ହେଡଲାଇନସ୍:

ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ନୟାଗଡ଼ ଜିଲ୍ଲା ପାଇଁ ମୁଣ୍ଡବଥା ପାଲଟିଛି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସୀମାନ୍ତ ପଂଚାୟତ ଗୁଡିକୁ କରୋନା ଭୟରେ ଗଞ୍ଜାମ ଜିଲ୍ଲାରୁ ବହୁ ଲୋକ ପ୍ରବେଶ କରୁଥିବା ଜଣାଯାଇଛି । ସୁରତରୁ ପ୍ରବାସୀମାନେ ଫେରିଆସିବା ପରେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଆଶ୍ଚର୍ଯ୍ୟ ଜନକ ଭାବେ ବୃଦ୍ଧି ପାଇଛି । କରୋନା ସଂକ୍ରମଣଙ୍କ ସଂଖ୍ୟା ଦୃତ ବୃଦ୍ଧି ପାଇବାକୁ ନେଇ ଜିଲ୍ଲାବାସୀ ବହୁମାତ୍ରାରେ ଭୟଭୀତ  ହୋଇ ଏଣେତେଣେ ଚାଲିଯାଉଥିବା ଦେଖାଯାଉଛି । ଗୋଟିଏ ପକ୍ଷରେ ଜିଲ୍ଲା ବାହାରୁ ପ୍ରବାସୀ ଓଡ଼ିଆମାନେ ଗଞ୍ଜାମ ଜିଲ୍ଲାକୁ ଆସୁଥିବା ବେଳେ ଅନ୍ୟପକ୍ଷରେ ସେହି ହାରରେ ଲୋକମାନେ ଜିଲ୍ଲା ଛାଡୁଥିବା ଅନ୍ୟ ପଡୋଶୀ ଜିଲ୍ଲା ମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ବିଶେଶ କରି ନିରାପଦ ଦୃଷ୍ଟିରୁ ପଡୋଶୀ କନ୍ଧମାଳ ଓ ନୟାଗଡ଼ ଜିଲ୍ଲା  ଗ୍ରୀନ ଜୋନକୁ ଚାଲିଆସୁଛନ୍ତି । ଏପରିକି ଦୁର ସମ୍ପର୍କୀୟ ବନ୍ଧୁ ମାନଙ୍କ ଘରେ ପରିବାର ସହିତ ଆସି ରହୁଛନ୍ତି । ଅନ୍ୟଏକ ସୂତ୍ରରୁ ଜଣାଯାଏ ବର୍ତମାନ ପ୍ରବାସୀ ମାନଙ୍କୁ ଗଞ୍ଜାମ ଜିଲ୍ଲାର ନିଜଗାଁରେ ପୁରାଇ ଦେଉନଥିବାରୁ ସେମାନେ ନୟାଗଡ଼ ଜିଲ୍ଲାରେ ଆସି ରହିବାକୁ ନିରାପଦ ମନେ କରୁଛନ୍ତି । ଖବର ଲେଖାହେବା ବେଳକୁ ଗଞ୍ଜାମ ଜିଲ୍ଲା ସଂକ୍ରମଣ ସଂଖା ୮୩କୁ ବୃଦ୍ଧିି ପାଇବା ପରେ ରାତିରେ ବହୁଲୋକ ଗାଁଛାଡି ପରିବାର ସହିତ ନ୍ୟାୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ  ସୀମାରେ ଥିବା କୋମଣ୍ଡ, ରୋହିବାଙ୍କ, ସୁନାମୁହିଁ, କୁରାଳ, ଗିରିଡିପଲ୍ଲୀ, ବେରୁହାଁବାରୀ, ବାହାଡାଝୋଲା, ଘଡେଇବନ୍ଧ, ଗୁମୀ ଇତ୍ୟାଦି ପଂଚାୟତ ଗୁଡିକୁ ଆସିବାକୁ ଯୋଜନା କରିପାରନ୍ତି । ଆଉ  ଏ ସମ୍ପର୍କିତ ତଥ୍ୟ ମଧ୍ୟ ଲୋକଙ୍କ ଭିତରେ ଆଶଙ୍କା ସୃଷ୍ଟି କରିଛି |  ଏଥି ସହିତ  ଗ୍ରୀନଜୋନରେ ଥିବା ଜିଲ୍ଲା ଗୁଡିକରେ ଅବାଧ ଗତିବିଧି ଲାଗି ରହିଥିବାରୁ କାମଧନ୍ଦା ପାଇବା ଆଶାରେ ଏଠାକୁ ଚାଲିଆସିବାର ଅନ୍ୟଏକ ପ୍ରମୁଖ କାରଣ ସାଜିଛି । ବର୍ତମାନ ଓଡ଼ଗାଁ ବ୍ଲକର ବିଭିନ୍ନଜ ପଂଚାୟତର ସଂଗରୋଧ ଗୃହରେ ପ୍ରାୟ ୨୫୦ରୁ ଉର୍ଦ୍ଧ ସୁରତ ଫେରନ୍ତା ରହିଛନ୍ତି । ସେମାନଙ୍କ ଠାରେ ଯଦି ସଂକ୍ରମଣର ସୂଚନା ମିଳେ ନୟାଗଡ଼ ଜିଲ୍ଲାର ଅବସ୍ଥା ଗଞ୍ଜାମ ଜିଲ୍ଲାକୁ ବଳିପଡିବ । ଏଥିପ୍ରତି ପ୍ରଶାସନ ସର୍ବଦା ଯାଗ୍ରତ ରହିବା ସହିତ ଜନସାଧାରଣଙ୍କର ସହଯୋଗ ଅପରିହାର୍ଯ୍ୟ ହୋଇପଡିଅଛି ।   

0
0
0
s2sdefault