ୍କ ର ନିଷ୍ପତ୍ତି କୋଟି କୋଟି ଶ୍ରଦ୍ଧାଳୁ ଙ୍କୁ ଆଶ୍ୱସ୍ତି ଦେଇଛି । ଏଥିପାଇଁ ଆମେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଓ ଉଭଉ ଦୁଇ ଓଡିଶା କେନ୍ଦ୍ର ମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

0
0
0
s2sdefault