କରୋନା ଯନ୍ତ୍ରଣା ବେଳେ ଦାଉ ସାଧିଲା କାଳ ବୈଶାଖୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶାସକ ପ୍ରଶାସକ - କରୋନା ଭୂତାଣୁ ଯୋଗୁଁ ଓଡ଼ିଶାର ସମସ୍ତ ଜନସାଧାରଣ ଚିନ୍ତିତ ରହିଛନ୍ତି । କରୋନକୁ ଦମନ ପାଇଁ ତାଳାବନ୍ଦ ଜାରି ରହିଛି । ତାଳାବନ୍ଦ ଯୋଗୁଁ ଲୋକମାନେ ଘରୁ ବାହାରକୁ ବାହାରୁ ନାହାଁନ୍ତି । କାହାର କିଛି ଅତ୍ୟାବଶ୍ୟକ କାମ ହେଲେ ବାହାରକୁ ବାହାରୁଛନ୍ତି । ମୁଖ୍ୟତଃ ରାସ୍ତା କଡରେ ପାନ ଦୋକାନ କିମ୍ବା ଚା ଦୋକାନ କରି ପରିବାର ପୋଷଣ କରୁଥିବା ବ୍ୟକ୍ତିଙ୍କ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଗତକାଲି ଆକସ୍ମିକ ଭାବରେ ମାଡି ଆସିଥିବା କାଳବୈଶାଖି ପଦ୍ମପୁର ଅଞ୍ଚଳରେ ତାର କରାଲରୂପ ଛାଡି ଯାଇଛି । ପ୍ରାୟ ଅଧ ଘଣ୍ଟାର ଯୋର ବର୍ଷା ତଥା ଯୋରରେ ପବନ ବହିବା ସାଙ୍ଗେ କୁଆପଥର ମାଡ଼ ହୋଇଥିଲା । ଏହି କାଳବୈଶାଖି ଯୋଗୁଁ ରାସ୍ତା କଡରେ ଥିବା ଦୋକାନ ଗୁଡ଼ିକ ଭାଙ୍ଗି ଯାଇଛି ଏବଂ ବଡ଼ବଡ଼ ଗଛ ଭାଙ୍ଗି ଯାଇଛି ,ବିଦ୍ୟୁତଖୁଣ୍ଟ ମାନ ମଧ୍ୟ ଭାଙ୍ଗି ଯାଇଛି ଯାହା ଫଳରେ ବିଭିନ୍ନ ଯାଗାରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି । ଖୁବ ଯୋରରେ ପବନ ବହିବା ଯୋଗୁଁ କେତେକ ଘରର ଛାତ ମଧ୍ୟ ଉଡିଯାଇଛି । କରୋନା ଯୋଗୁଁ ସରକାର ରାସନକାର୍ଡ ଧାରୀଙ୍କୁ ଆଗୁଆ ରାସନ ଯୋଗାଇ ଦେଉଛନ୍ତି । ତେଣୁ ରାଇସମିଲ ମାନେ ଚାଉଲ ପ୍ରସ୍ତୁତ କରିବାରେ ବ୍ୟସ୍ତ ହେଲେ ଏହି କାଳବୈଶାଖି ଯୋଗୁଁ କିଛି ରାଇସମିଲ ଗୁଡିକର ଛାତ ମଧ୍ୟ ଉଡିଯାଇଥିବା ଦେଖିବାକୁ ମିଲିଛି । ସରକାର ଯଥା ଶୀଘ୍ର ଏହି ପ୍ରାକୃତିକ କ୍ଷତିର ଆକଳନ କରି ଲୋକଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।

0
0
0
s2sdefault