ହେଡଲାଇନସ୍:

ମୟୂରଭଞ୍ଜ @ ୭ :  ପୁଣି ୩ କରୋନା ପଜିଟିଭ ପରେ ବଢ଼ିଲା ଚିନ୍ତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)-ମୟୂରଭଞ୍ଜରେ ପୁଣି ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୩ ଆକ୍ରାନ୍ତ ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣାଯାଇଛି। ଏହାଫଳରେ ମୟୂରଭଞ୍ଜ ଜିଲ୍ଲାରୁ କରୋନା ପଜିଟିଭ୍ ଚିହ୍ନଟଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ଏହାକୁ ନେଇ ଜିଲ୍ଲାରେ ଏବେ ଲୋକଙ୍କ ଭିତରେ ଚିନ୍ତା ବଢ଼େଇ ଦେଇଛି |

 ସୂଚନାଯୋଗ୍ୟ, ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରୁ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହି ସମସ୍ତ ସୁରଟ ଫେରନ୍ତା ଥିବା ବେଳେ ମେ ୪ ରେ ସ୍ୱତନ୍ତ୍ର ବସ ଯୋଗେ ଆସି କପ୍ତିପଦାରେ ପହଁଛି କ୍ଵରେଣ୍ଟାଇନରେ ରହିଥିଲେ । ତେବେ ଏମାନଙ୍କ ଯାତ୍ରା ବିବରଣୀକୁ ତର୍ଯ୍ୟମା ଚାଲିଛି । ଆସିଥିବା ବସରେ ପ୍ରାୟ ୫୪ରୁ ଅଧିକ ଯାତ୍ରୀ ରହିଥିବାର  ଜଣାପଡିଛି ।ସମସ୍ତ ୭ କରୋନା ପଜିଟିଭ କଟକ କୋଭିଡ଼ ହସ୍ପିଟାଲରେ ଚିକିତ୍ସା ହେଉଥିବାର  ଜଣାପଡିଛି ।

0
0
0
s2sdefault