ହେଡଲାଇନସ୍:

ନୟାଗଡରେ ହେଲା ସୁରଟ ବଇନି : ଜଣେ କରୋନା ପଜିଟିଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି କରୋନା ମ୍ୟାପରେ ସାମିଲ ହେଲା ନୟାଗଡ | ଗଂଜାମ ପରି ଜିଲ୍ଲାର ଅନେକ ସୁରଟରେ କାମ କରୁଥିବା କାରଣରୁ ସୁରଟ ଫେରନ୍ତାଙ୍କ ପ୍ରବେଶ ପରେ ଜିଲ୍ଲାରେ କରୋନା ପଜିଟିଭ ବାହାରି ପାରେ ବୋଲି କରାଯାଇଥିବା ଆଶଙ୍କା ସତ୍ୟ ହୋଇଛି | ଜଣେ ୪୦ ବର୍ଷ ବୟସ୍କ ସୁରଟ ଫେରାନ୍ତଙ୍କ ଦେହରେ କରୋନା ପଜିଟିଭ ଚିହ୍ନଟ ହୋଇଛି ଆଜି | ଆକ୍ରାନ୍ତ ଯୁବକ ଜଣଙ୍କ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣ କୁଳ ନିକଟସ୍ଥ କରଡା ସଙ୍ଗରୋଧ ଗୃହରେ ଥିଲେ । ଯୁବକ ଜଣଙ୍କ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବଡ଼ପୁଟ ଗ୍ରାମର ବୋଲି ଜଣାପଡିଛି ।

ଆଜି ସକାଳେ ପ୍ରଥମ ଦଫାରେ ୧୨ ଜଣ ଗଞ୍ଜାମରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସରକାରଙ୍କ ୪ର୍ଥ ଅପଡେଟରେ ୨୬ ବର୍ଷ ବୟସ୍କ ସୁରଟ ଫେରନ୍ତା   କରୋନା ରୋଗୀ ଚିହ୍ନଟ ହୋଇଛନ୍ତି |  କରୋନା ପଜିଟିଭ ସଂଖ୍ୟା ରାଜ୍ୟରେ ପଞ୍ଚମ ଦଫା ସୁଦ୍ଧା ୨୮୯ରେ ପହଂଚିଛି |

0
0
0
s2sdefault